ରାଜଭବନରେ ବିଦାୟ ଓ ସ୍ୱାଗତ ସମ୍ବର୍ଦ୍ଧନା

ରାଜଭବନରେ ବିଦାୟ ଓ ସ୍ୱାଗତ ସମ୍ବର୍ଦ୍ଧନା

ରାଜଭବନରେ ବିଦାୟ ଓ ସ୍ୱାଗତ ସମ୍ବର୍ଦ୍ଧନା

News by I&PR Odisha

ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟପାଳଙ୍କ ଏଡ଼ିସି ଭାବରେ ଭାରତୀୟ ନୌସେନାର ଲେଫ୍ଟନାଣ୍ଟ ହିମାଂଶୁ ସିଂ ଓ ଓଡ଼ିଶା ପୋଲିସ ସେବାର ଚିନ୍ମୟ ନାୟକ କାର୍ଯ୍ୟରେ ଯୋଗ ଦେଇଛନ୍ତି । ପୂର୍ବତନ ଏଡ଼ିସି ଅନୁରାଗ ଆୟାରଙ୍କ ବଦଳି ହୋଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ଉତ୍ସବରେ ବିଦାୟୀ ଏଡ଼ିସିଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ ନୂତନ ଏଡ଼ିସିଙ୍କୁ ସ୍ୱାଗତ କରାଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉତ୍ସବରେ ଯୋଗଦେଇ ପୁଣ୍ୟଭୂମି ଓଡ଼ିଶାରେ କାର୍ଯ୍ୟ କରିବା ତାଙ୍କ ଜୀବନରେ ମହାର୍ଘ ଉପଲବ୍ଧି ବୋଲି ପ୍ରକାଶ କରି ନିଷ୍ଠାର ସହ ସରକାରୀ ଦାୟିତ୍ୱ ନିର୍ବାହକୁ ଆଧ୍ୟାତ୍ମିକ ସାଧନା ଭାବରେ ବର୍ଣ୍ଣନା କରିଥିଲେ । ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ଲେଖା ନିୟନ୍ତ୍ରକ ଗୌତମ ଚୌଧୁରୀ, ଅତିରିକ୍ତ ସଚିବ ବେଦବନ୍ଧୁ ମିଶ୍ର, ଲୋକ ସମ୍ପର୍କ ଅଧିକାରୀ ରକ୍ଷକ ନାୟକଙ୍କ ସମେତ ରାଜଭବନର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ