ମା’ ଇଚ୍ଛାମୟୀ ରାଜ୍ୟରେ ଓଡ଼ିଆ ଭାଷା ଓ ପ୍ରଚାରରେ ଥିଲେ ପ୍ରେରଣାଦାତ୍ରୀ

କଟକ(ଏନ୍.ଏମ୍.): ପ୍ରାୟ ସାତ ଦଶନ୍ଧିରୁ ଉର୍ଦ୍ଧ୍ୱ ହେବ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ସୁଦୂର ନାଗପୁର, ରାୟବରେଳୀ, ବିଳାସପୁର, ରାୟପୁର, କଟନୀ, ଓ ସିଲିଆରି ପ୍ରଭୃତି ରାଜ୍ୟ ବାହାର ସହରରେ ପ୍ରଚଳନ କରିବା ସହ ଏହାର ବହୁଳ ପ୍ରଚାର ଓ ପ୍ରସାର ମା’ଇଚ୍ଛାମୟୀ ରାଉତରାୟ ଥିଲେ ପ୍ରେରଣାଦାତ୍ରୀ । ମହିୟସୀ ନାରୀ ନେତ୍ରୀ ମା ରମାଦେବୀଙ୍କର ଥିଲେ ସହକର୍ମୀ । ମର୍କତନଗର ସିଡ଼ିଏ -୯ ସ୍ଥିତ ଇଚ୍ଛା-ତୀର୍ଥ ନିଳୟମ୍ ତାଙ୍କର ସପ୍ତଦଶ ପୂଣ୍ୟତିଥିରେ ଉପସ୍ଥିତ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ମତବ୍ୟକ୍ତ କରିବା ସହ ଅମ୍ଳାନ ସ୍ମୃତିଚାରଣ ସହ ସଶ୍ରଦ୍ଧା ପୂର୍ବକ ସ୍ମୃତିଅର୍ଘ୍ୟ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଡକ୍ଟର ସତ୍ୟ ରାୟ, ନିତ୍ୟାନନ୍ଦ ମିଶ୍ର, ଧରଣୀଧର ପଟ୍ଟନାୟକ, ପ୍ରାକ୍ତନ ସହନିର୍ଦ୍ଦେଶକ ଉଦ୍ୟାନ ବିଭାଗ ନେତ୍ରାନନ୍ଦ ରାଉତ, ଗିରିବାଳା ବେହେରା, ରବିନ୍ଦୀ ନାଥ ଷଡ଼ଙ୍ଗୀ, ଭାଗୀରଥୀ ରାଉତ, ବିଜୟ କୁମାର ପାତ୍ର, ନଳିନୀ କୁମାର ରାୟ, ଭୁବନାନନ୍ଦ ମହାନ୍ତି, ଗିରିଶ କୁମାର ଦାସ, ଦିପ୍ତୀମୟୀ ରାଉତ, ସବିତା ରାଉତରାୟ, ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ପ୍ରିତୀମୟୀ ରାଉତରାୟ, ବିକ୍ରମ ସାହୁ, ଶଚିକାନ୍ତ ନାଥ, ଅକ୍ଷୟ କୁମାର ପ୍ରଧାନ, ପଙ୍କଜବାସିନୀ ମହାନ୍ତି, ନୃସିଂହଚରଣ ସ୍ୱାଇଁ, ସତ୍ୟନାରାୟଣ ଦାସ, ପ୍ରତାପ କୁମାର ଜେନା, କିରଣବାଳା ସ୍ୱାଇଁ, ସସ୍ମିତା ଦେବତା, କ୍ଷିତୀଶ କୁମାର ମହାନ୍ତି ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉକ୍ତ ପୁଣ୍ୟ ତିଥିରେ ଯୋଗଦେଇ ମା’ଇଚ୍ଛାମୟୀଙ୍କ ଅମର ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଇଚ୍ଛାମୟୀଙ୍କ ସୁପୁତ୍ର ଉତ୍କଳଭୂଷଣ ରାଉତରାୟ ପରିଚାଳନା କରିଥିଲେ ।