ରାଜ୍ୟବ୍ୟାପୀ ସମୂହ ଛୁଟିରେ ଅମଲା, ଠପ୍ ହେଲା ସରକାରୀ କାର୍ଯ୍ୟ

ରାଜ୍ୟବ୍ୟାପୀ ସମୂହ ଛୁଟିରେ ଅମଲା, ଠପ୍ ହେଲା ସରକାରୀ କାର୍ଯ୍ୟ

ରାଜ୍ୟବ୍ୟାପୀ ସମୂହ ଛୁଟିରେ ଅମଲା, ଠପ୍ ହେଲା ସରକାରୀ କାର୍ଯ୍ୟ

Ashok Sahoo (NabarangPur)

#ଭୁବନେଶ୍ୱର/ ନବରଙ୍ଗପୁର(ଏନ୍‌.ଏମ୍‌.): ଜିଲ୍ଲାସ୍ତରୀୟ କନିଷ୍ଠ ସହାୟକ(ଅମଲା)ଙ୍କ ପ୍ରବେଶିକା ଦରମା ଓ ଗ୍ରେଡ୍ ପେ’ ବୃଦ୍ଧି ଦାବିରେ ଆଜିଠୁ ଜିଲ୍ଲାସ୍ତରୀୟ ସରକାରୀ କର୍ମଚାରୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯାଇଛନ୍ତି । ଏଥିଯୋଗୁ ବିଭିନ୍ନ ସରକାରୀ ଅଫିସରେ ସରକାରୀ କାର୍ଯ୍ୟ ଠପ୍ ହୋଇପଡ଼ିଛି । କନିଷ୍ଠ ସହାୟକଙ୍କ ପ୍ରବେଶିକା ଦରମା ହାର ଲେଭଲ-୪ରୁ ଲେଭଲ-୯କୁ ବୃଦ୍ଧି ସହ ୪୨୦୦ଟଙ୍କାର ଗ୍ରେଡ୍ ପେ’ ଦାବି କରି ଅମଲାମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସୂଚନା ଅନୁସାରେ, ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କନିଷ୍ଠ ସହାୟକମାନେ ନିଜର ଗ୍ରେଡ ପେ’କୁ ୧୯୦୦ରୁ ୪୨୦୦ଟଙ୍କାକୁ ବୃଦ୍ଧି ଦାବିରେ ଧାରଣାରେ ବସିଛନ୍ତି । ଓଡ଼ିଶା ମିନିଷ୍ଟ୍ରିଆଲ ଅଫିସର୍ସ ଆସୋସିଏସନ୍ ମଧ୍ୟ ବେତନ ହାର- ଲେଭଲ ୯ ସହ ଗ୍ରେଡ୍ ପେ ଦାବି କରିଛି । କର୍ମଚାରୀମାନେ ସମୂହ ଛୁଟିରେ ଯାଇଥିବାରୁ ଜିଲ୍ଲାସ୍ତରରେ ଅଧିକାଂଶ ଅଫିସରେ ସରକାରୀ କାର୍ଯ୍ୟ ଠପ୍ ହୋଇପଡ଼ିଛି । ରାଜ୍ୟବ୍ୟାପୀ ମିନିଷ୍ଟ୍ରିଆଲ ଅଫିସର୍ସ ଆସୋସିଏସନ୍ ସଦସ୍ୟମାନେ ମଧ୍ୟ ସରକାରୀ କାର୍ଯ୍ୟ ପ୍ରଭାବିତ ହୋଇଛି । ରାଜ୍ୟ ସରକାରଙ୍କ ପାଖରେ କର୍ମଚାରୀ ସଂଘ ଗତମାସ ଏପ୍ରିଲରେ ନିଜର ଦାବି ରଖିଥିଲା । ମେ’ ୨୨ରୁ ୩୧ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ଅମଲାମାନେ କଳାବ୍ୟାଚ୍ ପିନ୍ଧି ପ୍ରତିବାଦ କରିବା ପରେ ରାଜ୍ୟ ସରକାର ସେଥିପ୍ରତି ଦୃଷ୍ଟି ନଦେବାରୁ ସେମାନେ ଆଜିଠୁ ସମୂହ ଛୁଟିରେ ଯାଇଛନ୍ତି । କର୍ମଚାରୀ ସଂଘର ନେତାମାନଙ୍କ ଦାବି ଅନୁସାରେ, ପେର୍ଯ୍ୟନ୍ତ ରାଜ୍ୟ ସରକାର ସେମାନଙ୍କ ଦାବିକୁ ଗ୍ରହଣ କରିନାହାନ୍ତି, ଆନ୍ଦୋଳନ ପ୍ରତ୍ୟାହାର କରାଯିବାର ପ୍ରଶ୍ନ ଉଠୁନି ବୋଲି ଆନ୍ଦୋଳନକାରୀ ଅମଲାମାନେ ସୂଚନା ଦେଇଛନ୍ତି ।
ସେହିଭଳି ନବରଙ୍ଗପୁର ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ନ୍ୟାର୍ଯ୍ୟ ଦାବି ନେଇ ସମସ୍ତ ଅମଲାମାନେ ସମୂହ ଛୁଟିରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନବରଙ୍ଗପୁର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉମରକୋଟଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ନବରଙ୍ଗପୁରର ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ଦାସ ଏବଂ ଆବାହକ ଏମ ବାଲାକ୍ରିଷ୍ଣାଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକ୍ରମ ଚାଲିଥିଲା । ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ଅମଲାଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ହୋଇଥିବା ବେଳେ ମାଟ୍ରିକ ହାରରେ ଦରମା ମିଲୁଛି । ଫଳରେ ଦୀର୍ଘଦିନ ହେଲା ଅମଲା ମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି । ପ୍ରକାଶ ଥାଉକି ଶାନ୍ତିପୂର୍ଣ୍ଣ ଭାବରେ ବିଭିନ୍ନ ଅମଲା ସଂଘ ପକ୍ଷରୁ ପୂର୍ବରୁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ ରାଜ୍ୟ ସରକାର ଅମଲା ମାନଙ୍କ ଦାବିକୁ ଅଣଦେଖା କରିଥିବା ଅଭିଯୋଗରେ ଏହି ଆନ୍ଦୋଳନ ଚାଲିଛି । ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି ତଥା ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ରାଜ୍ୟ ସଭ୍ୟ ତ୍ରିପତି ବାଲାଜୀ ସାହୁ, ଅରୁଣ କୁମାର ରଥ, ରାମ ପଣ୍ଡା, ଦିଲ୍ଲୀପ ସାହୁ, ରାମ ପ୍ରସାଦ ରଥ, ଆଶୁତୋଷ ମହାନ୍ତି, କବିତା ବ୍ରହ୍ମା, ଆକାଶ ଗଣ୍ଡ, ସୁଧାଂଶୁ ମିଶ୍ର, ସୂରଜ କୁମାର ସ୍ୱାଇଁ, ବବିତା ପଟ୍ଟନାୟକ, ସାହିଦ ଅକତାର, ରଞ୍ଜିତ ଷଡଙ୍ଗୀ, ଏ. ପ୍ରଶାନ୍ତି, ମବିନା ସୁଲତାନ, ମୈଥିଳୀ ପଟ୍ଟନାୟକ, ପି. ଅନୁରାଧା ପାତ୍ର, ସୁନିତା ମହାରଣା, ରଶ୍ମିତା ପାଢୀ, ସସ୍ମିତା ନାୟକ, ଧନୁର୍ଜୟ ମାଝି, ସ୍ନେହାଶିଷ୍ ଦାସ, ପ୍ରମୁଖ ଧାରଣରେ ବସିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ