ନୂଆ ହିଟ୍ ଆଣ୍ଡ ରନ ଆଇନକୁ ବିରୋଧ, ଅନିର୍ଦ୍ଦିଷ୍ଟ କାଳ ଯାଏଁ ଚାଲିବ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ: ଡ୍ରାଇଭର ମହାସଂଘ

ନୂଆ ହିଟ୍ ଆଣ୍ଡ ରନ ଆଇନକୁ ବିରୋଧ, ଅନିର୍ଦ୍ଦିଷ୍ଟ କାଳ ଯାଏଁ ଚାଲିବ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ: ଡ୍ରାଇଭର ମହାସଂଘ

ନୂଆ ହିଟ୍ ଆଣ୍ଡ ରନ ଆଇନକୁ ବିରୋଧ
ଅନିର୍ଦ୍ଦିଷ୍ଟ କାଳ ଯାଏଁ ଚାଲିବ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ: ଡ୍ରାଇଭର ମହାସଂଘ

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ପୁଣି ଥରେ ଆରମ୍ଭ ହୋଇଛି ଡ୍ରାଇଭରଙ୍କ ଦେଶବ୍ୟାପୀ ଆନ୍ଦୋଳନ । ନୂଆ ହିଟ୍ ଆଣ୍ଡ ରନ ଆଇନକୁ ବିରୋଧ କରି ଦୁଇ ଦିନ ତଳେ ପ୍ରତ୍ୟାହୃତ ହୋଇଥିବା ଆନ୍ଦୋଳନ ଆଜିଠୁ ପୁଣି ଥରେ ସମଗ୍ର ଦେଶରେ ଆରମ୍ଭ ହୋଇଛି । ଏଥିରେ ଓଡିଶାର ସମସ୍ତ ଡ୍ରାଇଭର ମଧ୍ୟ ସାମିଲ ହେବେ ବୋଲି ରାଜ୍ୟ ଡ୍ରାଇଭର ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ଦୁଇ ଦିନ ମଧ୍ୟରେ ସମଗ୍ର ରାଜ୍ୟର ଡ୍ରାଇଭର ନିଜ ଗାଡିକୁ ଘରେ କିମ୍ବା ନିଜ ମାଲିକଙ୍କ ଜିମା ଦେଇ ଆନ୍ଦୋଳନରେ ସାମିଲ ହେବେ ବୋଲି ରାଜ୍ୟ ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ପ୍ରକାଶ କରିଛନ୍ତି । ଏନେଇ ଶ୍ରୀ ମେଣ୍ଡୁଲି କହିଛନ୍ତି ଯେ, ସରକାର ଆଜି ପର୍ଯ୍ୟନ୍ତ ଆମ ଦାବି ଶୁଣୁ ନାହାନ୍ତି, ଭୂଆଁ ବୁଲାଉଛନ୍ତି । କେନ୍ଦ୍ର ସରକାର ଲାଗୁ କରିଥିବା ନୂଆ ଆଇନ୍ ଅନୁଯାୟୀ, ଦୁର୍ଘଟଣା ହେଲେ ଡ୍ରାଇଭରଙ୍କୁ ୧୦ ବର୍ଷ ଜେଲ୍‌, ୭ ଲକ୍ଷ ଟଙ୍କା ଜରିମାନା ଦେବା ନିୟମ ଆଣିବାକୁ ଯାଉଛନ୍ତି । ଏପରି ସ୍ଥିତି ଉପୁଜିଲେ କୌଣସି ବି ଡ୍ରାଇଭର ଏତେ ଟଙ୍କା ଦେବା ସମ୍ଭବ ନୁହଁ । ଯଦି ଆମ୍ଭ ପାଖରେ ୭ଲକ୍ଷ ଟଙ୍କା ଥାଆନ୍ତା ତେବେ ଆମେ ଷ୍ଟିୟରିଂ କାହିଁକି ଧରନ୍ତୁ ବୋଲି ବହୁ ଡ୍ରାଇଭର କହିଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ନିକଟରେ ଗତ ଥର ଆମର ୧୦ଟି ଦାବି ଥିଲା । ସେଥିରୁ ଗୋଟିଏ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଲେ । ହେଲେ ତାହାକୁ ଆଜି ପର୍ଯ୍ୟନ୍ତ ପୂରଣ କରି ପାରି ନାହାନ୍ତି । ତେଣୁ ଆଜିଠୁ ସମଗ୍ର ଦେଶରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଆରମ୍ଭ ହେବ ବୋଲି ସେ କହିଛନ୍ତି । ଏହାବାଦ ଦୁର୍ଘଟଣା ହେଲେ ଗୁରୁତରଙ୍କୁ ତୁରନ୍ତ ମେଡିକାଲ ନେବାକୁ କେନ୍ଦ୍ର ସରକାର ଡ୍ରାଇଭରମାନଙ୍କୁ ନୂଆ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏପରି ସ୍ଥିତିରେ ଆମେ ଗାଡ଼ିରୁ ଓହ୍ଲାଇଲେ ଲୋକେ ଆମକୁ ପିଟି ମାରି ଦେବେ । ସେପରି ସ୍ଥଳରେ ଆମ ଜୀବନ ସୁରକ୍ଷାର ଗ୍ୟାରେଣ୍ଟି କିଏ ଦେବ । ଏଥିସହ ଅଧିକାଂଶ ଦୁର୍ଘଟଣା ମଦ ଯୋଗୁ ଘଟୁଥିବାରୁ ସରକାର ମଦ ଦୋକାନ କାହିଁକି ବନ୍ଦ କରୁ ନାହାନ୍ତି ବୋଲି ପ୍ରଶ୍ନ ପଚାରିଛନ୍ତି ବ୍ରହ୍ମପୁର ଟ୍ରକ୍ ଆସୋସିଏସନ କର୍ମକର୍ତ୍ତା । କେନ୍ଦ୍ର ସରକାରଙ୍କ ହିଟ ଆଣ୍ଡ ରନକୁ ନେଇ ହୋଇଥିବା ନୂଆ ଆଇନ୍ ଓ ଦୀର୍ଘ ଦିନ ଧରି ରାଜ୍ୟ ସରକାରଙ୍କ ନିକଟରେ କରାଯାଇଥିବା ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ସଂଘ । ଗତ ୩ତାରିଖ ଦିନ ଏନେଇ ଦିଲ୍ଲୀର ଜନ୍ତର ମନ୍ତର ଠାରେ ସବୁ ରାଜ୍ୟର ଡ୍ରାଇଭର ସଂଘଙ୍କର ମିଳିତ ବୈଠକ ହୋଇଥିଲା । କେନ୍ଦ୍ର ସରକାର ନିକଟରେ ୩ ନୂଆ ଅପରାଧିକ ଆଇନ ପ୍ରଣୟନ କରିଛନ୍ତି । ଯଦି କୌଣସି ଟ୍ରକ୍ କିମ୍ବା ଡମ୍ପର ଡ୍ରାଇଭର କାହା ଉପରେ ଗାଡ଼ି ମାଡ଼ କରନ୍ତି ଏବଂ ତାଙ୍କର ମୃତ୍ୟୁ ହୋଇଯାଏ, ତା’ହେଲେ ଡ୍ରାଇଭରଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ମିଳିବ । ଏଥିସହ ସେମାନଙ୍କୁ ୭ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡିବ । ପୂର୍ବରୁ ଯେଉଁ ଆଇନ୍ ଥିଲା ସେଥିରେ ହିଟ୍ ଆଣ୍ଡ ରନ୍ ମାମଲାରେ ଫସିଥିବା ଡ୍ରାଇଭରଙ୍କୁ ବେଶ୍ ଅଳ୍ପ ଦିନ ମଧ୍ୟରେ ଜାମିନ ମିଳି ଯାଉଥିଲା । ଆଉ ଦୁଇ ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ଥିଲା । ଏବେ ଏହି ଆଇନ୍ ବିରୋଧରେ ଡ୍ରାଇଭରମାନେ ରାସ୍ତାକୁ ଓହ୍ଲାଇବା ସହ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କରିଛନ୍ତି ।

ADVERTISEMENT
ADVERTISEMENT
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ