ମହାନଦୀକୁ ଡେଇଁ ଯୁବକ ନିଖୋଜ

ମହାନଦୀକୁ ଡେଇଁ ଯୁବକ ନିଖୋଜ

ମହାନଦୀକୁ ଡେଇଁ ଯୁବକ ନିଖୋଜ

News by Biswajit dalai (Salepur)

ସାଲେପୁର(ଏନ୍‌.ଏମ୍‌.): କଟକ ଜିଲ୍ଲା ସାଲେପୁର ବ୍ଲକ ତଥା ଜଗତପୁର ଥାନା ଅଞ୍ଚଳରେ ଜଣେ ଯୁବକ ମହାନଦୀକୁ ଡେଇଁ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି । ଖବର ପାଇ ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ ଟିମ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସଂଧ୍ୟା ସୁଦ୍ଧା ଯୁବକଙ୍କ କୌଣସି ପତ୍ତା ମିଳିନଥିଲା । ତେବେ ଯୁବକ ଜଣକ କାହିଁକି ମହାନଦୀକୁ ଡେଇଁଲେ ତାହାର କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ପ୍ରାପ୍ତ ଖବର ଅନୁଯାୟୀ, ନଦୀକୁ ଡେଇଁଥିବା ଯୁବକ ଜଣକ ସ୍ଥାନୀୟ ମଧ୍ୟକଚ୍ଛ ଗ୍ରାମର ସ୍ମୃତିରଞ୍ଜନ ରଥ(୨୫) ବୋଲି ଜଣାପଡ଼ିଛି । ସେ ଗତକାଲି ରାତି ୧୦ ସମୟରୁ ଘରୁ ରାଗିକରି ଚାଲିଆସିଥିଲେ । ତେବେ ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କୁ ପାଇନଥିଲେ । କିନ୍ତୁ ଆଜି ଭୋରୁ ଭୋରୁ ସାତବାଟିଆ ସ୍ଥିତ ମହାନଦୀ ବନ୍ଧରେ ତାଙ୍କର ସାଇକେଲ ଓ ଚପଲ ପଡ଼ିଥିବା ଦେଖିବାକୁ ମିଳିଥିଲା । ତେଣୁ ସେ ବୋଧ ହୁଏ ନଦୀକୁ ଡେଇଁ ପଡ଼ିଥିବା ଅନୁମାନ କରି ସ୍ଥାନୀୟ ଥାନାକୁ ଖବର ଦିଆଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ôଚବା ସହ ଓଡ୍ରାଫ ଟିମ ନଦୀର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ