ରାଇରଙ୍ଗପୁରରେ ଜରାନିବାସ କେନ୍ଦ୍ର ଉଦଘାଟିତ
#ରାଇରଙ୍ଗପୁର(ଏନ୍.ଏମ୍.): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ପୁରୁଣାଘାଟି ୮ ନମ୍ବର ୱାର୍ଡରେ ହେଲ୍ପ ଏଜର ଇଣ୍ଡିଆ, ନିୟୁଦିଲ୍ଲୀ ତରଫରୁ ଆଦମୀ ପ୍ରେମଜୀ ଫାଉଣ୍ଡେସନ ଏବଂ ମୟୂରଭଞ୍ଜ ଜିଲ୍ଲାର ସ୍ୱେଚ୍ଛାସେବୀ ସଂସ୍ଥା ଆରଡିଏସି ମିଳିତ ଆନୁକୂଲ୍ୟରେ ରାଜ୍ୟ ବିଜୁ ଶକ୍ତି ଉପଦେଷ୍ଟା ଦୀପ୍ତିମାନ ବଳଙ୍କ କର କମଳରେ ଏକ ଜରାନିବାସ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ଏହି ମହତ ସାମାଜିକ ସେବା କାର୍ଯ୍ୟକ୍ରମରେ ୨୧ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ଜନତା ବସା,୨୫ ନମ୍ବର ଜିଲ୍ଲା ପରିଷଦ ସଂସ୍ଥା ଭଗବତୀ ମିଶ୍ର, ୪୬ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ଲିପିକା ମଣ୍ଡଳ, ରାଇରଙ୍ଗପୁର ପୌରାଞ୍ଚଳ ୮ନମ୍ବର କାଉନସିଲର ପୂର୍ଣ୍ଣିମା ମହାନ୍ତ, ୧୩ ନମ୍ବର କାଉନସିଲର ଧୀରଜ ବେଶ୍ରା, ୭ ନମ୍ବର କାଉନସିଲର ଦେବସ୍ମିତା ଡଗରା, ୪ ନମ୍ବର କାଉନସିଲର ଆରତୀ ମାରାଣ୍ଡୀ, ୬ ନମ୍ବର କାଉନସିଲର କ୍ରିଷ୍ଣାଦେବୀ ସ୍ୱାମୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରଣଜିତ ସୋରେନ , ଅବସରପ୍ରାପ୍ତ ଡିଏସଏସଓ ନରେଶ ଚନ୍ଦ୍ର ବିନ୍ଧାଣି, ହେଲ୍ପ ଏଜ୍ ରାଜ୍ୟ ମିଡିଆ ମୁଖ୍ୟ ଭାରତୀ ଚକ୍ର, ରଂଜନ ଦାସ, ଜିଲ୍ଲା ସଂଯୋଜକ ସୁଦର୍ଶନ ମୁଦୁଲି, ଆରଡିଏସି ସଂପାଦକ ବିଜୟ କୁମାର ବେହେରା, ମେନେଜର ରଞ୍ଜିତା ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ଯୁବ ସମାଜସେବୀ ତଥା ରାଜ୍ୟ ବିଜୁ ଶକ୍ତି ଉପଦେଷ୍ଟା ଦୀପ୍ତିମାନ ବଳ କହିଥିଲେ ସମାଜରେ ବୟସ୍କମାନେ ଅଲୋଡା ନୁହନ୍ତି । ସେମାନଙ୍କ ଅଭିଜ୍ଞତା, ଅନୁଭୁତି, ତ୍ୟାଗ, ନିଷ୍ଠା, କର୍ତ୍ତବ୍ୟପରାୟଣତା ଯୋଗୁଁ ସମାଜ ଆଗକୁ ଆଗ ବଢି ଚାଲିଛି । ପରିଣତ ବୟସରେ ସେମାନଙ୍କୁ ହତାଦର, ଅଲୋଡା,ବୋଝ ବୋଲି ଭାବିବା ଉଚିତ ନୁହେଁ । ସେମାନେ ମଧ୍ୟ ସମାଜରେ ସମ୍ମାନର ସହିତ ବାକିତକ ଜୀବନ କାଟିବା ଉଚିତ । ସେମାନଙ୍କ ଅନୁଭୂତି, ଉପଦେଶକୁ ମାନି ଆମ୍ଭେମାନେ ଆଗେଇବା ଉଚିତ । ଦୀର୍ଘ ବର୍ଷର ପ୍ରଚେଷ୍ଟାପରେ ଆଜି ଅବହେଳିତ ବୁଢ଼ାବୁଢ଼ୀକୁ ସାମାନ୍ୟ ରାହା ଦେବାପାଇଁ ଆରଡିଏସିର ସଂପାଦକ ବିଜୟ ବେହେରା, ସମାଜସେବୀ ଶ୍ରୀ ବଳଙ୍କ ବଳିଷ୍ଠ ଉଦ୍ୟମରେ ରାଇରଙ୍ଗପୁରରେ ଏକ ୫୦ ଶଯ୍ୟା ବିଶିଷ୍ଟ ଜରାଜୀର୍ଣ୍ଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଆଜିର ଦିନରେ ୯ଜଣ ବୁଢ଼ାବୁଢ଼ୀ ରହିଛନ୍ତି ପହିଲା ସୁଦ୍ଧା ୫୦ ଜଣ ବୁଢ଼ାବୁଢ଼ୀଙ୍କୁ ଏଠାରେ ରଖାଯାଇ ମାଗଣା ଖାଦ୍ୟ, ରହଣୀ, ସେବା, ଶୁଶ୍ରୁଷା, ଯତ୍ନ, ଔଷଧ ଦିଆଯିବ ବୋଲି ଅନୁଷ୍ଠାନର ସଂପାଦକ ଶ୍ରୀ ବେହେରା, ମେନେଜର ଶ୍ରୀମତୀ ଲେଙ୍କା ସୂଚନା ଦେଇଛନ୍ତି ।