ଭିଜିଲାନ୍ସ ପିଆରଓଙ୍କ ମାତୃ ବିୟୋଗ

ଭିଜିଲାନ୍ସ ପିଆରଓଙ୍କ ମାତୃ ବିୟୋଗ

ଭିଜିଲାନ୍ସ ପିଆରଓଙ୍କ ମାତୃ ବିୟୋଗ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ଲୋକ ସମ୍ପର୍କ ଅଧିକାରୀ ଆଶୁତୋଷ ପାଇକରାୟଙ୍କ ମାତା ନିରୂପମା ଜେନାଙ୍କ ୭୯ ବର୍ଷ ବୟସରେ ସକାଳ ୮ ଘଟିକା ୧୮ ମି. ସମୟରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି ।
ସୂଚନା ଯୋଗ୍ୟ ଯେ, ସ୍ୱର୍ଗତ ଜେନା ଭଦ୍ରକସ୍ଥିତ ବଙ୍କ ୟୁ.ଜି.ଏମ.ଇ ସ୍କୁଲରେ ଦୀର୍ଘ ୨୯ବର୍ଷ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟକରି ଜଣେ ସୁନାମଧନ୍ୟ ଓ ଆଦର୍ଶ ଶିକ୍ଷୟିତ୍ରୀ ଭାବେ ଭଦ୍ରକ ସହରରେ ଲୋକପ୍ରିୟତା ଅର୍ଜନ କରିଥିଲେ । ସେ ଜଣେ ଧର୍ମପରାୟଣା ମହିଳା ଭାବେ ସବୁରି ପ୍ରିୟ ଥିଲେ । ଆଜି ତାଙ୍କର ବହୁ ଛାତ୍ର ଛାତ୍ରୀ ସମାଜରେ ପ୍ରତିଷ୍ଠିତ । ତାଙ୍କର ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ଆଶୁତୋଷ, ବୋହୁ ରଶ୍ମିରେଖା,୨ କନ୍ୟା ପ୍ରଜ୍ଞା ଓ ବନ୍ଦିତା, ଜ୍ୱାଇଁ ପବନ ଓ ଶରତ, ନାତି ଅରିନ୍ଦମ ତଥା ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ଭଦ୍ରକରେ ଶୋକର ଛାୟା ଖେଳିଯାଇଥିବାବେଳେ କଟକରେ ବାସ କରୁଥିବା ତାଙ୍କ ସହକର୍ମୀ ତଥା ବହୁ ମାନ୍ୟଗନ୍ୟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି । ପରିବାର ସଜ୍ଜନଙ୍କ ଉପସ୍ଥିତିରେ ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁତ୍ର ଆଶୁତୋଷ ମୁଖାଗ୍ନି ଦେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ