ମାହାଙ୍ଗା ହତ୍ୟାକାଣ୍ଡ ମାମଲା: ଯମ ଦେଖାଇଲା ଡେମୋ

ମାହାଙ୍ଗା ହତ୍ୟାକାଣ୍ଡ ମାମଲା: ଯମ ଦେଖାଇଲା ଡେମୋ

ମାହାଙ୍ଗା ହତ୍ୟାକାଣ୍ଡ ମାମଲା: ଯମ ଦେଖାଇଲା ଡେମୋ

ଫଟୋ- ରମେଶ ଦାସ (ମାହାଙ୍ଗା)


ମାହାଙ୍ଗା(ଏନ୍‌.ଏମ୍‌.):
ମାହାଙ୍ଗା, ବହୁ ଚର୍ଚ୍ଚିତ କୁସୁପୁର ଗଣହତ୍ୟା ଘଟଣା ସାରା ଓଡିଶାକୁ ଦୋହଲାଇଦେଇଥିବା ବେଳେ, କୁସୁପୁର ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି । ସାମାନ୍ୟ ସମ୍ପତ୍ତି ପାଇଁ ହତ୍ୟାକାଣ୍ଡ । ଭାଇ, ଭାଉଜ, ପୁତୁରା, ଝିଆରୀ ସମେତ ୫ଜଣଙ୍କୁ ହତ୍ୟା କରି ଥାନରେ ଆତ୍ମ ସମର୍ପଣ କରିଛି ଅଭିଯୁକ୍ତ । ତେବେ ସମସ୍ତ କଥା ପୁଲିସ ଆଗରେ ମାନି ନେଇଥିବାବେଳେ ଅଭିଯୁକ୍ତ ଆଜି ଘଟଣା ସ୍ଥଳକୁ ଯାଇ ମାହାଙ୍ଗା ପୁଲିସକୁ ହତ୍ୟାକାଣ୍ଡର ଡେମୋ ଦେଖାଇଛି । ଅଭିଯୁକ୍ତ ଶିବ ସାହୁ ଭାଇର ସମ୍ପୂର୍ଣ୍ଣ କୂଳ ବୁଡ଼ାଇବା ଘଟଣାର କାହାଣୀକୁ ଡେମୋ ମାଧ୍ୟମରେ ପ୍ରଦର୍ଶିତ କରିଛନ୍ତି । ଏହି ସମୟରେ କୁସୁପୁର ଗ୍ରାମରେ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏଥିପାଇଁ ପ୍ରଶାସନ ତରଫରୁ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଅବଶ୍ୟ ପୁଲିସ କୌଣସି ସାମ୍ବାଦିକମାନଙ୍କୁ କ୍ରାଇମ ସ୍ପଟକୁ ଅନୁମତି ଦେଇ ନଥିଲା । ଘଟଣା ସ୍ଥଳରେ ସାଲେପୁର ଏସଡିପିଓ, ମାହାଙ୍ଗା ତହସିଲଦାର, ମାହାଙ୍ଗା ଆଇଆଇସି ଏବଂ ଆଡିସନାଲ ଏସପି ଅଶୋକ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାୟ ୪୫ ମିନିଟ ଧରି ଡେମୋ ଦେଖାଇଲା ପରେ ଦୁଇଟି ବସ୍ତା ପ୍ୟାକିଂ କ୍ରାଇମ ସ୍ପଟରୁ ପୁଲିସ ଦ୍ୱାରା ଅଣାଯାଇଥିଲା । ଗୋଟିଏ ଶାବଳ ସହିତ ଷ୍ଟାଣ୍ଡ ଫ୍ୟାନ କଭର ମଧ୍ୟ ଜବତ କରାଯାଇଛି । ଅଭିଯୁକ୍ତ ଶିବ ସାହୁ ଏକା ହିଁ ନିଜ ଭାଇ ପରିବାରର ସମସ୍ତଙ୍କୁ ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଛି । ଜମିବାଡ଼ି ବିବାଦ ଲାଗି ରହିଥିବାରୁ ଦୀର୍ଘ ଦିନ ହେଲା ଭାଇ-ଭାଇ ଭିତରେ ଶତ୍ରୁତା ରହିଥିଲା । ଘଟଣା ଦିନ ସନ୍ଧ୍ୟାରେ ଖାଇପିଇ ଶିବ ବଡ଼ ଭାଇ ଘରେ ପହଞ୍ଚିଥିଲା । ସେ କହିବା ଅନୁଯାୟୀ ପ୍ରଥମେ ଭାଉଜକୁ କଟୁରୀରେ ହାଣିଥିଲା । ପରେ ଭାଇକୁ ହାଣି ହତ୍ୟା କରିଥିଲା । ତା’ ପରେ ୨ ପୁତୁରା ଓ ଝିଆରୀକୁ ମଧ୍ୟ ମାରିଥିଲା । ତେବେ ଅଧିକ ତଥ୍ୟ ପାଇଁ ଆଡିସନାଲ ଏସପି ମୁହଁ ଖୋଲି ନଥିଲେ । ମାତ୍ର ସାଧାରଣରେ ଏବେବି ପ୍ରଶ୍ନ ବାଚୀ ସୃଷ୍ଟି କରୁଛି ସତରେ କଣ ଶିବ ଏପରି ଜଘନ୍ୟ ହତ୍ୟା କାଣ୍ଡ ଘଟାଇଛି ନା ତା ସହିତ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି । ଯମ ସାଜି ନେଇଗଲା ପାଞ୍ଚ ପାଞ୍ଚଟି ଜୀବନ । ନର ରାକ୍ଷସ ପାଲଟି ଗଲା ଦାଦା । ଝିଆରୀ ପୁତୁରାଙ୍କ ପ୍ରତି ଟିକେ ବି ଦୟା ଆସିଲାନି । ପୁଲିସ ତାର ତଦନ୍ତ କାର୍ଯ୍ୟକ୍ରମ ଜାରି ରଖିଛି । ସମସ୍ତ ରିପୋର୍ଟ ହସ୍ତଗତ ହେବା ପରେ ପୁଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ହତ୍ୟାକାଣ୍ଡର ପୂର୍ଣ୍ଣ ବିବରଣୀ ପ୍ରଦାନ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ