ମଧ୍ୟକଚ୍ଛ ସେବା ସମବାୟ ସମିତି କର୍ମକର୍ତ୍ତା ନିର୍ବାଚନ

ସାଲେପୁର(ଏନ୍.ଏମ୍.): ସାଲେପୁର ଅନ୍ତର୍ଗତ ମଧ୍ୟକଚ୍ଛ ସେବା ସମବାୟ ସମିତିର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ତେବେ ସଭାପତି ନିର୍ବାଚନ ନିମନ୍ତେ ୭ଟି ସେଟ ପ୍ରାର୍ଥୀପତ୍ର ଦାଖଲ କରାଯାଇଥିଲା । ମାତ୍ର ସର୍ବସମ୍ମତି କ୍ରମେ ସମସ୍ତ ପ୍ରାର୍ଥୀ ନାମାଙ୍କନପତ୍ର ପ୍ରତ୍ୟାହାର କରିବା ପରେ ଭାସ୍କର କିଶୋର କରଙ୍କୁ ଚୟନ ଯାଇଥିଲା । ଫଳରେ ଶ୍ରୀ କର ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ନିର୍ବାଚନ ସମୟରେ ମଧ୍ୟକଚ୍ଛ ସେବା ସମବାୟ ସମିତିର ୧୫ ଜଣ ନିର୍ଦ୍ଦେଶକ ଉପସ୍ଥିତ ଥିଲେ । ଶ୍ରୀ କର ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବାରୁ ସ୍ଥାନୀୟ ବିଧାୟକ ପ୍ରଶାନ୍ତ କୁମାର ବେହେରାଙ୍କୁ ଶୁଭେଛାଜ୍ଞାପନ କରାଯାଇଛି । ସହ ସମ୍ପାଦକ କାଳନ୍ଦୀ ଚରଣ ଦାସ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହି ଅବସରରେ ସରପଞ୍ଚ ସଞ୍ଜୟ କୁମାର ବେହୁରା, ବରିଷ୍ଠ ନିର୍ଦ୍ଦେଶକ ସୁଶାନ୍ତ କୁମାର ଦଳାଇଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରାଯାଇଛି ।