ରାଜ୍ୟର ସବୁଠାରୁ ଦୀର୍ଘତମ ସେତୁକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ସବୁଠାରୁ ଦୀର୍ଘତମ ସେତୁକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ସବୁଠାରୁ ଦୀର୍ଘତମ ସେତୁକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ


ବଡ଼ମ୍ବା(ଏନ୍‌.ଏମ୍‌.): କଟକ ଜିଲ୍ଲା ଅନ୍ତର୍ଗତ ବଡ଼ମ୍ବା ବ୍ଲକର ଗୋପୀନାଥପୁର ଠାରେ ମହାନଦୀ ଉପରେ ରାଜ୍ୟର ସବୁଠାରୁ ଦୀର୍ଘତମ ସେତୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ୩.୪ କିଲୋମିଟର ଦୀର୍ଘ ଏହି ସେତୁର ଆକାର ଇଂରାଜୀ (ଟି)ଅକ୍ଷର ସଦୃଶ ହୋଇଥିବାବେଳେ ଏଭଳି ସେତୁ ରାଜ୍ୟର ପ୍ରଥମ ବୋଲି ଜଣାପଡ଼ିଛି । ତେବେ ଏହି ସେତୁ ନିର୍ମାଣ ପାଇଁ ୧୧୧ କୋଟି ଟଙ୍କା ବ୍ୟୟ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନୟକ ୨୦୧୪ ମସିହାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ସେତୁ ବଡ଼ମ୍ବା ନରସିଂହପୁରରୁ ବାଙ୍କୀ ବୈଦେଶ୍ୱରକୁ ସଂଯୋଗ କରିବା ସହିତ ନଦୀରେ ଅବସ୍ଥିତ ସିଂହନାଥ ମନ୍ଦିରକୁ ମଧ୍ୟ ସଂଯୋଗ କରୁଛି । ଏହି ସେତୁ ଯୋଗୁ ବଡ଼ମ୍ବାରୁ ବାଙ୍କୀ ବୈଦେଶ୍ୱରର ଦୂରତ୍ୱ ୪୫ କିଲୋମିଟର ହ୍ରାସ ପାଇଥିବା ଜଣାପଡ଼ିଛି । ଫଳରେ ଏହି ସେତୁ ନିର୍ମାଣ ଦ୍ୱାରା ନିକଟସ୍ଥ ଅଞ୍ଚଳର ୫ ଲକ୍ଷରୁ ଅଧିକ ଜନସାଧାରଣଙ୍କ ଗମନାଗମନରେ ସୁବିଧା ହେବ । ଏଥି ସହିତ ଅଞ୍ଚଳରେ କୃଷି, ବାଣିଜ୍ୟ ଓ ପର୍ଯ୍ୟଟନର ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଜି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଓ ବାଙ୍କୀ ବିଧାୟକ ଦେବୀ ପ୍ରସନ୍ନ ତ୍ରିପାଠୀଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ