ଭିଡିଓ କନଫରେନ୍ସିରେ କଟକ ଜିଲ୍ଲା ପରିଷଦର ଦଶମ ବୈଠକ : ବନ୍ୟା ମୁକାବିଲା ନେଇ ଗୁରୁତ୍ୱ

ଭିଡିଓ କନଫରେନ୍ସିରେ କଟକ ଜିଲ୍ଲା ପରିଷଦର ଦଶମ ବୈଠକ : ବନ୍ୟା ମୁକାବିଲା ନେଇ ଗୁରୁତ୍ୱ

ଭିଡିଓ କନଫରେନ୍ସିରେ କଟକ ଜିଲ୍ଲା ପରିଷଦର ଦଶମ ବୈଠକ : ବନ୍ୟା ମୁକାବିଲା ନେଇ ଗୁରୁତ୍ୱ


କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ପରିଷଦର ଦଶମ ବୈଠକ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଜ୍ୟୋତିରେଖା ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିଡିଓ କନଫରେନସିଙ୍ଗ ହଲରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ସମେତ ଜିଲ୍ଲା ପରିଷଦର ଉପାଦକ୍ଷ ସୁନୀଲ ପରିଡା, ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ, ନିଆଳି ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଡକ୍ଟର ପ୍ରମୋଦ କୁମାର ମଲ୍ଲିକ, କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା, ବାଙ୍କି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଅମ୍ବର କୁମାର କର, ଜିଲ୍ଲା ପଞ୍ଚାୟତ ଅଧିକାରୀ ଚକ୍ରଧର ମହାଳିକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ଭର୍ଚ୍ଚୁଆଲ ମାଧ୍ୟମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, କଟକ ସାଂସଦ ଭର୍ତ୍ତୁହରି ମହତାବ ସାମିଲ ହୋଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଆଲୋଚନାରେ ମନ୍ତ୍ରୀ ଶ୍ରୀଯୁକ୍ତ ସ୍ୱାଇଁ ଜିଲ୍ଲାରେ ଜଳସେଚନ ବ୍ୟବସ୍ଥା, ବିଭିନ୍ନ ଦୁର୍ବଳ ନଦୀ ବନ୍ଧ ମରାମତି, ନଦୀ ବନ୍ଧ ରାସ୍ତା ନିର୍ମାଣ, ଜଳ ନିଷ୍କାସନ ଓ ଉଠାଜଳ ସେଚନ ବ୍ୟବସ୍ଥା ସହ ସମ୍ଭାବ୍ୟ ବନ୍ୟାର ଦୃଢ ମୁକାବିଲା ଉପରେ ଗୁରୁତ୍ୱାରୋପ କରିଥିଲେ । ବୈଠକରେ ୨୦୨୦-୨୧ ଆର୍ôଥକ ବର୍ଷର ଆବଦ୍ଧ ପାଣ୍ଠି ବିନିଯୋଗ ସମ୍ପର୍କରେ ଆଲୋଚନା କରାଯାଇ ଏହାରଯଥା ଶୀଘ୍ର ସୁବିନିଯୋଗ ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା । ସେହିପରି ୨୦୨୧-୨୨ ଆର୍ôଥକ ବର୍ଷର,୧୫ ତମ କେନ୍ଦ୍ରୀୟ ଅର୍ଥ ଓ ପଞ୍ଚମ ରାଜ୍ୟ ଅର୍ଥ ଆୟୋଗ ଜିଲ୍ଲା ପରିଷଦ ଅଂଶର ବିଭିନ୍ନ ପ୍ରକଳ୍ପ ଉପରେ ଆଲୋଚନା କରାଯାଇ ଏହାର ଅନୁମୋଦନ କରାଯାଇଥିଲା । ଜିଲ୍ଲାପରିଷଦର ସଭ୍ୟ-ସଭ୍ୟାମାନେ ନିଜ ନିଜ ଅଞ୍ଚଳର ସମସ୍ୟା ଉପରେ ଉପସ୍ଥାପନା କରି ଏହାର ସମାଧାନ ଦିଗରେ ବୈଠକରେ ଦୃଷ୍ଟି ଆକର୍ଷଣ ଅକରିଥିଲେ । ବୈଠକରେ ଜିଲ୍ଲାପାଳ ଶ୍ରୀ ଚୟନୀ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତିରେ ସମସ୍ତ ସହଯୋଗ କରିବା ସହ କୋଭିଡ କାରଣରୁ ସ୍ଥଗିତ ଥିବା ପ୍ରକଳ୍ପ ଗୁଡିକର କାର୍ଯ୍ୟକୁ ଯଥା ଶୀଘ୍ର ଆଗେଇ ନେବା ଦିଗରେ ଗୁରୁତ୍ୱା ରୋପ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦର ସଭ୍ୟ-ସଭ୍ୟା, ପଞ୍ଚାୟତ ସମିତି ଗୁଡିକର ଅଧ୍ୟକ୍ଷ-ଅଧ୍ୟକ୍ଷା ଓ ବି.ଡ଼ି.ଓ ମାନେ ନିଜ ନିଜ ବ୍ଲକରେ ଭିଡିଓ କନଫେରେସିଂ ମାଧ୍ୟମରେ ଅଂଶ ଗ୍ରହଣ କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ