ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବାଦାମବାଡି ଖବରକାଗଜ ବିତରକ ସଂଘ

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବାଦାମବାଡି ଖବରକାଗଜ ବିତରକ ସଂଘ

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବାଦାମବାଡି ଖବରକାଗଜ ବିତରକ ସଂଘ


କଟକ(ଏନ୍‌.ଏମ୍‌.): ଖବରକାଗଜ ହକର ମାନଙ୍କ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ସହାୟତା ବ୍ୟବସ୍ଥା କରିବା ପରିପ୍ରେକ୍ଷୀରେ ଆଜି କଟକ ବାଦାମବାଡ଼ି ଖବରକାଗଜ ବିତରକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟଙ୍କ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ବାଦାମବାଡ଼ି ପୁରୁଣା ଏଲଆଇସି କଲୋନୀ କମ୍ୟୁନିଟ ହଲରେ ଆୟୋଜିତ ସାଧାରଣ ସଭାରେ ସମସ୍ତ ହକରମାନେ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଥିଲେ । ଦୀର୍ଘଦିନର ବ୍ୟବଧାନ ପରେ ଖରା, ବର୍ଷା, ଶୀତ କାକରରେ ଜନସାଧାରଣମାନଙ୍କୁ ଖବର କାଗଜ ବିତରଣ ପୂର୍ବକ ସେବା ଯୋଗାଇଦେଇ ଆସୁଥିବା ହକରମାନଙ୍କୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇଥିବା ଉପସ୍ଥିତ ବକ୍ତାମାନେ ମତପୋଷଣ କରିଥିଲେ । କଟକ ଜିଲ୍ଲାର ୮ ଶହ ୨୨ ଜଣ ପଞ୍ଜିକୃତ ହକରଙ୍କୁ ମୁଖ୍ୟମନ୍ତ୍ରୀ ୬ ହଜାର ଟଙ୍କା ଲେଖାଁଏ ଅର୍ଥରାଶି ଯୋଗାଇ ଦେବା ଶହ ଦୁଃର୍ଘଟଣା ଜନିତ ମୃତ୍ୟୁରେ ୨ଲକ୍ଷ, ସ୍ୱଭାବିକ ମୃତ୍ୟୁରେ ୧ଲକ୍ଷ ଟଙ୍କା ଏବଂ ଭିନ୍ନକ୍ଷମ ହୋଇଗଲେ ୧.୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି । ଭାରତ ଇତିହାସରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତିକୁ ସାରା ଓଡିଶାରେ ସ୍ୱାଗତ କରୁଥିବା ବେଳେ ଆଜି କଟକ ହକରମାନେ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି । ସଂଘ ପକ୍ଷରୁ ସଭାପତି ବସନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସମସ୍ତ ବିତରକ ବନ୍ଧୁ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସଭା ପ୍ରାରମ୍ଭରେ ପୂର୍ବତନ ଖବରକାଗଜ ବିତରକ ଜ୍ଞାନଚାନ୍ଦ ପାଢ଼ୀଙ୍କ ବିୟୋଗ ହୋଇଥିବାରୁ ଆତ୍ମାର ସଦଗତି ନିମନ୍ତେ ନୀରବ ପାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କଟକର ବିଭିନ୍ନ ପ୍ରାନ୍ତରୁ ଯଥା-ବାଦାମବାଡି, ଷ୍ଟେସନବଜାର, ନୂଆବଜାର, ବକ୍ସିବଜାର ଏବଂ ସିଡିଏର ଖବଜକାଗଜ ବିତରକ ସଂଘର କର୍ମକତ୍ତାଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ଜେନା, ସମ୍ପାଦକ ରାଧେଶ୍ୟାମ ଦାସ, ସହ-ସମ୍ପାଦକ ଅଭୟ ବେହେରା, ବିଷ୍ଣୁ ଦାସ, ସୁନାକର ମହାନ୍ତି, ରଞ୍ଜନ ବିଶୋଇ, ପତିତପାବନ ପଣ୍ଡା, ସନାତନ ସାହୁଙ୍କ ସମେତ ବହୁ ବିତରକ ବନ୍ଧୁମାନେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି