ମହିଳା ମାନେ ଟାଣିଲେ ସାନ ରଥ, ନୀତିରେ ବିଳମ୍ବ ଯୋଗୁଁ ଡେରିରେ ପହଞ୍ଚିଲା ରଥ

ମହିଳା ମାନେ ଟାଣିଲେ ସାନ ରଥ, ନୀତିରେ ବିଳମ୍ବ ଯୋଗୁଁ ଡେରିରେ ପହଞ୍ଚିଲା ରଥ

ମହିଳା ମାନେ ଟାଣିଲେ ସାନ ରଥ, ନୀତିରେ ବିଳମ୍ବ ଯୋଗୁଁ ଡେରିରେ ପହଞ୍ଚିଲା ରଥ

News by Maheswar Behera (Athagarh)

ଆଠଗଡ଼(ଏନ୍‌.ଏମ୍‌.): ଦୁଇ ବର୍ଷ ଧରି ମହାମାରୀ କରୋନା ପାଇଁ ବନ୍ଦ ଥିଲା ରଥଯାତ୍ରା । କଟକଣା କୋହଳ ହେବା ପରେ ଚଳିତ ବର୍ଷ ପ୍ରବଳ ଜନସମାଗମ ଭିତରେ ଆଠଗଡ଼ ଆରାଧ୍ୟ ଶ୍ରୀ ଶ୍ରୀ ଅଟ୍ଟାଳୀ ଜଗନ୍ନାଥଙ୍କ ରଥଯାତ୍ରା ସମ୍ପନ୍ନ ହୋଇଛି । କିନ୍ତୁ ନୀତି କାନ୍ତିରେ ବିଳମ୍ବ ଯୋଗୁଁ ଡେରିରେ ରଥ ଟଣା ହେବା ଯୋଗୁଁ ଭକ୍ତ ଏବଂ ଶ୍ରଦ୍ଧାଳୁ ମାନଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହି ଅବସରରେ ଆଠଗଡ଼ ପୁରୁଣା ବସଷ୍ଟାଣ୍ଡ ଲକ୍ଷ୍ମୀ ବଜାର ଠାରେ ଶ୍ରୀ ଜଗନ୍ନାଥ ସେବା ସଂସ୍ଥା ପକ୍ଷରୁ ୯ ଦିନ ଧରି ଭଜନ ସମାରୋହ ଉଦଘାଟିତ ହୋଇଯାଇଛି । ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ । ଆଠଗଡ଼ ତହସିଲଦାର ପ୍ରିୟବ୍ରତ ଦାସ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସସ୍ମିତା ରାଉତ ଅତିଥି ଭାବେ ଯୋଗ ଦେଇଥିଲେ । ଜଗଦାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପାର୍ଥସାରଥୀ ପଟ୍ଟନାୟକ ସଂଯୋଜନା କରିଥିଲେ । ଏହି ଅବସରରେ ରଥ ଯାତ୍ରା ସମୟରେ ଯୁବ ସଂଗଠକ ଅଭୟ ବାରିକ ଉପସ୍ଥିତ ସେବକ ପଣ୍ଡା ପଢିଆରୀ ଏବଂ ସାଧାରଣ ଲୋକମାନଙ୍କୁ ୨ହଜାର ଜଗନ୍ନାଥଙ୍କ ଫଟୋଚିତ୍ର ପ୍ରଦାନ କରିଥିଲେ । ଅଜୟ କୁମାର ଦାସଙ୍କ ତତ୍ତ୍ୱାବଧାନରେ ୩୯ ଦଳ ସଂକୀର୍ତ୍ତନ ମଣ୍ଡଳୀ ରଥଯାତ୍ରା ସମୟରେ ସଂକୀର୍ତ୍ତନ ପରିବେଷଣ କରିଥିଲେ । ଶ୍ରୀ ଶ୍ରୀ ଅଟ୍ଟାଳୀ ଜଗନ୍ନାଥଙ୍କ ରଥକୁ ପୁରୁଷମାନେ ଟାଣୁଥିବା ବେଳେ ଜଗନ୍ନାଥ ବଲ୍ଲଭ ମଠ ଦିଅଁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସାନ ରଥକୁ କେବଳ ମହିଳାମାନେ ଟାଣିବାର ପରମ୍ପରା ଓଡ଼ିଶାରେ ବିରଳ । ତହସିଲଦାର ତଥା ମାଜିଷ୍ଟ୍ରେଟ ପ୍ରିୟବ୍ରତ ଦାସଙ୍କ ନେତୃତ୍ୱରେ ଆଠଗଡ଼ ଏସ୍‌ଡିପି ଓ ବିଜୟକୃଷ୍ଣ ବିଶି ଆଠଗଡ଼ ଥାନା ଅଧିକାରୀ ବାମଦେବ ସ୍ୱାଇଁ, ଖୁଣ୍ଟୁଣୀ ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆଙ୍କ ସମେତ ଛଅ ଜଣ ସବ୍ ଇନ୍ସପେକ୍ଟର ତିନି ପ୍ଲାଟୁନ ସୁରକ୍ଷା କର୍ମୀ ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ନିୟୋଜିତ ହୋଇଥିଲେ । ଆଠଗଡ଼ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଲେଖ ଚନ୍ଦ୍ର ଦାଶ ସୂଚନା ଓ ଧାରା ବିବରଣୀ ପ୍ରଦାନ କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ