ମ୍ୟାଟ୍ରିକ ପରୀକ୍ଷାରେ ଚୌଦ୍ୱାର ସରସ୍ୱତୀ ବିଦ୍ୟାମନ୍ଦିର ସଫଳତା: ଆଗରେ ଜସ୍ମିନ
ଚୌଦ୍ୱାର (ଏନ୍.ଏମ୍.): ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ବିଗତବର୍ଷ ଭଳି ଚୌଦ୍ୱାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶତପ୍ରତିଶତ ସଫଳତା ହାସଲ କରି ପାରିଛି । ଦୀର୍ଘ ବର୍ଷ ଧରି ଏହି ଶିକ୍ଷାନୁଷ୍ଠାନ ମ୍ୟାଟ୍ରିକ ରେଜଲ୍ଟରେ ସ୍ୱତନ୍ତ୍ରସ୍ଥାନ ଅଧିକାର କରି ଅଞ୍ଚଳରେ ଏକ ନିଆରା ପରିଚୟ ସୃଷ୍ଟି କରିପାରିଛି । ଚଳିତ ଶିକ୍ଷାବର୍ଷ ୨୦୨୧-୨୨ରେ ଏହି ଶିକ୍ଷାନୁଷ୍ଠାନରୁ ମୋଟ ୮୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ତେବେ ସେମାନଙ୍କ ମଧ୍ୟରୁ ୮ଜଣ ଏ ୱାନ, ୩୧ଜଣ ଏ ଟୁ, ୪୧ଜଣ ବି ୱାନ, ୬ଜଣ ବି ଟୁରେ ଉତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜସ୍ମିନ ମାହେଶ୍ୱରୀ ନାମକ ଛାତ୍ରୀ ୫୮୫ ନମ୍ବର (୯୭.୫ ପ୍ରତିଶତ) ରଖି ଅଞ୍ଚଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେହିଭଳି ଅର୍ଚ୍ଚିତା ମହାନ୍ତି ୫୬୯(୯୪.୮%), କିରଣ ରଥ ୫୬୧(୯୩.୫%), ଏସ.ପି. ଓମପ୍ରକାଶ ମୁଦୁଲି ୫୫୯(୯୩.୧%), ବିଶ୍ୱଜିତ ନାୟକ ୫୫୫ (୯୨.୫%), ଅଲିପ୍ତା ପାଢ଼ୀ ୫୪୫(୯୦.୮%), ଧନଞ୍ଜୟ ଶ୍ରୀଚନ୍ଦନ ୫୪୫(୯୦.୮%), ରୋଶନ ପ୍ରଧାନ ୫୪୪(୯୦.୬%) ନମ୍ବର ରଖି ଶିକ୍ଷାନୁଷ୍ଠାନର ଗୌରବ ବୃଦ୍ଧି କରାଇଛନ୍ତି ବୋଲି ଶିକ୍ଷାନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।
Congratulation 🤝God Bless You🙏