ମହାନଦୀରେ ପୁଣି କୁମ୍ଭୀର: ଜନସାଧାରଣ ଆତଙ୍କିତ

ମହାନଦୀରେ ପୁଣି କୁମ୍ଭୀର: ଜନସାଧାରଣ ଆତଙ୍କିତ

ମହାନଦୀରେ ପୁଣି କୁମ୍ଭୀର: ଜନସାଧାରଣ ଆତଙ୍କିତ

News by Smruti Ranjan Tripathy (Choudwar)

ଚୌଦ୍ୱାର(ଏନ୍‌.ଏମ୍‌.): ମହାନଦୀରେ ପୁଣି କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି । ସମ୍ପ୍ରତି ମହାନଦୀ ଉପରେ ନଦୀକୁଳିଆ ଲୋକମାନେ ବିଶେଷ ନିର୍ଭର କରୁଥିବାବେଳେ କୁମ୍ଭୀର ବୁଲିବା ଦେଖି ନଦୀ କୂଳିଆ ଲୋକେ ଏବେ ଛାନିଆ ହୋଇ ପଡ଼ିଲେଣି । ବିଶେଷ କରି ଟିକରପଡ଼ା ସାତକୋଶିଆ ଗଣ୍ଡରୁ କୁମ୍ଭୀରମାନେ ବେଳେ ବେଳେ ଚାଲିଆସୁଥିବା ଦେଖିବାକୁ ମିଳିଛି । ନିକଟ ଅତୀତରେ ବହୁବାର କୁମ୍ଭୀର ଚାଲି ଆସୁଥିବା ବେଳେ ଜନସାଧାରଣ ଭୟଭୀତ ହୋଇ ପଡ଼ିଥିଲେ । ଏପରିକି ବନବିଭାଗ ଓଡ୍ରାଫ ଟିମ ପକ୍ଷରୁ କୁମ୍ଭୀରମାନଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ଉକ୍ତ କୁମ୍ଭୀର ଦେହରେ ଅତ୍ୟାଧୁନିକ ଡିଭାଇସ ଲାଗିଥିବା ଦେଖିବା ପରେ ଏହି କୁମ୍ଭୀରଗୁଡ଼ିକୁ ବିଭାଗ ପକ୍ଷରୁ ରିସର୍ଚ୍ଚ କରାଯାଉଥିବା ଜଣାପଡ଼ିଥିଲା । ତେବେ କୁମ୍ଭୀରଟି ମହାନଦୀ ସମେତ ବିରୂପା ନଦୀରେ ବୁଲୁଥିବା ଦେଖିବା ପରେ ଅଞ୍ଚଳରେ ଅସନ୍ତୋଷ ତେଜିବାରେ ଲାଗିଥିଲା । ଫଳରେ ବିଭାଗ ପକ୍ଷରୁ କୁମ୍ଭୀରକୁ ନିଆଯାଇଥିଲା । ତେବେ ଆଜି ମହାନଦୀର ସ୍ଥାନୀୟ ଚୌଦ୍ୱାରସ୍ଥିତ କୟଳପଡ଼ା ନୂଆପାଟଣା ବାଲିଘାଟ ନିକଟରେ ଏକ କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳିଥିଲା । ଉକ୍ତ କୁମ୍ଭୀରଟି କେତେବେଳେ ନିକଟସ୍ଥ ବାଲି ପଠାରେ ତ ଆଉ କେତେବେଳେ ପାଣିଭିତରେ ପହଁରୁଥିବା ଅଞ୍ଚଳବାସୀ ଦେଖିଥିଲେ । ତେବେ ପୁଣି କୁମ୍ଭୀର ଆସିବା ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି । ତେଣୁ ବିଭାଗୀୟ ଅଧିକାରୀ ଏହି କୁମ୍ଭୀରକୁ ତୁରନ୍ତ ନେଇ ଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ