ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଭାସ୍କର୍ଯ୍ୟ ସିମ୍ପୋଜିୟମ ଉଦଘାଟିତ

ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଭାସ୍କର୍ଯ୍ୟ ସିମ୍ପୋଜିୟମ ଉଦଘାଟିତ

ଭୁବନେଶ୍ୱରରେ ଅନ୍ତର୍ଜାତୀୟ ଭାସ୍କର୍ଯ୍ୟ ସିମ୍ପୋଜିୟମ ଉଦଘାଟିତ
୧୬ ଜଣ ଶିଳ୍ପୀ ୧୫ ଦିନ ଧରି ଗଢିବେ ପ୍ରସ୍ତର ତଥା ସ୍କ୍ରାପ ଭାସ୍କର୍ଯ୍ୟ

News by I&PR Odisha

ଭୁବନେଶ୍ୱର(ଏନ୍‌.ଏମ୍‌.): ଗଣ୍ଡମୁଣ୍ଡାସ୍ଥିତ କଳାଭୂମି ଠାରେ ଉଦଘାଟିତ ହୋଇଛି ୧୫ ଦିନିଆ ଆନ୍ତର୍ଜାତୀୟ ଭାସ୍କର୍ଯ୍ୟ କଳା ସିମ୍ପୋଜିୟମ ଓ ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଖଣି ନିଗମ, ଭୁବନେଶ୍ୱର ମହାନଗର ନିଗମ ଓ ଭୁବନେଶ୍ୱର ଉନ୍ନୟନ ନିଗମ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଏପରି ଶିବିର ଆୟୋଜନ କରାଯାଇଛି । ଏହି ସିମ୍ପୋଜିୟମକୁ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଆର. ବାଲକ୍ରୀଷ୍ଣନନ୍ ଶୁଭ ଉଦଘାଟନ କରି ପ୍ରତ୍ୟେକ ଶିଳ୍ପୀଙ୍କୁ ସ୍ୱାଗତ କରିଥିଲେ ଓ ଉଦଘାଟନ ଉତ୍ସବ ଅବସରରେ ବିଶିଷ୍ଠ ଭାସ୍କର୍ଯ୍ୟଶିଳ୍ପୀ ଶ୍ୟାମ ସୁନ୍ଦର ପଟ୍ଟନାୟକ,ବି.ଏମ୍‌.ସି ଅତିରିକ୍ତ କମିଶନର ମୟୂର ସୂର୍ଯ୍ୟବଂଶୀ, ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ମନସ୍ୱିନୀ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଷ୍ଟାମ୍ପ-୩.୦ କାର୍ଯ୍ୟକ୍ରମ ମଧ୍ୟରେ ଉକ୍ତ ଭାସ୍କର୍ଯ୍ୟ କଳା ଶିବିରକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଶିବିରରୁ ପ୍ରସ୍ତୁତ ଭାସ୍କର୍ଯ୍ୟ କଳାଗୁଡିକ ଭୁବନେଶ୍ୱରର ପ୍ରମୁଖ ସ୍ଥାନ ଗୁଡିକରେ ସଂସ୍ଥାପନ କରାଯାଇ ସହରର ଶୋଭା ବୃଦ୍ଧି କରାଯିବ । ଏହି ସିମ୍ପୋଜିୟମରେ ଆମେରିକାରୁ କାରୋଲ ଟର୍ନର, ଇଟାଲୀରୁ ଏଲିନା ସାରାସିନୋ, କୋରିଆରୁ ସୋଡଙ୍ଗ ଚୋଏ, ଇଜିପ୍ଟରୁ ଖଲିଦ ଅବଦୁଲା, ଫ୍ରାନ୍ସରୁ ଆଲେକ୍ସ ଲବେଜୋଫ ଓ ଗଦାଧର ଓଝା, ଓଡ଼ିଶାରୁ ଶିଳ୍ପୀଗୁରୁ ପ୍ରଭାକର ମହାରଣା, ଦିଲ୍ଲୀରୁ ଚୁଗୁଲି ସାହୁ, କାଳିକିଙ୍କର ଦେ ଓ ଟୁଟୁ ପଟ୍ଟନାୟକ, ମହରାଷ୍ଟ୍ରରୁ ପଙ୍କଜ ଗହଲଟ, ଚଣ୍ଡିଗଡରୁ ବିଶାଲ ଭଟ୍ଟନାଗର, ମୁମ୍ବାଇରୁ ରତନ ସାହା, ବାଙ୍ଗାଲୋରରୁ ଡ. ଜ୍ଞାନେଶ ମିଶ୍ର, କେରଳରୁ ରାଜଶେଖର ନାୟର ଓ ଜାମ୍ମୁ କାଶ୍ମିରରୁ ଚନ୍ଦର ପ୍ରକାଶ ପ୍ରମୁଖ ଅଂଶ ଗ୍ରହଣ କରିଛନ୍ତି । ଭାସ୍କର୍ଯ୍ୟ ଶିଳ୍ପୀମାନେ ଆସନ୍ତା ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ୮ ଫୁଟରୁ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରସ୍ତର ଓ ସ୍କ୍ରାପ ଭାସ୍କର୍ଯ୍ୟ ମାନ ଗଢିବେ । ଏକାଡେମୀର ସଚିବ ପଞ୍ଚାନନ ସାମଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ସିମ୍ପୋଜିୟମ ଅବସରରେ ଭାସ୍କର୍ଯ୍ୟ ଶିଳ୍ପୀମାନଙ୍କ ଜୀବନ ଶୈଳୀ ଓ କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା କାର୍ଯ୍ୟକ୍ରମ ରହିଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ