ଭୁଜାଲି ମୁନରେ ଦୁବୃର୍ତ୍ତମାନେ ଲୁଟିନେଲେ ଟଙ୍କା ଓ ମୋବାଇଲ

ଭୁଜାଲି ମୁନରେ ଦୁବୃର୍ତ୍ତମାନେ ଲୁଟିନେଲେ ଟଙ୍କା ଓ ମୋବାଇଲ

ଭୁଜାଲି ମୁନରେ ଦୁବୃର୍ତ୍ତମାନେ ଲୁଟିନେଲେ ଟଙ୍କା ଓ ମୋବାଇଲ

News From Aditya Paital (Baranga)

#ବାରଙ୍ଗ(ଏନ୍‌.ଏମ୍‌.): ସମ୍ପ୍ରତି ପୁଲିସର କଡ଼ା ପ୍ରହରା ସତ୍ତ୍ୱେ ରାସ୍ତାଘାଟ ଆଉ ସୁରକ୍ଷିତ ନାହିଁ । ପାଦପାଦକେ ଛିନତାଇ, ଲୁଟ, ରାହାଜାନୀର ଭୟ ରହୁଛି । ତେବେ ଆଜି ଅପରାହ୍ନ ସମୟରେ ଜଣେ ପରିବା ବ୍ୟବସାୟୀଙ୍କ ବେକରେ ଭୁଜାଲି ଲଗେଇ ଦୁବୃର୍ତ୍ତମାନେ ଟଙ୍କା ଓ ଏକ ଦାମୀ ମୋବାଇଲ ଲୁଟି ନେଇଥିବା ଜଣା ପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ବାରଙ୍ଗ ଥାନା ଅନ୍ତର୍ଗତ ମାର୍ଥାପୁର ଗ୍ରାମର ସୁଧାଂଶୁ ପାଇଟାଳ ପ୍ରତେକ ଦିନ ମୁଣ୍ଡଳୀ ଗୋଡ଼ିସାଇ କେନାଲ ବନ୍ଧ ରାସ୍ତା ପାଶ୍ୱର୍ରେ ପରିବା ବ୍ୟବସାୟ କରି ପରିବାର ପ୍ରତିପାଳନ କରିଥାନ୍ତି । ତେବେ ଆଜି ଅପରାହ୍ନ ୨ଟା ସମୟରେ ପରିବା ପସରା ଧରି ବସିଥିବା ବେଳେ ୩ ଜଣ ଦୁବୃର୍ତ୍ତ ଏକ ମୋଟର ସାଇକେଲରେ ଆସି ପରିବା ଦୋକାନ ପାଖରେ ପହଞ୍ଚିଥିଲେ । ଏପରିକି ଶ୍ରୀ ପାଇଟାଳ କିଛି ବୁଝିବା ପୂର୍ବରୁ ଦୁବୃର୍ତ୍ତମାନେ ତାଙ୍କ ବେକରେ ଭୁଜାଲି ଲଗାଇ ସାରିଥିଲେ । ନାଲି ଆଖି ଦେଖାଇ ଟଙ୍କା ମାଗିଥିଲେ । ତେବେ ଶ୍ରୀ ପାଇଟାଳ ଭୟରେ ଥରୁଥିବାବେଳେ ସେମାନେ ତାଙ୍କ ଠାରୁ ବେପାର ହୋଇଥିବା ୭ ଶହ ଟଙ୍କା ସହିତ ମୋବାଇଲ ଛଡ଼ାଇ ଫେରାର ହୋଇ ଯାଇଥିଲେ । ଏ ସଂକ୍ରାନ୍ତରେ ଶ୍ରୀ ପାଇଟାଳ ସ୍ଥାନୀୟ ଗୋଡ଼ିସାହି ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିବା ସହ ଘଟିଥିବା ଘଟଣା ସମ୍ପର୍କରେ ପୋଲିସକୁ କହିଥିଲେ । ଏ ନେଇ ପୁଲିସ ଅଭିଯୋଗ ପାଇବା ପରେ ତଦନ୍ତ ଜାରି ରଖିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ