ଭୁବନେଶ୍ୱରରୁ ରାଜସ୍ଥାନ ଓ ଗୋଆକୁ ଉଡ଼ିବ ବିମାନ

ଭୁବନେଶ୍ୱରରୁ ରାଜସ୍ଥାନ ଓ ଗୋଆକୁ ଉଡ଼ିବ ବିମାନ

ଭୁବନେଶ୍ୱରରୁ ରାଜସ୍ଥାନ ଓ ଗୋଆକୁ ଉଡ଼ିବ ବିମାନ


ଭୁବନେଶ୍ୱର (ଏନ୍‍.ଏମ୍‍.): ଏଥର ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ସିଧାସଳଖ ବିମାନ ଯାତ୍ରା କରିବ । ଆସନ୍ତା ନଭେମ୍ବର ୨ ତାରିଖରୁ ଏହି ବିମାନ ସେବା ଆରମ୍ଭ ହେବ । ଇଣ୍ଡିଗୋ ପକ୍ଷରୁ ଏହି ସେବା ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି । ଗତ ସେପ୍ଟେମ୍ବର ୧୭ରେ ଏ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଥିଲେ । ଏହାର ପ୍ରତ୍ୟୁତ୍ତରରେ ସିନ୍ଧିଆ ଉଲ୍ଲେଖ କରିଛନ୍ତି ଯେ, ନଭେମ୍ବର ୨ରୁ ଗୋଲାପି ସହର ଜୟପୁରକୁ ସିଧାସଳଖ ବିମାନ ଉଡ଼ିବ । ସପ୍ତାହରେ ୩ଥର ଏହି ବିମାନ ଚଳାଚଳ କରିବ । ଏହି ବିମାନ ସେବା ଆରମ୍ଭ ହେବା ଦ୍ୱାରା ମନ୍ଦିରମାଳିନୀ ଭୁବନେଶ୍ୱର ଏବଂ ଗୋଲାପି ସହର ଜୟପୁର ମଧ୍ୟରେ ବିମାନ ସେବାର ଯାତ୍ରୀଙ୍କୁ ସୁବିଧା ପ୍ରଦାନ କରିବ । ଏହାସହ ଉଭୟ ରାଜ୍ୟର ଅର୍ଥନୀତିକୁ ମଧ୍ୟ ମଜଭୁତ୍ କରିବାରେ ସହାୟକ ହେବ ବୋଲି ସିନ୍ଧିଆ ଚିଠିରେ ଉଲ୍ଲେଖ କରିଛନ୍ତି । ସେହିଭଳି ଗୋଆକୁ ମଧ୍ୟ ରାଜଧାନୀ ଭୁବନେଶ୍ୱରରୁ ବିମାନ ଯାତ୍ରା ଆରମ୍ଭ କରିବ ବୋଲି ମନ୍ତ୍ରୀ ଶ୍ରୀ ସିନ୍ଧିଆ ସୂଚନା ଦେଇଛନ୍ତି । ଡିସେମ୍ବର ୧ତାରିଖରୁ ଦୈନିକ ଗୋଆକୁ ବିମାନ ଯାତ୍ରା ସୁବିଧା ମିଳିବ । ନିଶ୍ଚିତ ଭାବେ ଏହି ବିମାନ ସେବା ଆରମ୍ଭ ହେବା ଦ୍ୱାରା ଟୁରିଜିମ କ୍ଷେତ୍ରରେ ବିକାଶ ହେବ ବୋଲି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେହେରା କହିଛନ୍ତି । ସେପଟେ ପର୍ଯ୍ୟଟକଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ବିମାନ ସେବା ଦୈନିକ କରାଯିବ ବୋଲି କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ