ରଞ୍ଜନ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ରକ୍ତଦାନ: ଶୀର୍ଷରେ ରହିଛି କଟକ

ରଞ୍ଜନ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ରକ୍ତଦାନ: ଶୀର୍ଷରେ ରହିଛି କଟକ

ରଞ୍ଜନ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ରକ୍ତଦାନ: ଶୀର୍ଷରେ ରହିଛି କଟକ


କଟକ(ଏନ୍‌.ଏମ୍‌.): ରାଜ୍ୟରେ ରକ୍ତ ଅଭାବ ଯୋଗୁଁ କାହାରି ପ୍ରାଣ ନଯାଉ । ଏହି ଚିନ୍ତାଧାରା ନେଇ ରାଜ୍ୟସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଜୀବନବିନ୍ଦୁ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ସ୍ୱେଚ୍ଛାକୃତ ରକ୍ତଦାତାଙ୍କ ଠାରୁ ହଜାର ହଜାର ୟୁନିଟ ରକ୍ତ ସଂଗ୍ରହ କରାଯିବା ସହ ଶହଶହ ଲୋକଙ୍କ ଚିକିତ୍ସାକ୍ଷେତ୍ରରେ ରକ୍ତର ଅଭାବକୁ ଦୂର କରାଯାଇ ପାରିଛି । ତେବେ ଏହି ଜୀବନବିନ୍ଦୁ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ରାଜ୍ୟର କିଛି ଯୁବ ସଂଗଠକଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ପରିଚାଳନା କରିବା ନିମନ୍ତେ ବିଭିନ୍ନ ଜିଲ୍ଲା, ସହର ତଥା ଅଞ୍ଚଳ ପାଇଁ ସଂଯୋଜକ ନିଯୁକ୍ତ କରାଯାଇଥିଲା । ଏହି ସଂଯୋଜକଙ୍କ ନେତୃତ୍ୱରେ ହଜାର ହଜାର ୟୁନିଟ ରକ୍ତ ସଂଗୃହିତ ହୋଇ ରାଜ୍ୟରେ ଏକପ୍ରକାର ରକ୍ତ ସଙ୍କଟ ଦୂର ହୋଇ ପାରିଛି । ତେବେ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କ ମଧ୍ୟରେ ଆଗରେ ରହିଛନ୍ତି କଟକ ଜିଲ୍ଲା ତଥା କଟକ ସହରର ଯୁବ ସଂଗଠକ, ସମାଜସେବୀ, ବିଜେଡିର ଶୃଙ୍ଖଳିତ ସଦସ୍ୟ ରଞ୍ଜନ କୁମାର ବିଶ୍ୱାଳ । ସେ ଜଣେ କର୍ପୋରେଟର ଭାବେ ନିଜର କ୍ୟାରିୟର ଆରମ୍ଭ କରି କଟକ ସହରର ଗଳି କନ୍ଦିରେ ହୋଇ ପାରିଛନ୍ତି ଅତି ଆପଣାର । ତାଙ୍କ ନେତୃତ୍ୱରେ କଟକ ସହର ମଧ୍ୟ ରକ୍ତ ଦାନ କ୍ଷେତ୍ରରେ ରାଜ୍ୟର ସ୍ୱତନ୍ତ୍ର ସ୍ଥାନରେ ରହିଛି । ସୂଚନା ଅନୁଯାୟୀ ଗତ ଡିସେମ୍ବର ମାସରେ କଟକ ସହରରୁ ଶ୍ରୀ ବିଶ୍ୱାଳଙ୍କ ନେତୃତ୍ୱରେ ୭୫୫ ୟୁନିଟ ରକ୍ତ ସଂଗ୍ରହ କରିବାରେ ସଫଳ ହେବା ସହ ରାଜ୍ୟରେ କଟକ ସହର ପ୍ରଥମ ହୋଇ ପାରିଛି । ଏଥି ସହିତ ଯୁବବର୍ଗଙ୍କୁ ଏକାଠି କରି ଗଠନଶୀଳ କାର୍ଯ୍ୟକ୍ରମରେ ସାମିଲ କରାଇ ସେ ସହରବାସୀଙ୍କ ଅତି ଆପଣାର ହୋଇପାରିଛନ୍ତି । ସେହିଭଳି ଗତ ଡିସେମ୍ବର ମାସରେ ରକ୍ତଦାନ କ୍ଷେତ୍ରରେ ବିମଳ ଚନ୍ଦ୍ର ଦାସ ମଧ୍ୟ ୬୮୨ୟୁନିଟ ରକ୍ତ ସଂଗ୍ରହ କରାଇ ପାରିଥିାବେଳେ ଗଞ୍ଜାମର ସୁବାସ ମହାରଣା ୫୪୧ୟୁନିଟ ରକ୍ତ ସଂଗ୍ରହ କରାଇଛନ୍ତି । ତେବେ କଟକ ମହାନଗର ନିଗମ ଅଞ୍ଚଳରେ ଯୁବପୀଢ଼ି ରକ୍ତଦାନ କରି ଅନେକଙ୍କ ଜୀବନ ବଞ୍ଚାଇବାରେ ସହଯୋଗ କରିଥିବାରୁ ଶ୍ରୀ ବିଶ୍ୱାଳ ସମସ୍ତ ରକ୍ତଦାତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ