ମେଲାଣି ନେଉଛନ୍ତି ଜଗତଜନନୀ, ଦେବୀଗଡ଼ାରେ ମେଢ଼ ବିସର୍ଜନ

ମେଲାଣି ନେଉଛନ୍ତି ଜଗତଜନନୀ, ଦେବୀଗଡ଼ାରେ ମେଢ଼ ବିସର୍ଜନ

ମେଲାଣି ନେଉଛନ୍ତି ଜଗତଜନନୀ, ଦେବୀଗଡ଼ାରେ ମେଢ଼ ବିସର୍ଜନ

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): ଆଜି ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ଜଗତଜନନୀ ମା’ ଦୁର୍ଗା । ଲଗାଣ ବର୍ଷା ସତ୍ତ୍ୱେ ଟୁଇନ୍ ସିଟିରେ ଭସାଣ ଉତ୍ସବ ବେଶ ଜମିବାରେ ଲାଗିଛି । ସତେ ଯେମିତି ବର୍ଷାକୁ ସହରବାସୀଙ୍କ ଖାତିର ନାହିଁ । ଐତିହାସିକ କଟକ ଦଶହରାରେ ପୂଜାପାଇଥିବା ମୂର୍ତ୍ତିମାନଙ୍କ ବିସର୍ଜନ ନିମନ୍ତେ ଅସ୍ଥାୟୀ ଜଳାଶୟ ହେବା ସହ ଭିଡ଼ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ସହରରେ ୫୫ ପ୍ଲାଟୁନ୍ ପୁଲିସ ମୁତୟନ ହୋଇଛନ୍ତି । କାଠଯୋଡ଼ିର ଦେବୀଗଡ଼ାରେ ୧୭୨ଟି ମେଢ଼ ବିସର୍ଜନ କରାଯିବାକୁ ଥିବା ବେଳେ ସଂଧ୍ୟାସୁଦ୍ଧା ୬୦ ପ୍ରତିଶତ ମେଢ଼ ବିସର୍ଜନ ଶେଷ ହୋଇଥିବା ଜଣାପିଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପ୍ରବଳ ବର୍ଷା ସତ୍ତ୍ୱେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ବିସର୍ଜନ ଜାରି ରହିଛି । ରାଜଧାନୀରେ ଭସାଣୀ ଶୋଭାଯାତ୍ରାକୁ ପରିଚାଳନା କରିବା ନିମନ୍ତେ ୧୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ତେବେ କଟକରେ କାଭାଁ କେତୋଟି ସ୍ଥାନରେ ସାମାନ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିଥିବାବେଳେ ମୋଟାମୋଟି ଭାବେ ସହରରେ ଶାନ୍ତିଶୃଙ୍ଖଳାର ସହ ଭସାଣି ଶୋଭାଯାତ୍ରା ହୋଇଛି । ବିଶେଷ କରି ବର୍ଷା ଯୋଗୁଁ ଭସାଣି ଶୋଭାଯାତ୍ରାର ମଜା ଫିକା ପଡ଼ିଯାଇଥିଲା । ମୂର୍ତ୍ତିମାନଙ୍କୁ ଜରି ଘୋଡ଼ାଇ ଶୋଭାଯାତ୍ରାରେ ନିଆଯାଇଥିଲା ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ