ରାଜ୍ୟର ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘର ସମେତ ୮ଟି ସ୍ଥାନରେ ଜିଏସଟି ଚଢ଼ାଉ ଜାରି

ରାଜ୍ୟର ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘର ସମେତ ୮ଟି ସ୍ଥାନରେ ଜିଏସଟି ଚଢ଼ାଉ ଜାରି

ରାଜ୍ୟର ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘର ସମେତ ୮ଟି ସ୍ଥାନରେ ଜିଏସଟି ଚଢ଼ାଉ ଜାରି


#ବାରିପଦା(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟରେ ଘନଘନ ଜିଏସଟି ଚଢ଼ାଉ କରାଯାଉଛି । ଏହି ପରିପ୍ରେକ୍ଷୀରେ ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ବାଣିଜ୍ୟକର ବିଭାଗ ପକ୍ଷରୁ ବାରିପଦା ସହରର ଜନୈକ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପ୍ରତିଷ୍ଠାନ ଉପରେ ଜିଏସଟି ଚଢ଼ାଉ ହୋଇଛି । ସହରରର ଜଣାଶୁଣା ଲୁଗା ବ୍ୟବସାୟୀ ଅମ୍ବିକା ଶାଢ଼ୀ ହାଉସର ମାଲିକଙ୍କ ଘର ସମେତ ୮ଟି ସ୍ଥାନରେ ଏକସଙ୍ଗେ ଜିଏସଟି ଚଢ଼ାଉ ଜାରି ରହିଛି ବୋଲି ମୟୂରଭଞ୍ଜ ଜିଲ୍ଲା ଜିଏସଟି ଡେପୁଟି କମିଶନର କୁଳମଣି ମଲ୍ଲିକ ସୂଚନା ଦେଇଛନ୍ତି । ସମ୍ପୃକ୍ତ ଲୁଗା ବ୍ୟବସାୟୀଙ୍କ ବାରିପଦା ସହରରେ ଥିବା ୫ଟି ଲୁଗା ଦୋକାନ, ବାସଗୃହ, ପେଟ୍ରୋଲ ପମ୍ପ, କଲ୍ୟାଣ ମଣ୍ଡପ, ଅଟୋପାର୍ଟସ ଦୋକାନ ଆଦିରେ ଏକ ସଙ୍ଗରେ ତଦନ୍ତ ଆରମ୍ଭ ହୋଇଛି । ଏଥିରେ ମୟୁରଭଞ୍ଜ ଓ ବାଲେଶ୍ୱର ଜିଏସଟି ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ନିୟୋଜିତ ହୋଇଥିବା ମୟୂରଭଞ୍ଜ ଜିଲ୍ଲାର ଜିଏସଟି ଡେପୁଟି କମିଶନର ଶ୍ରୀ ମଲ୍ଲିକ କହିଛନ୍ତି ।

ADVERTISEMENT
ADVERTISEMENT

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ