ମରଣଯନ୍ତା ପାଲଟିଛି ଜଗତପୁର ଆଇବି ରୋଡ: ପ୍ରଶାସନର ଦୃଷ୍ଟି ପଡ଼ିବ କେବେ ?

ମରଣଯନ୍ତା ପାଲଟିଛି ଜଗତପୁର ଆଇବି ରୋଡ: ପ୍ରଶାସନର ଦୃଷ୍ଟି ପଡ଼ିବ କେବେ ?

ମରଣଯନ୍ତା ପାଲଟିଛି ଜଗତପୁର ଆଇବି ରୋଡ: ପ୍ରଶାସନର ଦୃଷ୍ଟି ପଡ଼ିବ କେବେ ?

News & Photo From Kanhu Charan Panda, Jagatpur

ଜଗତପୁର(ଏନ୍‌.ଏମ୍‌.): କଟକ ସହରକୁ ଏକ ନୂଆ ରୂପ ଦେବା ପାଇଁ ରାଜ୍ୟସରକାର ଏକକାଳୀନ ବହୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏସସିବି ମେଡ଼ିକାଲକୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ କେନ୍ଦ୍ର, କଟକ ନେତାଜୀ ବସ ଟର୍ମିନାଲକୁ ମଧ୍ୟ ବିଶ୍ୱସ୍ତରୀୟ କରିବା ନିମନ୍ତେ କୋଟି କୋଟି ଟଙ୍କାର ବ୍ୟୟ ବରାଦ କରାଯାଇ ଏହାର ଭୂଗୋଳ ପରିବର୍ତ୍ତନ କରାଯାଉଥିବାବେଳେ କଟକ ସହରକୁ ମୁଖ୍ୟତଃ ସଂଯୋଗ କରାଯାଇଥିବା ଆଇବି ରୋଡ଼ ପ୍ରତି ଅଣଦେଖା କରାଯାଉଥିବା ଅଭିଯୋଗ ଉଠିଛି । ସ୍ଥାନୀୟ ଜଗତପୁର ଆନିକଟ ଠାରୁ ବିରୂପା ବ୍ୟାରେଜ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ଅଧିକାଂଶ ସ୍ଥାନରେ ଖାଲ ଖମା ସୃଷ୍ଟି ହୋଇଥିଲା ବେଳେ ୧୩ଟି ସ୍ଥାନରେ ବଡ ବଡ ହମ୍ପ୍ସ ମଧ୍ୟ ରହିଛି । ଏଥିଯୋଗୁଁ ଅଧିକାଂଶ ସମୟ ଦୁର୍ଘଟଣା ଘଟୁଥିଲାବେଳେ ଯାତୟାତରେ ବହୁ ସମସ୍ୟା ସୃଷ୍ଟି ହେଉଛି । ଏପରିକି ରାସ୍ତାର ଦୁଇ ପାଶ୍ୱର୍ରେ ଗଛଲତା ମାଡିଯିବା ଫଳରେ ପଥଚାରୀମାନେ ଯାତୟାତରେ ବହୁ ଅସୁବିଧା ହେଉଛି । ଏହି ରାସ୍ତା ମରାମତି ପାଇଁ ବାରମ୍ବାର ଅଭିଯୋଗ ହେବାପରେ କିଛିକିଛି ସ୍ଥାନରେ ଠାଏ ଠାଏ ପିଚୁ ଆଣି ଢାଳି ଦିଆଯାଇଥିଲା; ମାତ୍ର ତାହା କିଛି ଦିନପରେ ଯଥା ପୂର୍ବଂ ତଥା ପରଂ ଭଳି ହେଇଯାଇଛି । ତେବେ ଚୌଦ୍ୱାର ଠାରୁ କଟକରେ ତୁରନ୍ତ ପହଞ୍ôଚବା ନିମନ୍ତେ ଏହି ରାସ୍ତା ଦେଇ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ରାଜ୍ୟ ବାହାରୁ ମଧ୍ୟ ଲୋକେ କଟକ ବଡ଼ମେଡ଼ିକାଲ, ହାଇକୋର୍ଟକୁ ଆସିଥାନ୍ତି । ତେଣୁ ଏହି ରାସ୍ତାଦେଇ ପ୍ରତିଦିନ ହଜାର ହଜାର ଜନସାଧାରଣ ଗମନାଗମନ କରୁଥିବାବେଳେ ବିପର୍ଯ୍ୟସ୍ତ ରାସ୍ତା ଯୋଗୁଁ ଏହା ଦୁର୍ଘଟଣା ଜୋନ ହୋଇ ପଡ଼ିଛି ବୋଲି ଅଭିଯୋଗ ଉଠିଛି । ପୁନଶ୍ଚ ଏହି ଆଇ.ବି ରୋଡ ବା ଭିଆଇପି ରୋଡ କୁହାଯାଉଥିବା ଏହି ରାସ୍ତାରେ ୩ ଗୋଟି ଆଇବି ଡାକବଙ୍ଗଳା ରହିଥିବାରୁ ଏଠାକୁ ବହୁ ନେତା, ମନ୍ତ୍ରୀ ଓ ଯନ୍ତ୍ରୀମାନେ ଏହି ଡାକବଙ୍ଗଳାକୁ ଆସିଥାନ୍ତି । ପୁଣି ଏହି ରାସ୍ତାରେ ଭାରତୀୟ ଖେଳ ପ୍ରାଧିକରଣର ଜଳକ୍ରୀଡା ବିଭାଗର ଏକ ୱାଟର ସ୍ପୋଟ୍ସ କେନ୍ଦ୍ର ଓ ସେମାନଙ୍କ ରହିବା ପାଇଁ ଏକ ସାଇ ହଷ୍ଟେଲ ମଧ୍ୟ ରହିଛି । ଏହି ହଷ୍ଟେଲରେ ପ୍ରାୟ ଶହେରୁ ଉର୍ଦ୍ଧ୍ୱ କ୍ରୀଡାବିତମାନେ ରହୁଛନ୍ତି ଓ ଜଳ କ୍ରୀଡା ଅଭ୍ୟାସ କରିବା ପାଇଁ ଏହି ରାସ୍ତା ଉପରେ ଯାତୟାତ କରୁଛନ୍ତି । ଏହି ଆଇ.ବି ରୋଡରେ ବସବାସ କରୁଥିବା ଲୋକେ ପାଇପଲାଇନ ରୋଡ ଏପଟରୁ ସେପଟକୁ ଯିବା ପାଇଁ ଶହେରୁ ଉର୍ଦ୍ଧ୍ୱ ସ୍ଥାନରେ ରୋଡ ଖୋଳା ଯାଇଥିବାରୁ ରାସ୍ତା ସମ୍ପୃର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ରାସ୍ତା କଡରେ ଅନାବନା ଗଛ ଲତା ମାଡିଯାଇ ରାସ୍ତା ସଂଙ୍କୁଚିତ ହୋଇଯିବାରୁ ଗାଡିମୋଟର ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଥିବାବେଳେ ରାତିରେ ଷ୍ଟ୍ରିଟ ଲାଇଟ ଗୁଡ଼ିକ ଅଚଳ ହୋଇ ପଡ଼ିବା ଏବଂ କୁକୁର ଉତ୍ପାତ୍ତ ବୃଦ୍ଧି ପାଇବା ଯୋଗୁଁ ଅଞ୍ଚଳବାସୀ ତିବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଏହି ରାସ୍ତାର ଉନ୍ନତିକରଣ ନିମନ୍ତେ ତ୍ୱରିତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ