ମହିଳା ଓ ଶିଶୁ ନିର୍ଯ୍ୟାତନା ବନ୍ଦ ଦାବିରେ ଏଆଇଏମଏସଏସର ପ୍ରଥମ କଟକ ଜିଲ୍ଲା ସମ୍ମିଳନୀ

ମହିଳା ଓ ଶିଶୁ ନିର୍ଯ୍ୟାତନା ବନ୍ଦ ଦାବିରେ ଏଆଇଏମଏସଏସର ପ୍ରଥମ କଟକ ଜିଲ୍ଲା ସମ୍ମିଳନୀ

ମହିଳା ଓ ଶିଶୁ ନିର୍ଯ୍ୟାତନା ବନ୍ଦ ଦାବିରେ ଏଆଇଏମଏସଏସର ପ୍ରଥମ କଟକ ଜିଲ୍ଲା ସମ୍ମିଳନୀ

News by Padmalochan Mishra (Cuttack)

#କଟକ (ଏନ୍‌.ଏମ୍‌.): ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ (ଏଆଇଏମଏସଏସ) କଟକ ଜିଲ୍ଲା ସମ୍ମିଳନୀ ସ୍ଥାନୀୟ ବାଖରାବାଗସ୍ଥିତ ଗାନ୍ଧୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ନାରୀ ଓ ଶିଶୁ ନିର୍ଯ୍ୟାତନା ବନ୍ଦ କରିବା, ଧର୍ଷଣ, ଗଣଧର୍ଷଣ ଘଟାଉଥିବା ଅପରାଧିଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ପ୍ରଦାନ କରିବା, ମଦ-ମାଦକ ଦ୍ରବ୍ୟ ଓ ଅଶ୍ଳିଳତା ଅପସଂସ୍କୃତିର ପ୍ରସାର ପ୍ରଚାର ବନ୍ଦ କରିବା, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ, ରନ୍ଧନ ଗ୍ୟାସ, ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ପ୍ରତ୍ୟାହାର କରିବା, ଆଶା, ଅଙ୍ଗନୱାଡି, ପାଚିକା ଭାବେ କାମକରୁଥିବା ନିଶ୍ୱ ଅସହାୟ ମହିଳାମାନଙ୍କୁ ନିରାପତ୍ତା ସହ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରିବା ଏବଂ ଅଣସଂଗଠିତ ପରିଚାରିକା ମାନଙ୍କୁ ସାମାଜି ନିରାପତ୍ତା ଯୋଗାଇଦେବା, ନୂତନ ଜାତୀୟ ଶିକ୍ଷାନୀତି-୨୦୨୦କୁ ପ୍ରତ୍ୟାହାର କରିବା, ବିଦ୍ୟୁତ୍‌ର ଘରୋଇକରଣ ଏବଂ ଶୁଳ୍କବୃଦ୍ଧି ବନ୍ଦ କରିବା, ବିନା ଥଇଥାନରେ ବସ୍ତି ଉଚ୍ଛେଦ ବନ୍ଦ କରିବା ଆଦି ଦାବିରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଟିକା ସାମଲଙ୍କ ସଭାପତିତ୍ୱ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ସମାଜସେବୀ ଶର୍ମିଷ୍ଠା ନାଥ, ମୁଖ୍ୟବକ୍ତା ଭାବେ ଏଆଇଏମଏସଏସର ରାଜ୍ୟ ସମ୍ପାଦିକା ସ୍ୱୟଂପ୍ରଭା ନାୟକ, ଅନ୍ୟତମ ବକ୍ତା ଭାବରେ ଏସ୍‌ୟୁସିଆଇସି ଜିଲ୍ଲା ସମ୍ପାଦକ ବିଶ୍ୱାବସୁ ଦାସ, ରାଜ୍ୟ ମହିଳା ନେତ୍ରୀ ମଧୁମିତା ସାହୁ ପ୍ରମୁଖ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ । ଏହି ସମ୍ମିଳନୀରେ ସ୍ୱାଧିନୀ ବେହେରା ମୁଖ୍ୟ ଚିଠା ପ୍ରସ୍ତାବ ଆଗତ କରିଥିବାବେଳେ ଜ୍ୟୋତ୍ସ୍ନାମୟୀ ଦାସ ଶୋକ ପ୍ରସ୍ତାବ ଓ ଝରଣା ଦାସ ସାଂଗଠାନିକ ରିପୋର୍ଟ ପାଠ କରିଥିଲେ । ଆଗାମୀ ଦିନରେ ଆନ୍ଦୋଳନ ପରିଚାଳନା କରିବା ପାଇଁ ଟିକା ସାମଲ ସଭାପତି ଓ ସ୍ୱାଧିନୀ ସମ୍ପାଦିକା ଭାବରେ ନିର୍ବାଚିତ ହେବା ସହ ଏକ ୩୨ ଜଣିଆ କମିଟି ଗଠନ କରାଯାଇଛି । ଅନ୍ୟମାନଙ୍କ ସିପ୍ରା ମହାନ୍ତି, ମନସ୍ୱିନୀ ପ୍ରଧାନ, ସସ୍ମିତା ସାହୁ, ସୁଜାତା ମହାପତ୍ର, ନମିତା ବେହେରା, ପ୍ରେମଲତା ପଣ୍ଡା, ମାନୀ ବେହେରା, ପ୍ରମୁଖ ଏହି ସମ୍ମିଳନୀର ନେତୃତ୍ୱ ନେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ