ମାଟ୍ରିକ ପରୀକ୍ଷା ଦେଇ ଫେରିବା ବେଳେ ଛାତ୍ରଙ୍କୁ ଆକ୍ରମଣ: ଉଦ୍ଧାର କଲା ପୁଲିସ

ମାଟ୍ରିକ ପରୀକ୍ଷା ଦେଇ ଫେରିବା ବେଳେ ଛାତ୍ରଙ୍କୁ ଆକ୍ରମଣ: ଉଦ୍ଧାର କଲା ପୁଲିସ

ମାଟ୍ରିକ ପରୀକ୍ଷା ଦେଇ ଫେରିବା ବେଳେ ଛାତ୍ରଙ୍କୁ ଆକ୍ରମଣ: ଉଦ୍ଧାର କଲା ପୁଲିସ

News by Basanta Ratha (Kishannagar)

#କିଶନନଗର(ଏନ୍‌.ଏମ୍‌.): ମାଟ୍ରିକ ପରୀକ୍ଷା ଦେଇ ଘରକୁ ଫେରୁଥିବାବେଳେ ବାଟରେ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଅପରାହ୍ନରେ ୫ଜଣ ଛାତ୍ର ପରୀକ୍ଷା ଦେଇ ଫେରିବା ସମୟରେ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା । ଏହି ସମୟରେ ଖବର ପାଇ କିଶନନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାଞ୍ଚ ଜଣ ଛାତ୍ରଙ୍କୁ ଉଦ୍ଧାର କରିଥିଲା । ତେବେ ଏହି ଘଟଣାରେ ସମ୍ପୃକ୍ତ ଦୁଇଜଣ ଦୁର୍ବୁତ୍ତଙ୍କ ଥାନାରେ ଅଟକ ରଖି ପୁଲିସ ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁଯାୟୀ, କଟକ କିଶନ ନଗର ଥାନା ଇସାଣିବ୍ରାହ୍ମପୁର ସ୍କୁଲ ପରୀକ୍ଷା କେନ୍ଦ୍ରରୁ ପରୀକ୍ଷା ଦେଇ ଛାତ୍ର ମାନେ ଫେରୁଥିବା ବେଳେ ପୂର୍ବରୁ ଛକି ରହିଥିବା କିଛି ଅଣ ଛାତ୍ର ସେମାନଙ୍କୁ ଆକ୍ରମଣ କରିଥିଲେ । ଅପର ପଟେ ଗତ ଦୁଇଦିନ ତଳେ ଦୁଇଗୋଷ୍ଟି ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ଥିଲା । ହେଲେ ତାହାର ଆପୋଷ ସମାଧାନ ହୋଇଯାଥିଲା । ହେଲେ ପୂର୍ବ ଘଟଣାକୁ ନେଇ ପରୀକ୍ଷାରୁ ଫେରୁଥିବା ଛାତ୍ରଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା । ତେବେ କିଶନ ନଗର ପୁଲିସ ଏହି ଘଟଣାକୁ ଗୁରୁତର ଭାବେ ଗ୍ରହଣ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି