ମୋ ୱାର୍ଡ ଅଭିଯାନର ୨ୟ ଦିବସ: ସିଏମସି ୧୦ନମ୍ବର ୱାର୍ଡର ବିଭିନ୍ନ କାର୍ଯ୍ୟକ୍ରମ

ମୋ ୱାର୍ଡ ଅଭିଯାନର ୨ୟ ଦିବସ: ସିଏମସି ୧୦ନମ୍ବର ୱାର୍ଡର ବିଭିନ୍ନ କାର୍ଯ୍ୟକ୍ରମ

ମୋ ୱାର୍ଡ ଅଭିଯାନର ୨ୟ ଦିବସ: ସିଏମସି ୧୦ନମ୍ବର ୱାର୍ଡର ବିଭିନ୍ନ କାର୍ଯ୍ୟକ୍ରମ

News by Umakanta Jena (Cuttack)

#କଟକ(ଏନ୍‌.ଏମ୍‌.): ‘ମୋ ୱାର୍ଡ’ ଅଭିଯାନର ୨ୟ ଦିବସରେ ସିଏମସି ମେୟର ସୁବାସ ସିଂହ ୧୦ନମ୍ବର ୱାର୍ଡ଼ରେ ପରିମଳ ବ୍ୟବସ୍ଥାର ଦାୟିତ୍ୱରେ ଥିବା ସଂସ୍ଥା ତାହାର ପରିମଳ ବ୍ୟବସ୍ଥାର କିପରି ଭାବରେ କାର୍ଯ୍ୟ ପରିଚାଳନା କରୁଛି ସେନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ଅବସରରେ ମେୟର ସ୍ଥାନୀୟ କନିକା ଛକ ଠାରେ ଥିବା ହାଜିରା ପଏଣ୍ଟ ପାଖରେ ପହଞ୍ଚି, କର୍ମଚାରୀମାନଙ୍କ ଉପସ୍ଥାନ ତନଖିବା ସହିତ ୱାର୍ଡର ପରିମଳ ବ୍ୟବସ୍ଥା ଉପରେ ତଦାରଖ କରିଥିଲେ । ଉକ୍ତ ସମୟରେ ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର, କନିଷ୍ଠ ଯନ୍ତ୍ରୀ, ସହ ସାନିଟାରୀ ଅଧିକାରୀ, କର୍ପୋରେଟର ମୋନାଲିସା ଦାସ, କର୍ପୋରେଟର ବସନ୍ତ କୁମାର ବେହେରା, ଆସିଷ୍ଟାଣ୍ଟ କମିଶନର ତ୍ରିନାଥ ବେହେରା, ସାନିଟାରୀ ଇନ୍ସପେକ୍ଟର ପ୍ରତାପ କୁମାର ମହାନ୍ତି, ସ୍ୱଚ୍ଛ ସାଥି ବିପଶା ସାମଲ, ସୋନାଲି ମୁଖାର୍ଜି, ଚଇତାଳି ବର୍ଦ୍ଧନ, ପରେଶ ନାଥ ଦାସ, ଦେବେନ୍ଦ୍ର ପାଣିଗ୍ରାହୀ, ବିନୋଦ କୁମାର ପଣ୍ଡା, ଦୀପ୍ତିରଞ୍ଜନ ରାୟ, ସାକିଲ ଅଖାତର, କୁମାର ରାୟ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସିଏମସି ମେୟର ଶ୍ରୀ ସିଂହଙ୍କ ସହିତ ସିଏମସି କମିଶନର ନିଖିଲ ପବନ କଲ୍ୟାଣ, ମୁଖ୍ୟ ଯନ୍ତ୍ରୀ ନନ୍ଦ କିଶୋର ପାଲ, ୱାଟକୋର ସହକାରୀ ଯନ୍ତ୍ରୀ ଜଗନ୍ନାଥ ସାହୁ, ଯାଇକାର ଯନ୍ତ୍ରୀ ସ୍ୱର୍ଣ୍ଣପ୍ରଭା, କନିଷ୍ଠ ଯନ୍ତ୍ରୀ, କର୍ପୋରେଟର ମୋନାଲିଶା ଦାସ, ପରେଶ ନାଥ ଦାସ ପ୍ରମୁଖ ଓ ସ୍ଥାନୀୟ ସହି ମୁରବୀ, ସ୍ଥାନୀୟ ଜନ ସାଧାରଣ ମାନେ ଏକତ୍ର ହୋଇ ୱାର୍ଡ ରେ ଥିବା ସମସ୍ତ ସ୍କୁଲ, ଖେଳ ପଡିଆ, ଡାକ୍ତରଖାନା, ପାର୍କ, ନୂତନ ଭାବରେ ନିର୍ମାଣ ହେଉଥିବା ଡ୍ରେନ, ତାହାର ତଦାରଖ କରାଯିବା ସହିତ ଅଧିକାରୀମାନଙ୍କୁ କମିଶନର ଏବଂ ମେୟର ତୁରନ୍ତ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିଭଳି ମାନସିଂ ପାଟଣା ହାଇ ସ୍କୁଲ ପରିସର ରେ ୨୫୦ ଜଣ ସ୍ୱୟଂ ସହାୟିକା ଗୋଷ୍ଠୀ ସଭ୍ୟା ମାନଙ୍କୁ ନେଇ ଗୋଟିଏ ବୈଠକ ହୋଇଥିଲା । ଉକ୍ତ ବୈଠକରେ ମେୟରଙ୍କ ସହିତ ମହାନଗର ନିଗମର ଡେପୁଟି କମିଶନର ଶ୍ୱେତପଦ୍ମା ଡି ଶତପଥୀ କର୍ପୋରେଟର ମନାଲିଶା ଦାସ, କମ୍ୟୁନିଟି ଅର୍ଗାନଇଜର ସୁନନ୍ଦା ପୃଷ୍ଟି , ବ୍ଲକ ପ୍ରୋଗ୍ରାମ ଆସିସଷ୍ଟାଣ୍ଟ, ମିଶନ ଶକ୍ତି ବିବେକାନନ୍ଦ ଜେନା, ସିଟି ମିଶନ ସୁବ୍ରତ ଦାସ, ପରେଶ ନାଥ ଦାସ, ଦେବାଶିଷ ସ୍ୱାଇଁ, ଦେବେନ୍ଦ୍ର ପାଣିଗ୍ରାହୀ, ବିନୋଦ କୁମାର ପଣ୍ଡା ପ୍ରମୁଖ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ । ଏହି କ୍ରମରେ ପରବର୍ତ୍ତୀ କାର୍ଯ୍ୟକ୍ରମ ସ୍ୱରୂପ – ଶ୍ରମିକ କାର୍ଡ ହୋଲଡର ମାନଙ୍କ ସମସ୍ୟା, ଷ୍ଟ୍ରିଟ ଭେଣ୍ଡର, ଭିନ୍ନଭିନ୍ନ ଏନ.ଜି.ଓ.ମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରି ସେମାନଙ୍କ ସମସ୍ୟା ଦୂର କରିବାକୁ ସମସ୍ତ ପ୍ରୟାସ କରିବାକୁ ଚେଷ୍ଟା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ