ମହାନଦୀରୁ ଛାତ୍ରଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
#କଟକ(ଏନ୍.ଏମ୍.): ଆଜି ମହାନଦୀ ବ୍ୟାରେଜ ନିକଟରୁ ଏକ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଛି । ଯୋବ୍ରା ଆନିକୋଟ ବ୍ରିଜ ୮୪ ନମ୍ବର ଗେଟ୍ରେ ଶବ ଟିଏ ଲାଗି ଥିବାର ପ୍ରାତଃ ଭ୍ରମଣ କରୁଥିବା କିଛି ଲୋକ ଦେଖି ଜଗତପୁର ଥାନାକୁ ଖବର ଦେଇଥିଲେ । ଖବରପାଇ ଜଗତପୁର ଥାନା ଘଟଣାସ୍ଥଳରେ ପହଞ୍ôଚ ଅଗ୍ନିଶମ ବିଭାଗକୁ ଜଣାଇବା ପରେ ଅଗ୍ନିଶମ କର୍ମଚାରୀ ମହାନଦୀ ଭିତରକୁ ଏକ ବୋଟ ଯୋଗେ ମୃତ ଦେହକୁ ଉଦ୍ଧାର କରିଥିଲେ । ତେବେ ମୃତକ ଜଣକ ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କୁମୁଣ୍ଡ ଗ୍ରାମର ସନ୍ତୋଷ ସାହୁଙ୍କୁ ପୁଅ ସଚ୍ଚିନ(୨୧) ବୋଲି ଜଣାପଡ଼ିଛି । ତେବେ ପୁଲିସ ମୃତକଙ୍କ ସମ୍ପର୍କରେ ସୂଚନା ପାଇଁ ଘରକୁ ଖବରଦେଇଥିଲେ । ଖବର ପାଇ ମୃତକଙ୍କ ପରିବାର ଲୋକେ ଆସି ତାଙ୍କ ପୁଅକୁ ଚିହ୍ନଟ କରି ଜଗତପୁର ଥାନାରେ ତାଙ୍କ ପୁଅକୁ କେହି ହତ୍ୟା ବୋଲି ଅଭିଯୋଗ କରିଛନ୍ତି । ତାଙ୍କ ପୁଅକୁ କେହି ଅପହରଣ କରି ପରେ ହତ୍ୟା କରି ନଦୀରେ ଭିଙ୍ଗି ଦେଇଥିବା ପିତା ସନ୍ତୋଷ ଅଭିଯୋଗ କରିଛନ୍ତି । ମୃତ ସଚ୍ଚିନ କେନ୍ଦୁଝର ଜିଲ୍ଲାର ଏକ ସରକାରୀ ଇଜିଂନିୟରିଂ କଲେଜରେ ପାଠ ପଢୁଥିଲା ଏବଂ ହଷ୍ଟେଲରେ ରହୁଥିଲା ବୋଲି ବାପା କହିବା ସହିତ ଏଠାକୁ କେମିତି ଆସିଲା ବୋଲି ପ୍ରଶ୍ନକରିଛନ୍ତି । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କଟକ ବଡ ମେଡିକାଲ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।