ଯୌତୁକ ପାଇଁ ବଧୁ ହତ୍ୟା ଅଭିଯୋଗ: ଶାଶୁ ଗିରଫ, ଦିଅର ଓ ନଣନ୍ଦ ଫେରାର

ଯୌତୁକ ପାଇଁ ବଧୁ ହତ୍ୟା ଅଭିଯୋଗ: ଶାଶୁ ଗିରଫ, ଦିଅର ଓ ନଣନ୍ଦ ଫେରାର

ଯୌତୁକ ପାଇଁ ବଧୁ ହତ୍ୟା ଅଭିଯୋଗ: ଶାଶୁ ଗିରଫ, ଦିଅର ଓ ନଣନ୍ଦ ଫେରାର


ନରସିଂହପୁର(ଏନ୍‌.ଏମ୍‌.): ନରସିଂହପୁର ଥାନା ଅଧିନ ପାଇକପଡା ପାଟଣାରେ ଏକ ବଧୂହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି । ଯୌତୁକ ଟଙ୍କା ଓ ଜିନିଷ ଲାଗି ଜଣେ ବୋହୁଙ୍କୁ ଶାଶୁ ଓ ଦିଅର, ନଣନ୍ଦ ମିଶି ହତ୍ୟା କରିଥିବା ସୂଚନା ମିଳିଛି । ମୃତକ ହେଲେ ନିହାରିକା ସେଠି(୩୨), ସ୍ୱାମୀ ଅଶୋକ ସେଠି । ସ୍ୱାମୀ ଗୋଟିଏ ଛୋଟ ତେଜରାତି ଦୋକାନରେ କାର୍ଯ୍ୟ କରନ୍ତି । ଅଭିଯୁକ୍ତ ଶାଶୁ ଦୁଃଖୀ ସେଠିଙ୍କୁ ଗିରଫ କରାଯାଇଥିବାବେଳେ ଦିଅର ଆଲୋକ ସେଠି, ନଣନ୍ଦ ମମତା ସେଠି ଫେରାର ଅଛନ୍ତି । ନରସିଂହପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଦ କୋଠରୀରୁ ତାଙ୍କ ମୃତଦେହକୁ ଉଦ୍ଧାର କରିଥିଲା । ସେହିଭଳି ଖବର ପାଇ ନିହାରିକାଙ୍କର ବାପା, ମା’ ଓ ପରିବାର ଲୋକେ ପହଞ୍ଚି ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ ନିକଟରେ ମା’ ଅଭିଯୋଗ କରିଥିଲେ । ଏହାର ନିରପେକ୍ଷ ତଦନ୍ତ ସହ ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଛି । ବାପଘର ପରିବା ପକ୍ଷରୁ ହୋଇଥିବା ଅଭିଯୋଗ ଆଧାରରେ ପୁଲିସ ଏକ ବଧୁହତ୍ୟା ମାମଲା(ନମ୍ବର-୯୮/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ବ୍ୟବଚ୍ଛେଦ ଲାଗି ବଡମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇବା ସହ ଶାଶୁ ଦୁଃଖୀ ସେଠି ଗିରଫ କରିଛି । ନରସିଂହପୁର ଥାନା ଅଧିକାରୀ ଅଭୟ ବେହେରା, ଏସ ଆଇ ନୀଳ ମାଧବ ପଣ୍ଡା, ଘଟଣାର ତଦନ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କିପରି କେଉଁ ଅବସ୍ଥାରେ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହେବ । ଏଥିସହ ଦିଅର ଓ ନଣନ୍ଦଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି । ପ୍ରକାଶଯୋଗ୍ୟ ଯେ, ଅଶୋକି ଗତ ୮ ବର୍ଷ ତଳେ ନିହାରିକାଙ୍କୁ ବିବାହ କରିଥିଲେ । ବିବାହ ପରେ ଶାଶୁଘର ଲୋକେ ଯୌତୁକ ନିର୍ଯ୍ୟାତନା ଦେଇ ଆସୁଥିବା କହିଥିଲେ । ଏପରିକି ବିବାହ ପରଠାରୁ ଯୌତୁକରେ ଅଧିକ ଟଙ୍କା ଆଣିବାକୁ ଶାଶୁ ଓ ନଣନ୍ଦ ବହୁବାର ଚାପ ପକାଉଥିଲେ ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ