ରାଜ୍ୟର ୩ ସିଟିରେ ଆରମ୍ଭ ହେବାକୁ ଯାଉଛି ଏଚ୍‌ଏକ୍ସପୋର୍ଟ: ଗୋଟିଏ କ୍ଳିକରେ ପାଇବେ ସମସ୍ତ ସୁବିଧା

ରାଜ୍ୟର ୩ ସିଟିରେ ଆରମ୍ଭ ହେବାକୁ ଯାଉଛି ଏଚ୍‌ଏକ୍ସପୋର୍ଟ: ଗୋଟିଏ କ୍ଳିକରେ ପାଇବେ ସମସ୍ତ ସୁବିଧା

ରାଜ୍ୟର ୩ ସିଟିରେ ଆରମ୍ଭ ହେବାକୁ ଯାଉଛି ଏଚ୍‌ଏକ୍ସପୋର୍ଟ: ଗୋଟିଏ କ୍ଳିକରେ ପାଇବେ ସମସ୍ତ ସୁବିଧା

Advt. by My ADD AGENCY

ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡିଶା ସରକାର ଷ୍ଟାର୍ଟଅପ କମ୍ପାନୀକୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଦେଇଆସୁଛନ୍ତି । ଯାହା ଫଳରେ ଓଡିଶାରେ ଷ୍ଟାର୍ଟଅପ କମ୍ପାନୀ ଚାହିଦା ବଢିବାରେ ଲାଗିଛି । ଏଥି ସହ ଏହା ଲୋକଙ୍କ ଦୌନଦିନ ଜୀବନରେ ଏକ ଅଙ୍ଗ ପାଳଟିବାକୁ ବସିଲାଣି । ତା’ସହ ଷ୍ଟାର୍ଟ ଅପ କମ୍ପାନୀ ଦ୍ୱାରା ଯୁବପିଢିକୁ ଚାକିରୀ କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରୁଛନ୍ତି । ଏଭଳି ଏକ ଷ୍ଟାର୍ଟ ଅପ କମ୍ପାନୀ ହେଉଛି ଏଚ୍‌ଏକ୍ସପୋର୍ଟ । ଏହାରି ମାଧ୍ୟମରେ ସାଧାରଣ ଲୋକଟି ଦୌନଦିନ ଜୀବନର ସମସ୍ତ ସୁବିଧା ଗୋଟିଏ ଆପ ମାଧ୍ୟମରେ ପାଇବା ସହିତ ଘରର ସମସ୍ତ କାର୍ଯ୍ୟ ଅଭିଜ୍ଞ କାରିଗରୀ ହାତରେ କରିବାର ସୁବିଧା ପାଇପାରିବ ବୋଲି ସଂସ୍ଥା ପକ୍ଷରୁ ପ୍ରତିଶ୍ରୁତି ଦିଆଯାଉଛି ।
ମେଟ୍ରୋପଲିଟିୟାନ ସିଟିରେ ଘରେ ବସି ଗୋଟିଏ କ୍ଲିକରେ ଯେପରି ଅନଲାଇନ ମାଧ୍ୟମରେ ଯେଉଁ ସବୁ ସୁବିଧା ହାତ ପାହାନ୍ତରେ ମିଳିପାରୁଛି ସେହିସବୁ ସୁବିଧା ଏବେ ଆଣିଦେଇଛି ଏଚ୍‌ଏକ୍ସପୋର୍ଟ । ଏଚ୍‌ଏକ୍ସପୋର୍ଟ କମ୍ପାନୀ ଏକ ନିର୍ଭର ଯୋଗ୍ୟ କମ୍ପାନୀ ଯାହାକି ଷ୍ଟାର୍ଟଅପ ଓଡିଶା ଏବଂ ଷ୍ଟାର୍ଟଅପ ଇଣ୍ଡିଆ ଅନ୍ତର୍ଗତ ହୋଇଛି । ଲୋକଙ୍କ ସମସ୍ୟାକୁ ଆହୁରି ସୁଗମ କରିବା ପାଇଁ ଏଚ୍‌ଏକ୍ସପୋର୍ଟ ଅଭିଜ୍ଞ କାରିଗରଙ୍କୁ ନେଇ ସହରର ଲୋକଙ୍କୁ ଏହି ସୁବିଧା ଯୋଗାଇବାରେ ସଫଳ ହୋଇଛି । ଦିଲ୍ଲୀ, ମୁମ୍ବାଇ ଏବଂ ବେଙ୍ଗଲୁର ଭଳି ସହରରେ ଲୋକେ ଯେଉଁଭଳି ସୁବିଧା ପାଉଁଛନ୍ତି ସେହିଭଳି ସୁବିଧା ଏବେ ଆଣିଦେଇଛି ଏଚ୍‌ଏକ୍ସପୋର୍ଟ । ଭୁବନେଶ୍ୱର ପରେ କମ୍ପାନୀ ଓଡିଶାର ମୁଖ୍ୟ ସିଟି ବ୍ରହ୍ମପୁର, ରାଉଲକେଲା ଏବଂ କଟକରେ ଏହି ସମସ୍ତ ସୁବିଧା ଆରମ୍ଭ କରିବାକୁ ଯାଉଛି । ଯାହାଫଳରେ ଏହି ସମସ୍ତ ସହରରେ ରହୁଥିବା ସହରବାସୀ ଘରେ ବସି କମ ଖର୍ଚ୍ଚରେ ପ୍ଲମ୍ବର, ଇଲେକଟ୍ରିସିଆନ, କାରପେଣ୍ଟର, ହାଉସ କ୍ଲିନିଂଙ୍ଗ, ରେଫ୍ରିଜେଟର ରିପାଇରିଂ ଭଳି ୨୦୦ରୁ ଅଧିକ ସର୍ଭିସର ଫାଇଦା ନେଇପାରିବେ । ଅଞ୍ଚଳବାସୀ ଏହି ଆପ ଡାଉନଲୋଡ କରି ନିଜ ସର୍ଭିସକୁ ବୁକିଙ୍ଗ କରିପାରିବେ । ବୁକିଙ୍ଗ କରିବାର ମାତ୍ର ୪୫ ମିନିଟ ସମୟ ଭିତରେ ଏଚ୍‌ଏକ୍ସପୋର୍ଟର ଅଭିଜ୍ଞ କର୍ମଚାରୀ ଆପଣଙ୍କ ପାଖରେ ପହଁଞ୍ଚି ଆପଣଙ୍କର କାର୍ଯ୍ୟ କରିବେ । ଏବଂ ଆପ ମାଧ୍ୟମରେ ସହଯରେ ସେଫଲି ପେମେଣ୍ଟ କରିପାରିବେ । ଏହି ଆପରେ ବିଭିନ୍ନ ମୋଡରେ ଆପଣ ପେମେଣ୍ଟ କରିପାରିବେ ଏହାସହିତ ଆଗୁଆ ବୁକିଙ୍ଗର ବ୍ୟବସ୍ଥା ବି ଏହି ଆପରେ ଉପଲବ୍ଧ ରହିଛି । ବୁକିଙ୍ଗ ପରେ କେଉଁ କାରିଗର ଆପଣଙ୍କ ଘରକୁ ଯାଇ ଆପଣଙ୍କ କାର୍ଯ୍ୟ କରିବ ତାର ସବିଶେଷ ତଥ୍ୟ ଏବଂ ମୋବାଇଲ ନମ୍ବର ଆପଣଙ୍କର ମେସେଜକୁ ତୁରନ୍ତ ପହଁଚିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ