ମହାନଦୀ ଓ ପାଇକା ନଦୀରେ ପଥର ପ୍ୟାକିଙ୍ଗରେ ମହା ଦୁର୍ନୀତି

ମହାନଦୀ ଓ ପାଇକା ନଦୀରେ ପଥର ପ୍ୟାକିଙ୍ଗରେ ମହା ଦୁର୍ନୀତି

ମହାନଦୀ ଓ ପାଇକା ନଦୀରେ ପଥର ପ୍ୟାକିଙ୍ଗରେ ମହା ଦୁର୍ନୀତି


ଜଗତସିଂହପୁର (ଏନ୍‌.ଏମ୍‌.): ତିର୍ତ୍ତୋଲ ବ୍ଲକ ଅଧୀନ ମହାନଦୀରେ ତାର୍ତ୍ତୋଲ ଠାରୁ କୃଷ୍ଣାନନ୍ଦପୁର ଓ ପାଇକା ନଦୀର କୋଲର ପଞ୍ଚାୟତ କେଶରଡ଼ା ଠାରୁ କୃଷ୍ଣାନନ୍ଦପୁର, ତାର୍ତ୍ତୋଲ ଠାରୁ ହଂସୁରା ବାଲିକଣି ଓ କୋଲର ପଞ୍ଚାୟତ କେଶରଡ଼ା ଠାରୁ ଉକୁସାହିଠାରେ ମଣିଜଙ୍ଗା ଜଳସମ୍ପଦ ଅଧୀନରେ ଚାଲିଛି ପଥର ପ୍ୟାକିଙ୍ଗ, ସ୍ପରିଙ୍ଗ କାର୍ଯ୍ୟ । ଏହି କମରେ ବ୍ୟାପକ ଦୁର୍ନୀତି ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲେ ମଧ୍ୟ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ଠିକାଦାର ସହିତ ହାତ ମିଳାଇ ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଥିବା ଜଣାପଡିଛି । ନଦୀ କୁଳ ବନ୍ଧକୁ ସୁରକ୍ଷା ପାଇଁ ନଦୀ ଭିତରକୁ ପଥର ଦ୍ୱାରା ସ୍ପର ବା ଲଞ୍ଚ ପ୍ୟାଡ଼ କରାଯାଇଥାଏ । ଏହି ସ୍ପର ନଦୀ ଭିତରକୁ ୩୦ ରୁ ୩୫ ମିଟର ପର୍ଯ୍ୟନ୍ତ କରାଯିବାପାଇଁ କାର୍ଯ୍ୟାଦେଶ ରହିଥାଏ । ଏଠି ସହକାରୀ ଯନ୍ତ୍ରୀ, ଯନ୍ତ୍ରୀ ଓ ଠିକାଦାରଙ୍କ ମିଲିଭଗତରେ ଦିନ ଦ୍ୱିପରରେ ଦୁର୍ନୀତି ଚାଲିଛି । ନଦୀ ବନ୍ଧ ଠାରୁ କେତେ ଉଚ୍ଚତା ରହିବା ଦରକାର ଠିକାଦାର ସେଇ ହିସାବରେ କରୁନଥିବାବେଳେ ବିଭାଗୀୟ ଅଧିକାରୀମାନେ ସଠିକ ଭାବେ ଯାଞ୍ଚ ନକରି ଉପର ଠାଉରିଆ ଭାବେ ମାପି ଉତ୍କୋଚ ନେଇ ବିଲ ପୈଠ କରିଦେବାକୁ ନେଇ ଚର୍ଚ୍ଚା ହେଉଛି ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ