ଯବାନଙ୍କ ଖାଦ୍ୟ ଚୋରି: ପ୍ୟାକିଂ ହୋଇଥିବା ଅଣ୍ଡା ନେଇ ଅଟୋ ଡ୍ରାଇଭର ଛୁ

ଯବାନଙ୍କ ଖାଦ୍ୟ ଚୋରି: ପ୍ୟାକିଂ ହୋଇଥିବା ଅଣ୍ଡା ନେଇ ଅଟୋ ଡ୍ରାଇଭର ଛୁ

ଯବାନଙ୍କ ଖାଦ୍ୟ ଚୋରି: ପ୍ୟାକିଂ ହୋଇଥିବା ଅଣ୍ଡା ନେଇ ଅଟୋ ଡ୍ରାଇଭର ଛୁ


ଇନ୍ଦୋର(ଏଜେନ୍ସି): ଦେଶର ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇ ଜବାନମାନେ ଦିନରାତି ଜଗି ରହୁଥିବାବେଳେ ସେମାନଙ୍କ ଖାଦ୍ୟ ଚୋରି ହେବା ଦୁର୍ଭାଗ୍ୟଜନକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏଭଳି ଖବର ଯିଏ ଶୁଣୁଛି ହତବାକ ହୋଇ ଯାଉଛି । ସୂଚନା ଅନୁଯାୟୀ, ଯବାନଙ୍କ ଖାଇବା ପାଇଁ ଯେଉଁ ଅଟୋରେ ଅଣ୍ଡା ଟ୍ରେ ଲୋଡ଼ ହୋଇଥିଲା ସେହି ଅଟୋର ଡ୍ରାଇଭର ଚକମା ଦେଖାଇ ଖସି ଯାଇଛି । ପାଖାପାଖି ୪୦୦୦ ଅଣ୍ଡା ନେଇ ଡ୍ରାଇଭର ଜଣକ ଫେରାର ହୋଇଯାଇଛି । ଏମିତି ଏକ ଅଜବ ଘଟଣା ମଧ୍ୟପ୍ରଦେଶର ଗୁଆଲିଅରରୁ ଆସିଛି । ଏଠାରେ ଭାରତୀୟ ବାୟୁ ସେନାର କ୍ୟାଣ୍ଟିନ୍ ପାଇଁ ୪୦୦୦ ଅଣ୍ଡା ଏକ ଅଟୋରେ ଚାଲାଣ ପାଇଁ ପ୍ୟାକିଂ ହୋଇଥିଲା । କିନ୍ତୁ ଅଟୋ ଡ୍ରାଭର ଜଣକ ଏହାକୁ ଠିକଣାସ୍ଥଳରେ ପହଞ୍ଚାଇବା ବଦଳରେ ନିଜେ ନେଇ ଫେରାର ହୋଇଯାଇଛି । ତେବେ ଅଣ୍ଡା ଲୋଡ଼ ହୋଇଥିବା ଅଟୋଟି ଏବେ ବି ନିଖୋଜ ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି ଏନେଇ ଯୋଗାଣକାରୀ ବ୍ୟକ୍ତି ମୋରାର ପୁଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ଯୋଗାଣକାରୀ ଜଣକ କହିଛନ୍ତି ଯେ, ଅଣ୍ଡା ଟ୍ରେ ଗୁଡ଼ିକ ଏକ ଅଟୋରେ ଲୋଡ଼ କରିଥିବାବେଳେ ପରିବା ଗୁଡ଼ିକ ଅନ୍ୟ ଏକ ଗାଡ଼ିରେ ଲୋଡ଼ କରିଥିଲେ । ହେଲେ ପରିବା ଗାଡ଼ି ନିର୍ଦ୍ଧାରିତ ସମୟରେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଥିବାବେଳେ ଅଣ୍ଡାଟ୍ରେ ଗୁଡ଼ିତକ ଧରି ଅଟୋ ଡ୍ରାଇଭର ଜଣକ ଫେରାର ହୋଇଯାଇଛି । ଫଳରେ ଅଣ୍ଡା ବୋଝେଇ ଅଟୋ ନପହଞ୍ଚିବା ପରେ ବହୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ ଉକ୍ତ ଅଟୋ କିମ୍ବା ଡ୍ରାଇଭରର କୌଣସି ପତ୍ତା ମିଳିନଥିଲା । ଏ ନେଇ ପୁଲିସ ପୁଲିସ ଏକ ଚୋରି ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ