ଭାରତ ବିରୋଧରେ କାର୍ଯ୍ୟ କରୁଥିବା ୭୪୭ ୱେବସାଇଟ୍‌, ୯୪ ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରି ଦିଆଯାଇଛି: କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

ଭାରତ ବିରୋଧରେ କାର୍ଯ୍ୟ କରୁଥିବା ୭୪୭ ୱେବସାଇଟ୍‌, ୯୪ ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରି ଦିଆଯାଇଛି: କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

ଭାରତ ବିରୋଧରେ କାର୍ଯ୍ୟ କରୁଥିବା ୭୪୭ ୱେବସାଇଟ୍‌, ୯୪ ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରି ଦିଆଯାଇଛି: କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

News by Central Bureau of Communication

ନୂଆଦିଲ୍ଲୀ(ବ୍ୟୁରୋ): ଦେଶରେ କେତେକ ସଂସ୍ଥା ନିଜର ୱେବସାଇଟ, ୟୁଟୁବ ଚ୍ୟାନେଲ ତଥା ସୋସିଆଲ ଆକାଉଣ୍ଟକୁ ବ୍ୟବହାର କରି ମିଥ୍ୟା ଖବର ପ୍ରସାରଣ କରୁଛନ୍ତି । ଫଳରେ ଦେଶରେ ଅସନ୍ତୋଷ ବୃଦ୍ଧି ପାଇବା ସହ ସାମ୍ପ୍ରଦାୟିକ ଦଙ୍ଗା ଭଳି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି । ତେଣୁ ଏସବୁ ଉପରେ ଅଙ୍କୁଶ ଲଗାଇବା ତଥା ଦେଶ ବିରୋଧୀ କାର୍ଯ୍ୟରେ ସମ୍ପୃକ୍ତ ଥିବା ସଂସ୍ଥାର ୱେବସାଇଟ, ୟୁଟୁବ ଚ୍ୟାନେଲ ଏବଂ ସୋସିଆଲ ଆକାଉଣ୍ଟକୁ କେନ୍ଦ୍ର ସରକାର ବନ୍ଦ କରିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ୨୦୨୧-୨୨ ମସିହାରେ ଦେଶର ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଥିବା ୟୁଟ୍ୟୁବ ଚ୍ୟାନେଲଗୁଡିକ ବିରୋଧରେ ମନ୍ତ୍ରଣାଳୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଠାକୁର କହିଛନ୍ତି ଯେ, ମନ୍ତ୍ରଣାଳୟ ୯୪ଟି ୟୁଟ୍ୟୁବ ଚ୍ୟାନେଲ, ୧୯ଟି ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ୭୪୭ଟି ୟୁଆରଏଲ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ସେଗୁଡିକୁ ବନ୍ଦ କରାଯାଇଛି । ଏହି କାର୍ଯ୍ୟାନୁଷ୍ଠାନ ସୂଚନା ପ୍ରଯୁକ୍ତି ଅଧିନିୟମ ୨୦୦୦ର ଧାରା ୬୯ଏ ଅନୁଯାୟୀ ନିଆଯାଇଛି । ମନ୍ତ୍ରୀ ପୁଣି କହିଛନ୍ତି ଯେ, ମିଥ୍ୟା ଖବର ପ୍ରଚାର ପ୍ରସାର କରି ଦେଶର ସା୍ୱର୍ଭୌମତ୍ୱ ବିରୋଧରେ କାର୍ଯ୍ୟ କରୁଥିବା ଏଜେନ୍ସିଗୁଡିକ ବିରୋଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଗାମୀ ଦିନରେ ମଧ୍ୟ ଏଭଳି ପ୍ରକ୍ରିୟା ଜାରି ରହିବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ