ଭିନ୍ନକ୍ଷମଙ୍କୁ ଦାଦାବଟି ମାଗି କ୍ୟାବିିନକୁ ଓଲଟାଇ ଦେଲେ ଦୁବୃର୍ତ୍ତ

ଭିନ୍ନକ୍ଷମଙ୍କୁ ଦାଦାବଟି ମାଗି କ୍ୟାବିିନକୁ ଓଲଟାଇ ଦେଲେ ଦୁବୃର୍ତ୍ତ

ଭିନ୍ନକ୍ଷମଙ୍କୁ ଦାଦାବଟି ମାଗି କ୍ୟାବିିନକୁ ଓଲଟାଇ ଦେଲେ ଦୁବୃର୍ତ୍ତ


ଜଗତପୁର(ଏନ୍‌.ଏମ୍‌.): କମିଶନରେଟ ପୁଲିସ ଅଞ୍ଚଳରେ ଦିନକୁ ଦିନ ଚୋରି, ଡକାୟତି, ଲୁଟ, ଦାଦାବଟି ଓ ହତ୍ୟାକାଣ୍ଡ ଭଳି ଘଟଣା ବୃଦ୍ଧିପାଇ ପୁଲିସକୁ ଖୋଲା ଚାଲେଞ୍ଜ କରି ଚାଲିଛନ୍ତି ଦୁର୍ବୃତ୍ତ । ଅପରାଧ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ ପୁଲିସ ବିଭିନ୍ନ ପଦକ୍ଷେପ ନେଉଥିଲେ ମଧ୍ୟ ଦୁବୃର୍ତ୍ତମାନେ ଏହାକୁ ହଜମ କରି ଦେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ବିଶେଷ କରି ଜଗତପୁର ଥାନା ଅଞ୍ଚଳରେ ଅପରାଧୀମାନେ ଏକ ସାମ୍ରାଜ୍ୟ ନିର୍ମାଣ କରିଥିବା କୁହାଯାଉଛି । ଅତୀତରେ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇ ବହୁ ଅପରାଧୀମାନଙ୍କୁ ଗିରଫ କରିଥିଲେ ମଧ୍ୟ ଏମାନଙ୍କ ସଂଖ୍ୟା କେବେ କମିବ ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଗତପୁର ନୂତନ ଶିଳ୍ପାଞ୍ଚଳରେ । ସେଠାରେ ଜଣେ ଭିନ୍ନକ୍ଷମ ବ୍ୟକ୍ତି ପାନ ଦେକାନ ଟିଏ କରି ନିଜର ଗୁଜୁରାଣ ମେଣ୍ଟାଉ ଥିବାବେଳେ ଦୁବୃର୍ତ୍ତଙ୍କ ନଜର ପଡ଼ିଛି ତାଙ୍କ ଉପରେ । ସୂଚନା ଅନୁଯାୟୀ ଉକ୍ତର ଅଞ୍ଚଳର ଦେବୀପ୍ରସାଦ ପଣ୍ଡାଙ୍କ କୌଣସି କାରଣରୁ ବାମହାତ କଟିଯିବା ଫଳରେ ସେ ନୂତନ ଶିଳ୍ପାଞ୍ଚଳରେ ଏକ କ୍ୟାବିନ ପକାଇ ଚା ଓ ପାନ ବିକ୍ରିକରି ପରିବାର ପ୍ରତି ପୋଷଣ କରିଥାନ୍ତି । ଗତକାଲି ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ଦେବୀଙ୍କ ଦୋକାନରେ ପହଞ୍ôଚ କ୍ୟାବିନ ବାଡେଇବାରୁ ସେ ଦୋକାନ ଖୋଲିଥିଲେ । କିନ୍ତୁ ଦୁର୍ବୃତ୍ତ ମାନେ ଏଠାରେ କାହିଁକି ଦୋକାନ ଖୋଲିଛ କହି ଭିନ୍ନକ୍ଷମଙ୍କୁ ନିସ୍ତୁକ ମାଡ ମାରିଥିଲେ । ଦୋକାନ ଖୋଲିବାକୁ ହେଲେ ମାସିକ ୫ଶହ ଟଙ୍କା ଦାଦାବଟି ଦେବାପାଇଁ ଧମକ ଦେଇଥିଲେ । ଏଥିରେ ଭିନ୍ନକ୍ଷମ ଦେବୀପ୍ରସାଦ ଅକ୍ଷମତା ପ୍ରକାଶ କରିବାରୁ ଦୁର୍ବୃତ୍ତ ମାନେ ବଳ ପୂର୍ବକ ତାଙ୍କ ଠାରୁ ନଗଦ ଟଙ୍କା ସହ ମୋବାଇଲ ଛଡାଇ ନେଇ କ୍ୟାବିନକୁ ଓଲଟାଇ ଦେଇଥିଲେ । ପରେ ଭିନ୍ନକ୍ଷମଙ୍କୁ ଦୋକାନ ପାଶ୍ୱର୍ରେ ଥିବା ଡ୍ରେନ ମଧ୍ୟକୁ ଠେଲିଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏ ସଂକ୍ରାନ୍ତରେ ଦେବୀପ୍ରସାଦ ଜଗତପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଜାରି ରଖିଛି । ତେବେ ଦୁବୃର୍ତ୍ତମାନଙ୍କୁ ପୁଲିସ ଖୁବ ଶିଘ୍ର ଧରିବ ବୋଲି ଥାନା ଅଧିକାରୀ କହିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ