ଯାଯାବର କଳାକାର ସଂଘର ବନ୍ଧୁମିଳନ

ଯାଯାବର କଳାକାର ସଂଘର ବନ୍ଧୁମିଳନ

ଯାଯାବର କଳାକାର ସଂଘର ବନ୍ଧୁମିଳନ


ଜଗତସିଂହପୁର (ଏନ୍‌.ଏମ୍‌.): ଗାଁ ଗହଳିରେ ସୌଖିନ କଳାକାରଙ୍କ ଉନ୍ନତି ନିମନ୍ତେ ଅଣ୍ଟାଭିଡିଛି ଯାଯାବର କଳାକାର ସଂଘ । ରାଜ୍ୟର କୋଣ ଅନୁକୋଣରେ ଥିବା ସୌଖିନ କଳାକାରମାନଙ୍କୁ ନେଇ ଏହି ସଂଘ ଗଠନ ହୋଇଛି । କଳାକାରଙ୍କ ବିକାଶ ନିମନ୍ତେ ଏହି ସଂଘ ଅଣ୍ଟାଭିଡିବା ସହ ରାଜ୍ୟର ସମସ୍ତ କଳାକାରଙ୍କୁ ଏକତ୍ରିତ କରିବା ପାଇଁ ସଂଘ ନିଆରା ପ୍ରୟାସ ଆରମ୍ଭ କରିଚି । ଜଗତସିଂହପୁର ଜିଲ୍ଲା ଗୋଟେ କଳାକାରମାନଙ୍କ ଜିଲ୍ଲା ଏଠି କଳାକାର ମାନଙ୍କ ଅଭାବ ନାହିଁ । କହିବାକୁ ଗଲେ ଜଗତସିଂହପୁର ଜିଲ୍ଲା କଳାକାର ତିଆରିର ଏକ କାରଖାନା । କିନ୍ତୁ ଏଠି କଳାକାରମାନଙ୍କ ପାଇଁ କୌଣସି ପ୍ରୋତ୍ସାହନ ନାହିଁ ସେଥିପାଇଁ କିଛି କଳାକାର ଏକ ହୋଇ ବିରିଡ଼ି ବ୍ଲକର ହାଜିପୁର ଗ୍ରାମଠାରେ ଯାଯାବର କଳାକାର ସଂଘର ବନ୍ଧୁମିଳନ ଉତ୍ସବ ପାଳନ ହୋଇଥିଲା । ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକର ଛୋଟ, ବଡ଼ କଳାକାର ଏହି ଯାଯାବର କଳାକାର ସଂଘରେ ଯୋଗଦାନ କରିଥିଲେ । ଏହି ସଭାରେ ସଭାପତି ସୁରେଶ ଚନ୍ଦ୍ର ବେହେରା, ଉପସଭାପତି ମାତ୍ରୁପ୍ରସାଦ ଦାଶ, ସମ୍ପାଦକ କେଦାରନାଥ ବିଶ୍ୱାଳ, ଅଚ୍ୟୁତ ସେନ, ହିମାଂଶୁ ମହାନ୍ତି, ନ୍ରୃସିଂହ ଦାଶ, ସତ୍ୟ ଜେନା, ରଞ୍ଜନ ମହାପାତ୍ର, ବିକ୍ରମ ମହାପାତ୍ର, ବିଜୟ କୁମାର ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ପ୍ରଥମେ ନାଟ୍ୟକଳାପରିଷଦର ଆବାହକ ବାମଦେବ ସ୍ୱାଇଁ ପ୍ରଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ଆଗାମୀ ଦିନରେ କିଭଳି ଅଣସାଙ୍ଗଠନିକ କଳାକାର ମାନଙ୍କ ପାଇଁ ସରକାର କିଭଳି ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ସେ ସମ୍ପର୍କରେ ଆଲୋଚନା କରିଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି