ରାଇରଙ୍ଗପୁରରେ ହକି ବିଶ୍ୱକପ୍ ଟ୍ରଫିକୁ ବିପୁଳ ସମ୍ବର୍ଦ୍ଧନା

ରାଇରଙ୍ଗପୁରରେ ହକି ବିଶ୍ୱକପ୍ ଟ୍ରଫିକୁ ବିପୁଳ ସମ୍ବର୍ଦ୍ଧନା

ରାଇରଙ୍ଗପୁରରେ ହକି ବିଶ୍ୱକପ୍ ଟ୍ରଫିକୁ ବିପୁଳ ସମ୍ବର୍ଦ୍ଧନା

News by Akshya Kumar Biswal (Rairangpur)

#ରାଇରଙ୍ଗପୁର (ଏନ୍‌.ଏମ୍‌.): ଜାନୁଆରୀ ୧୩ ତାରିଖରୁ ପୁରୁଷ ହକି ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ଟ୍ରଫି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ କରାଯାଉଛି । ବିଶ୍ୱକପ୍ ହକି ଅବସରରେ ରାଜ୍ୟରେ ବୁଲୁଥିବା ବିଶ୍ୱକପ୍ କେନ୍ଦୁଝରରୁ ବାହାରି ମୟୂରଭଞ୍ଜ ଜିଲ୍ଲାର କରଂଜିଆ,ଖିଚିଂ ଯଶିପୁର ଏବଂ ରାଇରଙ୍ଗପୁରରେ ଶନିବାର ଦିନ ଅପରାହ୍ନ ୪.୩୦ ଘଟିକା ସମୟରେ ରାଇରଙ୍ଗପୁର ମହାବିଦ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲା । ସେଠାରେ ପ୍ରଶାସନ, ଛାତ୍ରଛାତ୍ରୀ, ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ବିପୁଳ ସ୍ୱାଗତ କରାଯାଇଥିଲା । ପରେ ସ୍ଥାନୀୟ ବିଜୁପଟ୍ଟନାୟକ ଛକରୁ ବିଭିନ୍ନ ସାଂସ୍କୃତିକ ସଂଗଠନ, ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ଆଦିବାସୀ ସାଂସ୍କୃତିକ ସଂଗଠନ ପକ୍ଷରୁ ପାରମ୍ପରିକ ବେଶଭୂଷା, ମାଦଳ, ଢୋଲରେ ଆକର୍ଷଣୀୟ ନୃତ୍ୟ ପରିବେଷଣ କରାଯାଇ ସ୍ୱାଗତ ସହ ରାଇରଙ୍ଗପୁର ଷ୍ଟାଡିୟମକୁ ପ୍ରଦର୍ଶନ ପାଇଁ ପାଛୋଟି ଅଣାଯାଇଥିଲା । ରାଇରଙ୍ଗପୁର ଉପଜିଲ୍ଲାପାଳ ସରୋଜ କୁମାର ଦାସ ଟ୍ରଫିକୁ ଗ୍ରହଣ କରିଥିଲେ । ପରେ ହକି ବିଶ୍ୱକପ୍ ଟ୍ରଫି ଗ୍ରହଣ ଅବସରର ମଞ୍ଚରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ନୃତ୍ୟ ପରିବେଷଣ କରାଯାଇଥିଲା । ଏନେଇ ସମଗ୍ର ବାମନଘାଟୀ ଏବଂ ପଞ୍ଚପୀଢ ଉପଖଣ୍ଡର ସମସ୍ତ ବ୍ଳକ ଓ ଗ୍ରାମାଞ୍ଚଳ ଉତ୍ସବ ମୁଖର ହୋଇ ଉଠିଥିଲା । ସମସ୍ତ ଅଂଚଳରେ ରାସ୍ତାକଡ଼ରେ ହଜାର ହଜାର ଲୋକ ଠିଆ ହୋଇ ହକି ଟ୍ରଫି ରଥକୁ ବିପୁଳ ସ୍ୱାଗତ ଜଣାଇଥିଲେ । ଶିଶୁ ବିକାଶ କଲ୍ୟାଣ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ରାଜ୍ୟ ସରକାରଙ୍କ ଏଭଳି ଦୁଃସାହସିକ ଉଦ୍ୟମ ଓ ଆୟୋଜନକୁ ପ୍ରଶଂସା କରିଥିଲେ । ସାରା ବିଶ୍ୱରେ ଆଜି ଓଡ଼ିଶାର ଜୟ ଜୟକାର । ଓଡ଼ିଶା ଭଳି ଗୋଟିଏ ଛୋଟିଆ ପଛୁଆ ରାଜ୍ୟରେ ବଳିଷ୍ଠ ନେତୃତ୍ୱ ନେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇଛାଶକ୍ତି, କ୍ରୀଡାପ୍ରେମ, ବଳିଷ୍ଠ ଉଦ୍ୟମ ପାଇଁ ପୁରୁଷ ହକି ବିଶ୍ୱକପ୍ ଆୟୋଜନ ସମ୍ଭବ ହୋଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । କାର୍ଯ୍ୟକ୍ରମରେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୟୂରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି, ମୟୂରଭଞ୍ଜ (୨) ଜିଲ୍ଲା ବିଜେଡ଼ି ସଭାପତି କାଶୀନାଥ ହେମ୍ବ୍ରମ, ରାଇରଙ୍ଗପୁର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ପୌର ଉପାଧ୍ୟକ୍ଷା ମମିତା ଚୌଧୁରୀ, ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନରଂଜନ ହେମ୍ବ୍ରମ, ରାଇରଙ୍ଗପୁର ପୌରାଧିକାରୀ ଧର୍ମେନ୍ଦ୍ର ଶତପଥୀ, ରାଇରଙ୍ଗପୁର ବିଡ଼ିଓ ସାଗର ମୁର୍ମୁ, ରାଇରଙ୍ଗପୁର ତହସିଲଦାର, ବିଜାତଳା ବିଡ଼ିଓ ଯୋଗରଞ୍ଜନ ନାୟକ, ବିଶୋଇ ବିଡ଼ିଓ ଭାଗବତ ପ୍ରସାଦ ମହାପାତ୍ର, ଯାମଦା ବିଡ଼ିଓ ଦେବାଶିଷ ପଣ୍ଡା, ବହଳଦା ବିଡ଼ିଓ ନୂପୂର ଚାନ୍ଦଗୋଟିଆ, କୁସୁମି ବିଡ଼ିଓ ଲକ୍ଷ୍ମଣ ସୋରେନ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପୁଲିସ ପ୍ରଶାସନ ପକ୍ଷରୁ ଏସଡିପିଓ ଗୋକୁଳାନନ୍ଦ ସାହୁ, ରାଇରଙ୍ଗପୁର ଟାଉନଥାନା ଅଧିକାରୀ ଅଜୟ ସୁଦର୍ଶନ ଲାଗେ, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଥିଲେ । ମଞ୍ଚରେ ରାଇରଙ୍ଗପୁର ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଂଜନ ନନ୍ଦ ପରିଚାଳନା କରିଥିଲେ । ଶାନ୍ତି ଶୃଙ୍ଖଳାର ସହ ହକି ବିଶ୍ୱକପ ଟ୍ରଫି ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ସମ୍ପନ୍ନ ହୋଇଥିବାରୁ ସଗ୍ର ବାମନଘାଟୀ ବାସୀଙ୍କୁ ଉପଜିଲ୍ଲାପାଳ ସରୋଜ ଦାସ କୃତଜ୍ଞତା ଜଣାଇଥିଲେ ।

Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ