ରାଜଧାନୀ ଉପକଣ୍ଠରେ ଚାଞ୍ଚଲ୍ୟ: ହୋଟେଲ ମାଲିକଙ୍କୁ ହତ୍ୟା

ରାଜଧାନୀ ଉପକଣ୍ଠରେ ଚାଞ୍ଚଲ୍ୟ: ହୋଟେଲ ମାଲିକଙ୍କୁ ହତ୍ୟା

ରାଜଧାନୀ ଉପକଣ୍ଠରେ ଚାଞ୍ଚଲ୍ୟ: ହୋଟେଲ ମାଲିକଙ୍କୁ ହତ୍ୟା


#ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ସାଗୁଆ ଗାଁରେ ଜଣେ ହୋଟେଲ ମାଲିକଙ୍କୁ ହତ୍ୟା କରାଯିବା ଭଳି ଚାଞ୍ଚଲ୍ୟ ଘଟଣା ଘଟିଛି । ମୃତ ବ୍ୟକ୍ତିଙ୍କ ନାମ ବିଶ୍ୱଜିତ ନାୟକ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ବିଶ୍ୱଜିତ ତାଙ୍କ ମା’ଙ୍କ ସହିତ ରହୁଥିଲେ । ତାଙ୍କ ମା’ ଗତ କିଛି ଦିନ ହେବ ପୁରୀ ଯାଇଛନ୍ତି । ବିଶ୍ୱଜିତ ଏକା ଥିବା ବେଳେ ଗତ ଶୁକ୍ରବାର ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ ଅନୁମାନ କରୁଛି । ପ୍ରଥମେ କୁହାଯାଇଥିଲା, ବିଶ୍ୱଜିତଙ୍କୁ ଗଳା କାଟି ହତ୍ୟା କରାଯାଇଛି । ତେବେ ତାଙ୍କ ମୃତଦେହ ଉପରେ ପଡ଼ିଥିବା ରେଜେଇକୁ ହଟାଇବା ପରେ ତାଙ୍କ ମୁହଁକୁ ଛେଚି ହତ୍ୟା କରାଯାଇଥିବା ପୁଲିସ୍ ଜାଣିବାକୁ ପାଇଛି । କିଏ ଓ କାହିଁକି ବିଶ୍ୱଜିତଙ୍କୁ ହତ୍ୟା କଲା, ତାହା ସ୍ପଷ୍ଟ ହୋଇ ନାହିଁ । ତେବେ ପୁଲିସ୍ ଫରେନ୍ସିକ୍ ଟିମ୍ ଓ ସନ୍ଧାନୀ କୁକୁରଙ୍କ ସହାୟତାରେ ଘଟଣାସ୍ଥଳକୁ ଯାଞ୍ଚ କରିବା ସହିତ ଆଖପାଖରେ ଲାଗିଥିବା ସିସିଟିଭିଗୁଡ଼ିକୁ ଯାଞ୍ଚ କରୁଛି । ବିଶ୍ୱଜିତଙ୍କ ଘରେ ଜଣେ ମହିଳା କେୟାର ଟେକର କାମ କରନ୍ତି । ସେ ଏବେ ସନ୍ଦେହ ଘେରରେ ଅଛନ୍ତି । ପୁଲିସ୍ ତାଙ୍କୁ ଖୋଜୁଛି । ଏହା ସହିତ ଗାଁରେ ରହୁଥିବା ବିଶ୍ୱଜିତଙ୍କ ଦାଦା ଓ ଭାଇଙ୍କୁ ପଚରାଉଚରା କରିଛି । ସେହିଭଳି ପୁରୀରେ ଥିବା ତାଙ୍କ ମା’ଙ୍କ ସହିତ ପୁଲିସ୍ ଫୋନରେ କଥା ହୋଇଛି । ପୁଲିସ୍ ବିଭିନ୍ନ ଦିଗକୁ ତଦନ୍ତ ପରିସରଭୁକ୍ତ କରି ତଦନ୍ତ ଆରମ୍ଭ କରିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ