ମହାନଦୀରେ ପୁଣି କୁମ୍ଭୀର ଆତଙ୍କ

ମହାନଦୀରେ ପୁଣି କୁମ୍ଭୀର ଆତଙ୍କ

ମହାନଦୀରେ ପୁଣି କୁମ୍ଭୀର ଆତଙ୍କ

News by Maheswar Behera (Athagarh)

ଆଠଗଡ଼(ଏନ୍‌.ଏମ୍‌.): ମହାନଦୀରେ ପୁଣି କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି । ଗତ କିଛି ମାସ ତଳେ ଗୋଟିଏ କୁମ୍ଭୀର ମହାନଦୀରେ ବୁଲୁଥିବାବେଳେ ଏହା ବିରୂପାନଦୀର ଜଗତପୁର ଠାରୁ ଉଦ୍ଧାର କରାଯାଇଥିଲା । ତେବେ ଏହି କୁମ୍ଭୀର ଦେହରେ କିଛି ବୈଦୂତିକ ଯନ୍ତ୍ରପାତି (ଡିଭାଇସ) ଲାଗିଥିବାରୁ ଏହି କୁମ୍ଭୀରକୁ ନେଇ ବନ ବିଭାଗ କିମ୍ବା କୁମ୍ଭୀର ଉପରେ ସ୍ୱତନ୍ତ୍ର ଗବେଷଣା କରୁଥିବା ବିଭାଗ ଏହାକୁ ନଦୀରେ ଛାଡ଼ିଥିବା କୁହାଗଲା । ତେବେ ଉକ୍ତ କୁମ୍ଭୀରକୁ ଚୌଦ୍ୱାର ନୂଆପାଟଣା ଠାରେ ଉଦ୍ଧାର କରାଯାଇଥିଲେ ମଧ୍ୟ ପୁନର୍ବାର ଏହାକୁ ନଦୀରେ ଛାଡ଼ି ଦିଆଯାଇଥିଲା । ମାତ୍ର କୁମ୍ଭୀରଟି ଜଗତପୁର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିବା ବା ଲୋକେ ଭୟଭୀତ ହେବା ଯୋଗୁଁ ଏହାକୁ ସ୍ଥାନାନ୍ତର କରାଯାଇଥିଲା । ଏଭଳି ଘଟଣା ଘଟିବାର ମାସ କେଇଟା ନପୁରୁଣୁ ଆଜି ଆଉ ଦୁଇଟି କୁମ୍ଭୀର ମହାନଦୀରେ ବୁଲିବା ନେଇ ଅଞ୍ଚଳବାସୀ ଭୟଭୀତ ହୋଇ ପଡ଼ିଛନ୍ତି । ଏହି କୁମ୍ଭୀର ଦୁଇଟି ଆଠଗଡ ମୁଣ୍ଡଳୀ ନିକଟରେ ଦେଖିବାକୁ ମିଳିଛି । ତେଣୁ ସ୍ଥାନୀୟ ଜନସାଧାରଣ ଓ ମାଛଧରାଳି ଭୟଭୀତ ଅବସ୍ଥାରେ ରହିଛନ୍ତି । ତେବେ କୁମ୍ଭୀର ଦୁଇଟି କୋଉଠୁ ଆସିଛନ୍ତି ତାହା ଜଣା ପଡିନଥିବାବେଳେ ବନବିଭାଗ ପକ୍ଷରୁ ମହାନଦୀ ମଧ୍ୟକୁ ଯିବାକୁ ଲୋକଙ୍କୁ ବାରଣ କରାଯାଇଛି । ତେବେ ଜଣେ ଲୋକ ମହାନଦୀକୁ ଗାଧୋଇବାକୁ ଯାଇଥିବା ବେଳେ କୁମ୍ଭୀର ଆକ୍ରମଣ କରିବାରୁ ଆହତ ହୋଇଥିବା ଜଣାପଡିଛି । ଏହି ଘଟଣାଟି ପ୍ରଚାରିତ ହୋଇଯିବା ପରେ ମହାନଦୀ ଉଭୟ ପାଶ୍ୱର୍ରେ ଥିବା ଜନବସତିରେ ଜନସାଧାରଣ ଆତଙ୍କିତ ହୋଇ ପଡ଼ିଛନ୍ତି । ଅନ୍ୟପଟେ ଆଠଗଡ ସଦର ରେଞ୍ଜରଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ କୁମ୍ଭୀରଟି ସାତକୋଶିଆରୁ ଚାଲି ଆସିଛି ବୋଲି କହିଛନ୍ତି । ତେବେ କୁମ୍ଭୀର ଦେହରେ ଜିପିଏସ ଲାଗିଛି ସାତକୋଶିଆ ଅଭାୟାରଣ୍ୟର କର୍ମଚାରୀମାନେ ଆସି କୁମ୍ଭୀରକୁ ଉଦ୍ଧାର କରିବା ପାଇଁ ପ୍ରାୟସ ଜାରି ରଖିଛନ୍ତିବୋଲି ରେଞ୍ଜନ କହିଛନ୍ତି । ଏହି କୁମ୍ଭୀର ମାନେ ପ୍ରାୟ ୧୨ ଫୁଟ ଲମ୍ବର ହେବ ବୋଲି ଜଣାପଡ଼ିଛି । ତେବେ ଘଟଣା ସ୍ଥଳରେ ଆଠଗଡ ସଦର ରେଞ୍ଜର କର୍ମଚାରୀମାନେ କୁମ୍ଭୀର ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ