ମୁଣ୍ଡଳୀ ବ୍ରିଜ ଉପରେ ସ୍କୁଟି ଓ ମୋବାଇଲ ରଖି ମହାନଦୀକୁ ଡେଇଁଲେ ଯୁବକ

ମୁଣ୍ଡଳୀ ବ୍ରିଜ ଉପରେ ସ୍କୁଟି ଓ ମୋବାଇଲ ରଖି ମହାନଦୀକୁ ଡେଇଁଲେ ଯୁବକ

ମୁଣ୍ଡଳୀ ବ୍ରିଜ ଉପରେ ସ୍କୁଟି ଓ ମୋବାଇଲ ରଖି ମହାନଦୀକୁ ଡେଇଁଲେ ଯୁବକ


କଟକ(ଏନ୍‌.ଏମ୍‌.): କଟକ ମୁଣ୍ଡଳୀ ବ୍ରିଜ ଉପରେ ଆଜି ଅପରାହ୍ନରେ ପୁଣି ଏକ ଅଘଟଣ ଘଟିଛି । ଜଣେ ଯୁବକ ବ୍ରିଜ ଉପରେ ସ୍କୁଟି ଓ ମୋବାଇଲ୍ ରଖି ମହାନଦୀକୁ ଡେଇଁ ପଡ଼ିଥିବା ଜଣାପଡ଼ିଛି । ଦୀର୍ଘ ସମୟ ଧରି ଅଗ୍ନିଶମ ବାହିନୀର ଓଡ୍ରାଫ ଟିମ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନାହିଁ । ନଦୀକୁ ଡିଆଁ ମାରିବାର କାରଣ ଜଣାପଡ଼ିନଥିଲେ ମଧ୍ୟ ଯୁବକଙ୍କ ଘର ଭୁବନେଶ୍ୱରର ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ ମହାନଦୀର ମୁଣ୍ଡଳୀ ବ୍ରିଜ ସବୁବେଳେ ବ୍ୟସ୍ତବହୁଳ ରହିଥାଏ । ବହୁ ଲୋକ ଏହି ରାସ୍ତାରେ ଯାତାୟତ କରୁଥିବାବେଳେ ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ହଠାତ୍ ଜଣେ ଯୁବକ ବ୍ରିଜ୍ ଉପରେ ସ୍କୁଟି, ହେଲମେଟ ଓ ମୋବାଇଲ ରଖି ମହାନଦୀକୁ ଡେଇଁ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । କେହିକିଛି ବୁଝିବା ପୂର୍ବରୁ ଯୁବକ ଜଣକୁ ନଦୀକୁ ଡିଆଁ ମାରି ଦେଇଥିଲେ । ତାଙ୍କ ଗାଡ଼ି ନମ୍ୱର(ଓଡ଼ି-୦୭-ପି-୧୨୮୬)ବୋଲି ଜଣାପଡ଼ିଛି । ତେବେ ଏଭଳି ଘଟଣା ଦେଖିବା ପରେ ସ୍ଥାନୀୟ ଲୋକେ ଏନେଇ ବାରଙ୍ଗ ଥାନା ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୋବାଇଲ୍ ଯାଞ୍ଚ କରିଥିଲେ । ମୋବାଇଲରୁ ପରିବାର ଲୋକଙ୍କ ସମ୍ପର୍କରେ ସୂଚନା ପାଇବା ସହ ପରିବାର ଲୋକଙ୍କୁ ଫୋନ୍ କରି ପୂରା ଘଟଣା କହିଥିଲେ । ଏବେ ଅଗ୍ନିଶମ ବାହିନୀ ତରଫରୁ ଖୋଜାଖୋଜି ଜାରି ରହିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ