ରଥର ଦକ୍ଷିଣ ମୋଡ଼: ଆଡପ ବେଦିରୁ ରତ୍ନବେଦୀକୁ ଫେରିବେ ଶ୍ରୀଜିୟୁ

ରଥର ଦକ୍ଷିଣ ମୋଡ଼: ଆଡପ ବେଦିରୁ ରତ୍ନବେଦୀକୁ ଫେରିବେ ଶ୍ରୀଜିୟୁ

ରଥର ଦକ୍ଷିଣ ମୋଡ଼: ଆଡପ ବେଦିରୁ ରତ୍ନବେଦୀକୁ ଫେରିବେ ଶ୍ରୀଜିୟୁ

News by B. Mishra

ପୁରୀ(ଏନ୍‌.ଏମ୍‌.): ଦକ୍ଷିଣ ମୋଡ଼ ରଥଯାତ୍ରାର ଏକ ପ୍ରମୁଖ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରୁ ହିଁ ଶ୍ରୀଜିୟୁମାନଙ୍କର ଆଡ଼ପ ବେଦିରୁ ରତ୍ନବେଦିକୁ ଫେରିବାର ଆଭାସ ମିଳିଥାଏ । ପରମ୍ପରା ଅନୁଯାୟୀ ହେରା ପଞ୍ଚମୀ ପରଦିନ ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ତିନି ଠାକୁରଙ୍କ ଆଜ୍ଞାମାଳକୁ ତିନି ଜଣ ପାଳିଆ ପୂଜା ପଣ୍ଡା ହସ୍ତରେ ଧାରଣ କରି ଘଣ୍ଟ, ଛତା ଓ କାହଳି ସହ ତିନି ରଥକୁ ଉକ୍ତ ଆଜ୍ଞାମାଳ ପ୍ରଦାନ କରିଥାନ୍ତି । ଏହା ପରେ ତିନି ରଥର ଦକ୍ଷିଣ ମୋଡ଼ ହୋଇଥାଏ । ରଥତ୍ରୟ ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାରଠାରେ ଥାଏ । ପ୍ରଚଳିତ ପ୍ରଥାନୁଯାୟୀ ଦେବୀ ସୁଭଦ୍ରାଙ୍କ ରଥ ସର୍ବ ପ୍ରଥମେ ଟଣା ହୋଇଥାଏ । ତତ୍ପରେ ବଳଭଦ୍ରଙ୍କ ତାଳଧ୍ୱଜ ଓ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ଯାଇ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଥାଏ । ଉଲ୍ଲେଖଯୋଗ୍ୟ ଯେ, ମନ୍ଦିର ଅଧିକାରୀ, କର୍ମଚାରୀ, ରଥ ନିର୍ଦ୍ଦେଶକ ଦଳ ଓ ସରକାରୀ ପୋଲିସ ଏହି ରଥକୁ ଟାଣିଥାନ୍ତି । ପୂର୍ବେ କଳା ବେଠିଆ (ଶ୍ରମିକ) ଓ ହସ୍ତୀମାନଙ୍କ ସାହାଯ୍ୟରେ ରଥର ଦକ୍ଷିଣ ମୋଡ଼ ହେଉଥିଲା । ଏହି ରଥଟଣାର ତାତ୍ପର୍ଯ୍ୟ ହେଲା ଯେ ରଥର ଉଭୟ ସମ୍ମୁଖ ଓ ପଶ୍ଚାତ୍ ଭାଗରେ ଦଉଡି ସଂଯୋଗ ହେଉଥିଲା । ଗୋଟିଏ ରଥଟଣା ହେବା ବେଳେ ରଥକୁ କିଛି ଦୂର ଆଗକୁ ଓ ପୁନଶ୍ଚ ପଛକୁ ଏହିପରି ବାରମ୍ବାର ଟଣାଯାଇ ଧିରେ ଧିରେ ଶ୍ରୀଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର ଠାରୁ ଅପରପାର୍ଶ୍ୱରେ ଥିବା ନାକଚଣା ଦ୍ୱାର ସମ୍ମୁଖରେ ଦକ୍ଷିଣାଭିମୁଖରେ ଯଥାସମ୍ଭବ ସମାନ ଭାବେ ରଖାଯାଇଥାଏ । ସାଧରଣତଃ ରଥର ଦକ୍ଷିଣ ମୋଡ଼ କାର୍ଯ୍ୟକ୍ରମ ଦୁଇଦିନ ଧରି ଚାଲିଥାଏ । କିନ୍ତୁ କେତେ ବର୍ଷ ଏକ ଦିନରେ ଦକ୍ଷିଣ ମୋଡ଼ ହୋଇଥିବାର ପ୍ରମାଣ ରହିଛି । ସୂଚନାଯୋଗ୍ୟ ଯେ, ଦକ୍ଷିଣ ମୋଡ଼ ସମୟରେ ରଥ ଉପରେ ଘଣ୍ଟୁଆ ଘଣ୍ଟ ବଜାଇବା ସହିତ ଡାକୁଆ ରଥ ଉପରେ ଠିଆ ହୋଇ ରଥ ଗୀତ ବୋଲିଥାନ୍ତି । ଭୋଇ ଓ ମହାରଣାମାନେ ରଥଟଣାରେ ସାହାଯ୍ୟ କରିଥାନ୍ତି । ୧୯୮୫-୮୬ ମସିହା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ଠାରୁ ବଡ଼ଶଙ୍ଖପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱ ଅଞ୍ଚଳ ନିମ୍ନ ଥିଲା । ପ୍ରାୟ ୨-୩ ଫୁଟ୍ ପର୍ଯ୍ୟନ୍ତ ଜଳ ଉଭୟ ପାର୍ଶ୍ୱରେ ଜମି ରହୁଥିଲା । ସେତେବେଳେ ରଥର ଦକ୍ଷିଣ ମୋଡ଼ ବହୁ କଷ୍ଟରେ କରାଯାଉଥିଲା ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ