ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟନ ହେଲା ବାୟୁ ସ୍ୱାସ୍ଥ୍ୟସେବା

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟନ ହେଲା ବାୟୁ ସ୍ୱାସ୍ଥ୍ୟସେବା

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟନ ହେଲା ବାୟୁ ସ୍ୱାସ୍ଥ୍ୟସେବା
ମାଲକାନଗିରି, ନବରଙ୍ଗପୁର, ନୂଆପଡା ଓ କଳାହାଣ୍ଡି ଜନସାଧାରଣ ପାଇବେ ଉନ୍ନତ ସ୍ୱାସ୍ଥ୍ୟସେବା


ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟର ଯେଉଁ ଅଞ୍ଚଳକୁ ସଡ଼କ ପଥରେ ଆମ୍ବୁଲାନ୍ସ ପହଞ୍ôଚବା କଷ୍ଟ ସାଧ୍ୟ ହେଉଛି ସେଭଳି ଉପାନ୍ତ ଅଞ୍ଚଳର ଜନସାଧାରଣଙ୍କୁ ତ୍ୱରିତ ଏବଂ ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାୟୁ ସ୍ୱାସ୍ଥ୍ୟସେବାକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ଆଜି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଜ ପତାକା ଦେଖାଇ ବାୟୁ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ କରିଥିଲେ । ଏଥିସହିତ ଏକ ଡାକ୍ତରୀ ଦଳକୁ ନେଇ ଭୁବନେଶ୍ୱରରୁ ମାଲକାନଗିରିକୁ ପ୍ରଥମ ବିମାନ ଉଡାଣ କରିଥିଲା । ତେବେ ଏହି ସେବା ଦ୍ୱାରା ପ୍ରାଥମିକ ପର୍ଯ୍ୟାୟରେ ଆଦିବାସୀବହୁଳ ମାଲକାନଗିରି, ନବରଙ୍ଗପୁର, ନୂଆପଡା ଓ କଳାହାଣ୍ଡି ଆଦି ୪ଟି ଜିଲ୍ଲାର ଜନସାଧାରଣ ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ରାଜ୍ୟର କୌଣସି ବ୍ୟକ୍ତି ସ୍ୱାସ୍ଥ୍ୟସେବାରୁ ବଞ୍ôଚତ ରହିବେ ନାହିଁ । ତେଣୁ ବିଭିନ୍ନ ମେଡିକାଲ କଲେଜ ଓ କର୍ପୋରେଟ ହସପିଟାଲଗୁଡିକର ଦକ୍ଷ ଓ ସ୍ୱନାମଧନ୍ୟ ଡାକ୍ତରମାନେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଏହିସବୁ ଜିଲାର ଚିକିତ୍ସାଳୟକୁ ବିମାନ ଯୋଗେ ଯାଇ ସେଠରେ ହୃଦରୋଗୀ, ସ୍ନାୟୁରୋଗୀ, କିଡନି ଓ ମୂତ୍ରାଶୟ ରୋଗୀଙ୍କ ଭଳି ସୁପର ସ୍ପେଶାଲିଟି ସେବା ଆବଶ୍ୟକ କରୁଥିବା ରୋଗୀଙ୍କର ପରୀକ୍ଷା ଓ ଚିକିତ୍ସା ସେବା ଯୋଗାଇଦେବେ । ଏଥିପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ । ବାୟୁ ସ୍ୱାସ୍ଥ୍ୟସେବା ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଖୁସି ବ୍ୟକ୍ତ କରିବା ସହିତ ଏହାଦ୍ୱାରା ଏହି ୪ଟି ଜିଲାର ଗରିବ ଜନସାଧାରଣ ଉନ୍ନତ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ଆଶା ପ୍ରକାଶ କରିଥିଲେ । ବିମାନ ବନ୍ଦରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭି.କେ. ପାଣ୍ଡିଆନ ଏବଂ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ