ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଆର୍ଥିକ ସହାୟତା: ଶୁଖିଲା ଖାଦ୍ୟ ପ୍ରସ୍ତୁତି ପାଇଁ ୫୧ଜଣଙ୍କୁ ୧୯ଲକ୍ଷ ୭୪ହଜାର

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଆର୍ଥିକ ସହାୟତା: ଶୁଖିଲା ଖାଦ୍ୟ ପ୍ରସ୍ତୁତି ପାଇଁ ୫୧ଜଣଙ୍କୁ ୧୯ଲକ୍ଷ ୭୪ହଜାର

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଆର୍ଥିକ ସହାୟତା: ଶୁଖିଲା ଖାଦ୍ୟ ପ୍ରସ୍ତୁତି ପାଇଁ ୫୧ଜଣଙ୍କୁ ୧୯ଲକ୍ଷ ୭୪ହଜାର

News by Smrutiranjan Tripathy (Cuttack)

#କଟକ(ଏନ୍‌.ଏମ୍‌.): ଖାଦ୍ୟ ସଂକ୍ରାନ୍ତ କ୍ଷୁଦ୍ର ବ୍ୟବସାୟ ନିମନ୍ତେ ପ୍ରଧାମନ୍ତ୍ରୀ ଫର୍ମାଲାଇଜେସନ ଅଫ୍ ମାଇକ୍ରୋ ଫୁଡ୍ ଏଣ୍ଟରପ୍ରାଇଜ୍ ସ୍କିମ୍ (ପିଏମଏଫଏମଇ) ଯୋଜନା ମାଧ୍ୟମରେ ଆଜି ସହରର ୧୬ଟି ସ୍ୱୟଂ ସହାୟକ ଗୋଷ୍ଠୀର ୫୧ କ୍ଷୁଦ୍ର ମହିଳା ଉଦ୍ୟୋଗୀଙ୍କୁ ୧୯ଲକ୍ଷ ୭୪ହଜାର ଟଙ୍କା ଆର୍ôଥକ ସହାୟତା ଯୋଗାଇ ଦିଆଯାଇଛି । ସିଏମସି ବିଜୁ ଭବନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପିଏମଏଫଏମଇ ଯୋଜନାରେ ମନୋନୀତ ହୋଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଉଦ୍ୟୋଗୀମାନେ ମେୟର ସୁବାସ ସିଂ ଓ କମିଶନର ନିଖିଲ ପୱନ କଲ୍ୟାଣଙ୍କଠାରୁ ଚେକ୍ ମାଧ୍ୟମରେ ବ୍ୟବସାୟ ନିମନ୍ତେ ଉଦ୍ଦିଷ୍ଟ ଅର୍ଥରାଶି ଗ୍ରହଣ କରିଥିଲେ । ପ୍ରକାଶ ଥାଉକି, ସହରାଞ୍ଚଳ ମହିଳାମାନଙ୍କ ଆର୍ôଥକ ଉତ୍‌ଥାନ ତଥା ସେମାନଙ୍କ୍‌ୁ ସ୍ୱାବଲମ୍ବୀ କରିବା ସକାଶେ ପିଏମଏଫଏମଇ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । କଟକ ମହାନଗର ନିଗମ ଅଞ୍ଚଳରେ କାର୍ଯ୍ୟ କରୁଥିବା ୫ଟି ସ୍ୱୟଂ ସହାୟକ ମହାସଂଘ ଅଧୀନରେ ଥିବା ୧୬ଟି ସ୍ୱୟଂ ସହାୟକ ଗୋଷ୍ଠୀର ୫୧ସଦସ୍ୟଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ଯେପରି ସେମାନେ ଶୁଖିଲା ଖାଦ୍ୟ ପ୍ରସ୍ତୁତ ଓ ପ୍ୟାକିଂ କରି ବଜାରରେ ବିକ୍ରି କରିପାରିବେ ସେ ସଂପର୍କରେ ଅନୁଧ୍ୟାନ କରାଯିବା ପରେ ଉପରୋକ୍ତ ଅର୍ଥରାଶି ଯୋଗାଇ ଦିଆଯାଇଛି । ଏହି ଅର୍ଥରାଶି ବ୍ୟବହାର କରି ମହିଳା କ୍ଷୁଦ୍ର ବ୍ୟବସାୟୀମାନେ ନିଶ୍ଚିତ ସ୍ୱାବଲମ୍ବୀ ହୋଇପାରିବେ ବୋଲି ମେୟର ଶ୍ରୀ ସିଂ ଓ କମିଶନର ଶ୍ରୀ କଲ୍ୟାଣ ଆଶା ପ୍ରକାଶ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡେପୁଟୀ ମେୟର ଦମୟନ୍ତୀ ମାଝୀ, ଡେପୁଟୀ କମିଶନର ସ୍ୱେତପଦ୍ମା ଶତପଥୀଙ୍କ ସମେତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ