ମେୟରଙ୍କ ତତ୍ପରତା ଯୋଗୁଁ ଦୀର୍ଘ ଦିନର ସମସ୍ୟା ୨ଘଣ୍ଟାରେ ସମାଧାନ

ମେୟରଙ୍କ ତତ୍ପରତା ଯୋଗୁଁ ଦୀର୍ଘ ଦିନର ସମସ୍ୟା ୨ଘଣ୍ଟାରେ ସମାଧାନ

ମେୟରଙ୍କ ତତ୍ପରତା ଯୋଗୁଁ ଦୀର୍ଘ ଦିନର ସମସ୍ୟା ୨ଘଣ୍ଟାରେ ସମାଧାନ

News by Kanhu charan Panda (Cuttack)

କଟକ(ଏନ୍‌.ଏମ୍‌.): କଟକ ସହରର ଦୀର୍ଘ ଦିନର ସମସ୍ୟାକୁ ମେୟର ୨ଘଣ୍ଟାରେ ସମାଧାନ କରିପାରିଛନ୍ତି । ତେବେ ସିଏମସି ମେୟର ସୁବାସ ସିଂହଙ୍କ ତତ୍ପରତା ଯୋଗୁଁ ଦୀର୍ଘ ଦିନ ଧରି ହୋଇପାରୁନଥିବା କାର୍ଯ୍ୟ ସଂଗେ ସଂଗେ ହୋଇ ପାରୁଥିବା ଚର୍ଚ୍ଚା ହେଉଛି । ତେଣୁ ମେୟରଙ୍କ କାର୍ଯ୍ୟଦକ୍ଷତା ନେଇ ବିଭିନ୍ନ ମହଲରେ ପ୍ରଶଂସା ଶୁଣିବାକୁ ମିଳିଛି । ସୂଚନା ଅନୁଯାୟୀ, ସ୍ଥାନୀୟ ଗୌରୀଶଙ୍କର ପାର୍କ ମୁଖ୍ୟ ରାସ୍ତାରେ ଏକ୧୦ଫୁଟର ଗର୍ତ୍ତ ହୋଇଥିବା ବିଷୟରେ ସୋସିଆଲ ମେଡିଆରୁ ମେୟର ଶ୍ରୀ ସିଂହ ସୂଚନା ପାଇଥିଲେ । ତେବେ ସୂଚନା ପାଇବାର ୨୦ ମିନିଟ ମଧ୍ୟରେ ମେୟର ସ୍ଥାନୀୟ ୧୮ନମ୍ବର ୱାର୍ଡର କର୍ପୋରେଟର ଓ ଅନ୍ୟାନ କର୍ମକର୍ତ୍ତାଙ୍କ ନେଇ ତୁରନ୍ତ ଗର୍ତ୍ତ ଥିବା ସ୍ଥାନରେ ପହଞ୍ôଚ ସ୍ଥିତିର ସମୀକ୍ଷା କରିଥିଲେ । ତେବେ ଦୀର୍ଘ ଦିନ ଧରି ରାସ୍ତାରେ ଗର୍ତ୍ତ ରହିଥିବା ନେଇ ମେୟର ଉଦ୍‌ବେଗ ପ୍ରକାଶ କରିବା ସହ ତତକ୍ଷଣାତ ମୁନସିପାଲିଟିର ବିଭାଗୀୟ କର୍ମକର୍ତ୍ତା ଓ ଜାଇକା କର୍ମକର୍ତ୍ତାଙ୍କ ସହିତ ଯୋଗାଯୋଗ କରି ମାତ୍ର୨ଘଣ୍ଟା ସମୟ ମଧ୍ୟରେ ୧୦ଫୁଟର ଗର୍ତ୍ତକୁ ଯୁଦ୍ଧକାଳୀନ ଭିତିରେ ପୋତାଯାଇଥିଲା । ଏପରିକି ବର୍ଷା ଢୁଢୁ ହେଉଥିବା ସମୟରେ ମେୟରଙ୍କର ଏତାଦୃଶ କାର୍ଯ୍ୟକୁ ଦେଖି ସେହିରାସ୍ତାରେ ଯାଉଥିବା ପଥଚାରି ଏବଂ ସ୍ଥାନୀୟ ବାସିନ୍ଦା ଭୁୟସୀ ପ୍ରଶଂସା କରିଛନ୍ତି । ତେବେ ଏହି କାର୍ଯ୍ୟକୁ ଠିକ ସମୟରେ ଶେଷ କରିଥିବାରୁ କରିଥିବାରୁ ମେୟର ଶ୍ରୀ ସିଂହ ଜାଇକା କର୍ତ୍ତୃପକ୍ଷ ଏବଂ ସିଏମସି ଅଧିକାରୀଙ୍କୁ ସାଧୁବାଦ ଜଣାଇଛନ୍ତି । ଉକ୍ତ କାର୍ଯ୍ୟକୁ ତଦାରଖ ସମୟରେ ମେୟରଙ୍କ ସହିତ ୧୮ନମ୍ବର ୱାର୍ଡ କର୍ପୋରେଟର ମହମ୍ମଦ ଇଫତେକାର ଆଲାମ, ଦେବେନ୍ଦ୍ର ପାଣିଗ୍ରାହୀ, ଜଗନ୍ନାଥ ସାହୁ ପ୍ରମୁଖ ଅଞ୍ଚଳବାସୀ ସହଯୋଗ କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ