ଭୁବନେଶ୍ୱର ଓ କଟକରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ
ଭୁବନେଶ୍ୱର/କଟକ (ଏନ୍.ଏମ୍.): ଓଡ଼ିଶାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଆଗମନ ଯୋଗୁଁ ବିଜେପିରେ ଅପୂର୍ବ ଉନ୍ମାଦ ସୃଷ୍ଟି ହୋଇଛି । କର୍ମୀମାନେ ବେଶ ଉତ୍ସାହିତ ହୋଇ ଉଠିଛନ୍ତି । ଗତକାଲି ଶ୍ରୀ ଶାହ ଭୁବନେଶ୍ୱରରେ ପହଞ୍ôଚବା ପରେ ବିମାନବନ୍ଦର ଉତ୍ସବ ମୁଖର ହୋଇ ଉଠିଥିଲା ।ତ୍ରିରଙ୍ଗା, ପାରମ୍ପରିକ ପୋଷାକ, କଳା, ନୃତ୍ୟ ଓ ବାଦ୍ୟ ଯନ୍ତ୍ର ବଜାଇ କାର୍ଯ୍ୟକର୍ତ୍ତାମାନଙ୍କ ସହ ହଜାର ହଜାର ଜନସାଧାରଣ ସ୍ୱାଗତ କରିଥିବାବେଳେ ଶାହ ହାତ ହଲାଇ ଅଭିବାଦନ ଗ୍ରହଣ କରିଥିଲେ । ଆଜି ଭୁବନେଶ୍ୱରର ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପରେ ବିଭିନ୍ନ କାର୍ଯ୍ୟକ୍ରମରେ ଶାହ ଯୋଗଦେଇଥିଲେ । ଆଜି ବିଶେଷ କରି ଶ୍ରାବଣର ଶେଷ ସୋମବାର ହୋଇଥିବା ଯୋଗୁଁ ଶ୍ରୀ ଶାହ ଲିଙ୍ଗରାଜ ମନ୍ଦିରରେ ପ୍ରଭୁଙ୍କୁ ଜଳାଭିଷେକ କରାଇଥିଲେ । ମନ୍ଦିରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ତଥା ସମ୍ବିତ ପାତ୍ର ପ୍ରମୁଖ ବିଜେପିର ତୁଙ୍ଗ ନେତା ଉପସ୍ଥିତ ଥିଲେ । ପ୍ରାୟ ୧୫ରୁ ୨୦ ମିନିଟ୍ ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଗୃହ ମନ୍ତ୍ରୀ ଶାହ ସେଠାରୁ ବାହାରି ଗୃହ ମନ୍ତ୍ରୀ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ବାସଭବନକୁ ଯାଇଥିଲେ । ସେଠାରେ ଜଳପାନ କରି ଏହାପରେ କଟକ ଅଭିମୁଖେ ଗୃହମନ୍ତ୍ରୀଙ୍କ କାର୍କେଡ ବାହାରିଥିଲା । କଟକରେ ପହଞ୍ଚିବା ପୂର୍ବରୁ ନଖରା ଓ ଲିଙ୍କରୋଡରେ ଗୃହମନ୍ତ୍ରୀ ଶାହଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ ଶ୍ରୀ ସାହ ଐତିହାସିକ କଟକ ସହରର ଓଡ଼ିଆ ବଜାରସ୍ଥିତ ନେତାଜୀଙ୍କ ଜନ୍ମ ସ୍ଥାନରେ ପହଞ୍ôଚ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ କଟକ ଇଣ୍ଡୋର ଷ୍ଟାଡିୟମରେ ପ୍ରଜାତନ୍ତ୍ର ଖବର କାଗଜର ୭୫ତମ ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଉଭୟ ଦଳର ହେଭିୱେଟ ନେତା ଓ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ତେଣୁ ଉକ୍ତ ସମୟରେ ଯେପରି କିଛି ରାଜନୈତିକ ପରିସ୍ଥିତି ନ ଉପୁଜେ, ସେଥିନିମନ୍ତେ ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏହି ଅବସରରେ ଆୟୋଜିତ ସଭାରେ ଶ୍ରୀ ଶାହ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟକ୍ତ ରଖିଥିଲେ । ଅପରାହ୍ନ ଗୋଟାଏରେ ଭୁବନେଶ୍ୱର ଫେରି ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଶ୍ରୀ ଶାହ ଯିବାପରେ କୋର୍ କମିଟି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ।