ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ପରେ କ୍ୟାବିନେଟ କମିଟିର ପୁନର୍ଗଠନ: ସମସ୍ତ କମିଟିରେ ଅଛନ୍ତି ମୋଦୀ ଓ ଶାହା

ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ପରେ କ୍ୟାବିନେଟ କମିଟିର ପୁନର୍ଗଠନ: ସମସ୍ତ କମିଟିରେ ଅଛନ୍ତି ମୋଦୀ ଓ ଶାହା

ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ପରେ କ୍ୟାବିନେଟ କମିଟିର ପୁନର୍ଗଠନ: ସମସ୍ତ କମିଟିରେ ଅଛନ୍ତି ମୋଦୀ ଓ ଶାହା


ନୂଆଦିଲ୍ଲୀ (ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ କ୍ୟାବିନେଟ ସଂପ୍ରସାରଣ ହେବା ପରେ ଏବେ ବିଭିନ୍ନ କ୍ୟାବିନେଟ କମିଟିର ପୁନର୍ଗଠନ କରିଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ୍ ୮ଟି କ୍ୟାବିନେଟ କମିଟି ରହିଛି । ଏହି ସମସ୍ତ କମିଟିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ରହିଛନ୍ତି । ନୂଆ କରି କ୍ୟାବିନେଟରେ ସ୍ଥାନ ପାଇଥିବା ମନ୍ତ୍ରୀମାନଙ୍କୁ ବିଭିନ୍ନ କ୍ୟାବିନେଟ କମିଟିରେ ସାମିଲ କରାଯାଇଛି ।
ଏହି କମିଟିରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନୋୱାଲ ଏବଂ ମନସୁଖ ମାଣ୍ଡଭିୟଙ୍କୁ ସ୍ଥାନ ଦିଆଯାଇଛି । ରାଜନୈତିକ ବ୍ୟାପାର କମିଟିରେ ଭୁପେନ୍ଦ୍ର ଯାଦବ, ସର୍ବାନନ୍ଦ ଏବଂ ମନସୁଖଙ୍କୁ ସାମିଲ କରାଯାଇଛି । ପୁନଶ୍ଚ ଗିରିରାଜ ସିଂ ଏବଂ ସ୍ମୃତି ଇରାନୀ ମଧ୍ୟ ଏହି କମିଟିରେ ରହିଛନ୍ତି । ମୋଦୀ ମନ୍ତ୍ରିମଣ୍ଡଳରେ ପୂର୍ବରୁ ମନ୍ତ୍ରୀ ଥିବା ଏହି ଦୁଇ ନେତା ପ୍ରଥମ ଥର ପାଇଁ ରାଜନୈତିକ କମିଟିରେ ସ୍ଥାନ ପାଇଛନ୍ତି । ପୂର୍ବରୁ ଏହି ସ୍ଥାନରେ ରାମ ବିଳାସ ପାଶୱାନ, ରବି ଶଙ୍କର ପ୍ରସାଦ ଏବଂ ହର୍ଷବର୍ଦ୍ଧନ ଥିଲେ । ଏହି କମିଟି କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ସମନ୍ୱୟ ରଖିବା ସହିତ ଅର୍ଥନୈତିକ ଏବଂ ରାଜନୈତିକ ପ୍ରସଙ୍ଗରେ ନିଷ୍ପତ୍ତି ନିଏ । ତେଣୁ ଏହି କମିଟି ବହୁ ଗୁରୁତ୍ୱପୂର୍ଣ୍ଣ । ଏହାପୂର୍ବରୁ ଭୁପେନ୍ଦ୍ର ଯାଦବ ଏବଂ ସର୍ବାନନ୍ଦ ଯେଉଁ ମନ୍ତ୍ରୀ ପଦରେ ରହିଛନ୍ତି ସେହି ପଦରେ ଥିବା ମନ୍ତ୍ରୀ ରାଜନୈତିକ ବ୍ୟାପାର କମିଟିରେ ସାମିଲ ନଥିଲେ । ଏହା ବ୍ୟତୀତ ପୁଞ୍ଜିନିବେଶ ଏବଂ ଅଭିବୃଦ୍ଧି କମିଟିରେ ଶ୍ରୀ ସିନ୍ଧିଆ, ନାରାୟଣ ରାଣେ ଏବଂ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ସାମିଲ୍ କରାଯାଇଛି । ଏହି କମିଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଏବଂ ଅନ୍ୟାନ୍ୟ କାର୍ଯ୍ୟଗୁଡ଼ିକର ଠିକ୍ ସମୟରେ କିଭଳି ସମ୍ପନ୍ନ ହେବ ସେନେଇ ତଦାରଖ କରିବ । ଏହି କମିଟି ୧ହଜାର କୋଟି କିମ୍ବା ତା’ଠାରୁ ଅଧିକ ପୁଞ୍ଜି ବିନିଯୋଗ ମାମଲା ଏବଂ ଭିତ୍ତିଭୂମି, ଉତ୍ପାଦନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ନିଷ୍ପତ୍ତି ନେଇଥାଏ । ୨୦୧୯ ମସିହାରେ ମୋଦୀ ସରକାର ଆସିବା ପରେ ଦୁଇଟି ନୂଆ କମିଟି ଗଠନ କରାଯାଇଥିଲା । ଏହି କମିଟି ହେଲା ପୁଞ୍ଜିନିବେଶ ଏବଂ ଅଭିବୃଦ୍ଧି ଓ ନିଯୁକ୍ତି ଏବଂ ଦକ୍ଷତା ବିକାଶ । ରୋଜଗାର ଏବଂ ଦକ୍ଷତା ବିକାଶ କମିଟିରେ ଶ୍ରୀ ବୈଷ୍ଣବ ଏବଂ ଶ୍ରୀ ଯାଦବଙ୍କୁ ସାମିଲ୍ କରାଯାଇଛି । ଆଇନ ମନ୍ତ୍ରୀ କିରନ ରିଜିଜୁ, ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର, ସାମାଜିକ ନ୍ୟାୟ ମନ୍ତ୍ରୀ ବୀରେନ୍ଦ୍ର କୁମାର ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ସଂସଦୀୟ କମିଟିରେ ଅନ୍ତର୍ଭୁକ୍ତ କରାଯାଇଛି । ସଂସଦ ଅଧିବେଶନର କାର୍ଯ୍ୟସୂଚୀ ଏବଂ ଉପସ୍ଥାପିତ ହେବାକୁ ଥିବା ବିଲ୍ ସମ୍ବନ୍ଧରେ ଏହି କମିଟି ନିଷ୍ପତ୍ତି ନେଇଥାଏ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ୬ଟି କମିଟିରେ ରଖାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ୭ ଟି କମିଟିରେ ସ୍ଥାନ ଦିଆଯାଇଛି । ତାଙ୍କୁ କେବଳ କ୍ୟାବିନେଟ କମିଟିରେ ନିଯୁକ୍ତ କରାଯାଇ ନାହିଁ । ଏହା ବ୍ୟତୀତ ନବ ନିଯୁକ୍ତ କେନ୍ଦ୍ର ମନ୍ତ୍ରୀ ତଥା ଓଡ଼ିଶାର ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଦୁଇଟି କମିଟିରେ ସ୍ଥାନ ପାଇଛନ୍ତି । ଏହା ବ୍ୟତୀତ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ପ୍ରଥମ ଥର ପାଇଁ ସଂସଦୀୟ ବ୍ୟାପାର କମିଟିରେ ସ୍ଥାନ ପାଇଛନ୍ତି । ସେହିପରି ନୀତୀନ ଗଡ଼କରୀଙ୍କୁ ୪ଟି କମିଟିରେ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦୁଇଟି କମିଟିରେ ସାମିଲ କରାଯାଇଥିବା ଜଣାପଡ଼ିଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି