ମୋଦିଙ୍କୁ ଚିଠି ଲେଖିଲେ ନବୀନ: ‘ଆହୁରି ୮ ମାସ ମାଗଣା ରାସନ ଦିଅ’

ମୋଦିଙ୍କୁ ଚିଠି ଲେଖିଲେ ନବୀନ: ‘ଆହୁରି ୮ ମାସ ମାଗଣା ରାସନ ଦିଅ’

ମୋଦିଙ୍କୁ ଚିଠି ଲେଖିଲେ ନବୀନ: ‘ଆହୁରି ୮ ମାସ ମାଗଣା ରାସନ ଦିଅ’


ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ)କୁ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଦେଇଛନ୍ତି । ପୂର୍ବ ଘୋଷଣା ମୁତାବକ ୭ ମାସ ମାଗଣା ରାସନ୍ ଦିଆଯାଇଥିବା ବେଳେ ଆହୁରି ୮ ମାସ ଏହାକୁ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ସମ୍ପ୍ରତି ରାଜ୍ୟରେ ମହାମାରୀର ପ୍ରଭାବ ସମ୍ପୂର୍ଣ୍ଣ ଭାବେ ଦୂର ହୋଇ ନାହିଁ । ଦେଶରେ ଏବେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଶସ୍ୟ ମହଜୁଦ ରହିଛି । ତେଣୁ ଲୋକଙ୍କ ପାଇଁ ଡିସେମ୍ବର ମାସରୁ ଆହୁରି ୮ ମାସ ମାଗଣା ରାସନ ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି । କରୋନା ମହାମାରୀ ବେଳେ ଲୋକଙ୍କୁ ସହାୟତା କରିବା ପାଇଁ କେନ୍ଦ୍ର ସରକାର ପିଏମଜିକେଏୱାଇ ଜରିଆରେ ୭ ମାସ ମାଗଣା ରାସନ ଦେଇଥିଲେ । ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ମୁଣ୍ଡପିଛା ମାସକୁ ୫ କିଲୋ ଚାଉଳ ଓ କାର୍ଡ ପିଛା ୧ କିଲୋ ଡାଲି ମାଗଣାରେ ଯୋଗାଇ ଦିଆଯାଉଛି । ଏବେ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୮୦.୨୬ ଲକ୍ଷ ପରିବାରର ୨.୮୬ କୋଟି ଲୋକ, ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ୧୨.୫୯ ପରିବାରର ୩୮.୬୪ ଲକ୍ଷ ଲୋକ ଓ ରାଜ୍ୟ ଖାଦ୍ୟ ଯୋଜନାରେ ୧.୧୬ ଲକ୍ଷ ପରିବାରର ୩.୭୮ ଲକ୍ଷ ଲୋକଙ୍କୁ ମାଗଣା ଚାଉଳ ଓ ଡାଲି ଯୋଗାଇ ଦିଆଯାଉଛି । ତେଣୁ କେନ୍ଦ୍ରସରକାର ଅଧିକ ୮ମାସ ସହାୟତା ଯୋଗାଇଦେଲେ ରାଜ୍ୟବାସୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାକ ଚିଠିରେ ଉଲ୍ଲେଖ କରିଛନ୍ତି ।

Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ