ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ଦାବି : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ୩ ସାଂସଦ
ନୂଆଦିଲ୍ଲୀ(ଏନ୍.ଏମ୍.): ପଶ୍ଚିମ ଓଡିଶାର ପ୍ରମୁଖ ରାଜେନ୍ଦ୍ର ମହାବିଦ୍ୟାଳୟ କୁ ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ୧୯୮୯ ସେକ୍ସନ ୩୨ (୧) ଅନୁଯାଇ ଜୁନ ଏକ ତାରିଖ ୨୦୨୦ ମସିହାରେ ଏହି ମହାବିଦ୍ୟାଳୟକୁ , ବିଶ୍ୱବିଦ୍ୟାଳୟ ଭାବରେ ଘୋଷଣା କରିଥିଲେ । ୨୦୨୧ ମସିହା ଉତ୍କଳ ଦିବସରେ ଏହି ବିଶ୍ୱବିଦ୍ୟାଳୟରେ ସ୍ଥାୟୀ କୁଳପତି ନିଯୁକ୍ତି ହୋଇସାରିଛନ୍ତି । କିନ୍ତୁ ୟୁଜିସି ଏହି ବିଶ୍ୱବିଦ୍ୟାଳୟକୁ ମାନ୍ୟତା ଦେବାରେ ବିଳମ୍ବ କରିବାରୁ ଲକ୍ଷାଧିକ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଚାଲିଯାଉଛି। କୌଣସି ଆର୍ôଥକ ସାହାଯ୍ୟ ମିଳୁନାହିଁ । ଏହି ବିଶ୍ୱବିଦ୍ୟାଳୟକୁ ୟୁଜିସି ଆଇନ ୧୯୫୬ ର ସେକ୍ସନ (ଏଫ)ରେ ସାମିଲ ହୋଇଛି । ତେବେ କେଉଁ କାରଣରୁ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟକୁ ୟୁଜିସି ମାନ୍ୟତା ଦେବାରେ ଟାଲ ଟୁଲ ନୀତି ଅବଲମ୍ୱନ କରାଯାଉଛି ତାହା ଜଣାପଡ଼ୁନାହିଁ । ଏ ସମ୍ପର୍କରେ ରାଜ୍ୟ ସଭା ସାଂସଦ ସୁବାସ ସିଂହ ୨୦ ଜୁଲାଇ ୨୦୨୧ ତାରିଖ ଦିନ ଶୂନ୍ୟ କାଳରେ ମାନ୍ୟବର ରାଜ୍ୟ ସଭାର ଅଧ୍ୟକ୍ଷ ଭେଙ୍କିଆ ନାଇଡୁ ଏହି ବିଷୟକୁ ଶୂନ୍ୟକାଳରେ ଆଇଟମ ନମ୍ବର ୪ ରେ ସ୍ଥାନ ଦେଇ ଆଲୋଚନା କରିବାକୁ ସୁଯୋଗ ଦେଇଥିଲେ । କିନ୍ତୁ ବିରୋଧୀ ଦଳଙ୍କ ହଟ୍ଟଗୋଳ ଯୋଗୁ ଗୃହ ମୁଲତବୀ କାରଣରୁ ଏହା ଆଲୋଚନା ହୋଇପାରିନଥିଲା । ପୁନର୍ବାର ଜୁଲାଇ ୨୩ ତାରିଖ ୨୦୧୧ରେ ଶୂନ୍ୟ କାଳରେ ୫ ନମ୍ବର ଆଇଟମ ଭାବରେ ରାଜ୍ୟ ସଭା କାର୍ଯ୍ୟ ସୂଚୀରେ ସ୍ଥାନ ପାଇଥିଲା । କିନ୍ତୁ ପୁନର୍ବାର ଗୃହ ମୁଲତବୀ କାରଣରୁ ଏହା ପାର୍ଲିଆମେଣ୍ଟ ରେ ଆଲୋଚନା କରାଯାଇ ପାରିଲାନାହିଁ । ତେଣୁ ଆଜି ସାଂସଦ ଶ୍ରୀ ସିଂହଙ୍କ ନେତୃତ୍ୱରେ ସାଂସଦ ମୁନ୍ନା ଖାଁ ଓ ସାଂସଦ ମମତା ମହନ୍ତ ପ୍ରମୁଖ ଏକ ପ୍ରତିନିଧି ଦଳ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାର୍ଲିଆମେଣ୍ଟ କାର୍ଯ୍ୟାଳୟରେ ସାକ୍ଷାତ କରି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ପ୍ରଦାନ କରିବା ପାଇଁ ଦାବି କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ପଶ୍ଚିମ ଓଡିଶାର ଏହି ବିଶ୍ୱବିଦ୍ୟାଳୟ ନିକଟରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରି ସାରିଛି ଓ ଏହି ଅନୁଷ୍ଠାନରେ ଆଜି ପ୍ରମୁଖ ରାଜନେତା, ମନ୍ତ୍ରୀ, ବିଚାରପତିମାନେ ପାଠ ପଢ଼ିଛନ୍ତି । ପୁରାତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଓଡିଶା ଉଚ୍ଚ ନ୍ୟାୟାଳୟର ପ୍ରମୁଖ ବିଚାରପତି ପ୍ରମୁଖ ଏହି ଅନୁଷ୍ଠାନରୁ ପାଠ ପଢି ଏହି ବିଶ୍ୱବିଦ୍ୟାଳୟର ବିକାଶ କାର୍ଯ୍ୟରେ ନିୟୋଜିତ ଅଛନ୍ତି ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ୟୁଜିସିର ପ୍ରମୁଖ ନିର୍ଦେଶକଙ୍କ ସହିତ ଯୋଗାଯୋଗ କରି ଏହି ସମସ୍ୟାର ପ୍ରତିକାର କରିବାକୁ ନିର୍ଦେଶ ଦେଇଥିଲେ । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପଶ୍ଚିମ ଓଡ଼ିଶାର ପ୍ରମୁଖ ଶିକ୍ଷା ଅନୁଷ୍ଠାନ ହୋଇଥିବାରୁ ଖୁବଶୀଘ୍ର ଏ କ୍ଷେତ୍ରରେ ବିହିତ ପଦକ୍ଷପ ନିଆଯିବାକୁ ଶ୍ରୀ ପ୍ରଧାନ ପ୍ରତିଶୃତି ଦେଇଥିଲେ ।