ମାହାଙ୍ଗା ଆଇଆଇସ ନିହାର ରଞ୍ଜନ ମହାନ୍ତିଙ୍କ ପତ୍ନୀ ନୀନା ଏବେ ଭିଜିଲାନ୍ସ ଜାଲରେ

ମାହାଙ୍ଗା ଆଇଆଇସ ନିହାର ରଞ୍ଜନ ମହାନ୍ତିଙ୍କ ପତ୍ନୀ ନୀନା ଏବେ ଭିଜିଲାନ୍ସ ଜାଲରେ

ମାହାଙ୍ଗା ଆଇଆଇସ ନିହାର ରଞ୍ଜନ ମହାନ୍ତିଙ୍କ ପତ୍ନୀ ନୀନା ଏବେ ଭିଜିଲାନ୍ସ ଜାଲରେ


ମାହାଙ୍ଗା(ଏନ୍‌.ଏମ୍‌.): ଭିଜିଲାନ୍ସ ଜାଲରେ ମାହାଙ୍ଗା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତିଙ୍କ ପତ୍ନୀ ନିନା ବେଉରା । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ନୀନାଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ ନୀନା ରାୟଗଡା ଜିଲ୍ଲା ଅବକାରୀ ବିଭାଗର ଅଧିକ୍ଷକ ଥିଲେ । ତେବେ ଗତ କାଲି ବିଳମ୍ବିତ ରାତିରେ ନୀନା ରାୟଗଡାରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିବା ବେଳେ ନିନା ବେଉରାଙ୍କୁ ପିଛା କରିଥିଲା ଭିଜିଲାନ୍ସ ଟିମ । ଶେଷରେ ଗାଡି ଭିତରୁ ନଗଦ ୬ ଲକ୍ଷ ଟଙ୍କା ମଧ୍ୟ ଜବତ କରିଥିଲା । ଗାଡ଼ିରେ ଏତେ ଟଙ୍କା ନେଇ କୁଆଡେ ଯାଉଥିଲେ ଏବଂ କେଉଁଠୁ ଆଣିଲେ ସେ ନେଇ ଭିଜିଲାନ୍ସ ପଚାରିଥିବାବେଳେ ନୀନାଙ୍କ ଠାରୁ ସନ୍ତୋଷ ଜନକ ଉତ୍ତର ମିଳିନଥିବା ଭିଜିଲାନ୍ସ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି । ଏହାପରେ ନୀନାଙ୍କୁ ଭିଜିଲାନ୍ସ ଗିରଫ କରିବା ସହ ତାଙ୍କ ସ୍ୱାମୀ ଶ୍ରୀ ମହାନ୍ତିଙ୍କୁ ମଧ୍ୟ ଭିଜିଲାନ୍ସ ରାତି ସାରା ଖୋଜୁଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ନୀନାଙ୍କ ରାୟଗଡ଼ା ଅବକାରୀ ଅଧିକ୍ଷକଙ୍କ ବାସଭବନ ସହିତ ଶଶୁର ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ।
ମିଳିଥିବା ସୂଚନା ଅନୁଯାୟୀ,ନୀନାଙ୍କ ସ୍ୱାମୀ ନିହାର ରଞ୍ଜନ ମହାନ୍ତି ମାହାଙ୍ଗା ଥାନାରେ ଆଇଆଇସି ଭାବେ କାର୍ଯ୍ୟ କରନ୍ତି । ଭିଜିଲାନ୍ସ ମାହାଙ୍ଗା ସ୍ଥିତ ବାସଭବନ ରେଡ୍ ବେଳେ ବାଧା ଦେଖାଦେଇଥିଲା । ଆଇଆଇସି ରେଡ୍ ସୂଚନା ପାଇ ଘରେ ତାଲା ମାରି ପଳାଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହାପରେ ଆଇଆଇସିଙ୍କୁ ଭୁବନେଶ୍ୱରସ୍ଥିତ ଭିଜିଲାନ୍ସ ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ନିର୍ଦ୍ଦେଶ କ୍ରମେ ଆଇଆଇସି ଭିଜିଲାନ୍ସ କାର୍ଯ୍ୟାଳୟରେ ହାଜର ହୋଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ରେଡ୍ ଖବର ପାଇ ଘରେ ତାଲା ମାରିବା କଥାକୁ ମାହାଙ୍ଗା ଥାନା ଆଇଆଇସି ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ମୋତେ କାଲି କେହି ଯୋଗାଯୋଗ କରିନଥିଲେ । ଭିଜିଲାନ୍ସ ଚାହିଁଥିଲେ ମୋତେ ଯୋଗାଯୋଗ କରିପାରିଥାନ୍ତା । ଆଜି ସକାଳେ ଅତିରିକ୍ତ ଏସ୍ପି ମୋତେ ଯୋଗାଯୋଗ କରିଥିଲେ । ପତ୍ନୀଙ୍କ ସହ ମୋବାଇଲରେ ଯୋଗାଯୋଗ ନହେବାରୁ ଖୋଜୁଥିଲି । ପତ୍ନୀ ଭିଜିଲାନ୍ସ ଟ୍ରାପ୍ ହେବା କଥା ଜାଣି ନଥିଲି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି