ଭୁବନେଶ୍ୱର ୟୁନିଟ ୪ରେ କ୍ୱାଟର୍ସ ପାଇଁ ଗଛକଟା ମାମଲା: ପ୍ରତି ଜବାବ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର ୟୁନିଟ ୪ରେ କ୍ୱାଟର୍ସ ପାଇଁ ଗଛକଟା ମାମଲା: ପ୍ରତି ଜବାବ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର ୟୁନିଟ ୪ରେ କ୍ୱାଟର୍ସ ପାଇଁ ଗଛକଟା ମାମଲା: ପ୍ରତି ଜବାବ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ


କଟକ(ଏନ୍‌.ଏମ୍‌.): ବିଧାୟକମାନଙ୍କ ପାଇଁ ଭୁବନେଶ୍ୱର ୟୁନିଟ୍ ୪ ଅଞ୍ଚଳରେ ବହୁତଳ କ୍ୱାଟର୍ସ ପାଇଁ ଗଛକଟା ନେଇ ହୋଇଥିବା ମାମଲାରେ ଆବଦନକାରୀଙ୍କୁ ପ୍ରତି ଜବାବ ଦେବାଲାଗି ଆଜି ହାଇକୋର୍ଟ ନୋଟିସ୍ ଦେଇଛନ୍ତି । ବିଚାରପତି ସଙ୍ଗମ ସାହୁ ଓ ବିଚାରପତି ବିରଜା ପ୍ରସନ୍ନ ଶତପଥିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରାଯାଇଥିଲା । ଏଥିରେ କୁହାଯାଇଛି ଯେ ବିଧାୟକଙ୍କ କ୍ୱାଟର୍ସ ନିର୍ମାଣ କ୍ଷେତ୍ରରେ ଯାହାସବୁ କାର୍ଯ୍ୟ ହାତକୁ ନିଆଯାଇଛି ସେସବୁଆଇନ ଅନୁଯାୟୀ କରାଯାଇଛି । ବିଶେଷକରି ଆଇନ ଅନୁସାରେ ଗଛ କଟାଯାଇଛି ବୋଲି ଜବାବରେ ସ୍ପଷ୍ଟ କରାଯାଇଛି । ପ୍ରତିପକ୍ଷ ତଥା ସାଧାରଣ ପ୍ରଶାସନ ପକ୍ଷରୁ ଜବାବ ପାଇଲା ପରେ ହାଇକୋର୍ଟ ଆବେଦନକାରୀଙ୍କୁ ପ୍ରତି ଜବାବ ଦେବାକୁ ନିର୍ଦ୍ଦେଶ ଦେବା ସହିତ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସେପ୍ଟେମ୍ବର ୭ ତାରିଖକୁ ଦିନଧାର୍ଯ୍ୟ କରିଛନ୍ତି । ସୂଚନାଯୋଗ୍ୟ ଆବେଦନକାରିଣୀ ସମାଜସେବୀ ଜୟନ୍ତୀ ଦାସ ଏହି ମାମଲା ରୁଜୁ କରିଛନ୍ତି । ସେ ତାଙ୍କ ପିଟିସନ୍‌ରେ ଦର୍ଶାଇଛନ୍ତି ଯେ, ଭୁବନେଶ୍ୱର ୟୁନିଟ୍ ୪ ଅଞ୍ଚଳରେ ବିଧାୟକମାନଙ୍କ ପାଇଁ ବହୁତଳ କ୍ୱାଟର୍ସ ନିର୍ମାଣ ଲାଗି ୮୭୦ ଟି ଗଛ କାଟିବାକୁ ସରକାର ଯୋଜନା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦୦ଟି ବହୁ ପୁରୁଣା ଗଛ କଟା ସରିଛିି । ଭୁବନେଶ୍ୱର ସହରର ମଧ୍ୟସ୍ଥଳରେ ଥିବା ଏହି ଗଛଗୁଡ଼ିକ ଦୀର୍ଘ ୧୦୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସହରର ପରିବେଶକୁ ସନ୍ତୁଳନ କରୁଛି । ଗଛ ନକାଟି ମଧ୍ୟ ପ୍ରକଳ୍ପ ନିର୍ମାଣ କରାଯାଇ ପାରିବ, ଆବଶ୍ୟକ ସ୍ଥଳେ ଟେକ୍ନୋଲୋଜିର ବ୍ୟବହାର କରି ଗଛଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରିବ ବୋଲି ଆବେଦନକାରୀଙ୍କ ପକ୍ଷରୁ କୋର୍ଟଙ୍କୁ ଦର୍ଶାଯିବା ସହିତ କଟାଯାଇଥିବା ଗଛପାଇଁ ସରକାର କ୍ଷତିପୂରଣ ଦେବାକୁ ସେ ଅଦାଲତଙ୍କ ପ୍ରାର୍ଥନା କରିଥିଲେ । ଆବେଦନକାରିଣୀ ଏହି ମାମଲାରେ ରାଜ୍ୟ ସରକାର ଓ ଜିଲ୍ଲା ବନ ଅଧିକାରୀଙ୍କ ସମେତ ୧୦ ଜଣଙ୍କୁ ପକ୍ଷଭୁକ୍ତ କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ