ଭାରତୀୟ ରେଳବାଇ ମାଲଗୋଦାମ ଶ୍ରମିକ ସଂଘ ପକ୍ଷରୁ ବିଭିନ୍ନ ଦାବି

ଭାରତୀୟ ରେଳବାଇ ମାଲଗୋଦାମ ଶ୍ରମିକ ସଂଘ ପକ୍ଷରୁ ବିଭିନ୍ନ ଦାବି

News by Kanhucharan Panda (Jagatpur)

ଜଗତପୁର(ଏନ୍‌.ଏମ୍‌.): ଭାରତୀୟ ରେଳବାଇ ମାଲଗୋଦାମ ଶ୍ରମିକ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି କରାଯାଇଛି । ସଂଘ ପକ୍ଷରୁ ଏହି ଦାବିଗୁଡ଼ିକୁ ଆଜି ସ୍ଥାନୀୟ ଜଗତପୁରସ୍ଥିତ ସତ୍ୟମ ହୋଟେଲ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନ କରାଯାଇଥିଲା । ଏହି ସମ୍ମିଳନୀରେ ରାଜ୍ୟ ପ୍ରଭାରୀ ମନମୋହନ ସେଠୀ, ରାଜ୍ୟ ଉପ ପ୍ରଭାରୀ ଅବଦୁଲ ଅରଫିନ, ଡିଭିଜନ କମିଟି ସଦସ୍ୟ ଅମୀୟ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ସଂଘ ପକ୍ଷରୁ ୧୩ ଦଫା ଦାବି ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା । ଏହି ଦାବିଗୁଡ଼ିକ ମଧ୍ୟରୁ ୫ଗୋଟି ଦାବି ପୁରଣ ହୋଇଥିବାବେଳେ ଆହୁରି ୮ଗୋଟି ଦାବି ଏଯାବତ ପୁରଣ ହୋଇନଥିବା ଦୁର୍ଭାଗ୍ୟ ଜନକ ବୋଲି କୁହାଯାଇଛି । ତେବେ ଏ ନେଇ ରେଳବାଇର ସମସ୍ତ କ୍ଷେତ୍ରୀୟ ସାଧାରଣ ପରିଚାଳକଙ୍କୁ ରେଳବାଇ ପକ୍ଷରୁ ଚିଠି ହୋଇଥିବାବେଳେ ସଂଘ ପକ୍ଷରୁ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ସମ୍ମିଳନୀରେ ସୂଚନା ଦିଆଯାଇଛି ।
ରେଳ ପ୍ରଶାସନ ପକ୍ଷରୁ ଉପଯୁକ୍ତ ଭିତ୍ତିଭୂମି ସୃଷ୍ଟି କରାଯିବା ପାଇଁ ଘୋଷଣା କରାଯାଇଛି । ଏ ନେଇ ରେଳବାଇ ବିଭାଗ ପକ୍ଷରୁ ସମସ୍ତ କ୍ଷେତ୍ର ସାଧାରଣ ପରିଚାଳକଙ୍କ ନିକଟକୁ ଜୁନ ୬ତାରିଖରେ ଏକ ଚିଠି ମଧ୍ୟ ହୋଇଛି । ବିଶେଷ କରି ରେଳବାଇର ପରିବହନ ହେଉଥିବା ସାମଗ୍ରୀ ଏବଂ ଆର୍ଥିକ ସୁରକ୍ଷା ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯିବା, ୱାଗନଗୁଡିକର ନିରାପଦ ଏବଂ ଶୀଘ୍ର ଲୋଡିଂ, ଅନଲୋଡିଂ ସୁନିଶ୍ଚିତ କରିବା ନିମନ୍ତେ ରେଳ ଟର୍ମିନାଲରେ ପର୍ଯ୍ୟାପ୍ତ ଆଲୋକୀକରଣ ବ୍ୟବସ୍ଥା କରିବା, ରେଳବାଇର ପଣ୍ୟାଗାରକୁ ସଂଯୋଗ କରୁଥିବା ରାସ୍ତା ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ଯୋଗାଇବା । ଏଥି ସହିତ ଗୁଡ଼ ସେଡ ଗୁଡ଼ିକରେ କାର୍ଯ୍ୟରତ ଶ୍ରମିକମାନଙ୍କ ନିମନ୍ତେ ପାନୀୟ ଜଳ ସୁବିଧା, ଶୌଚାଳୟ, ବିଶ୍ରାମ ଗୃହ ଯୋଗାଇ ଦେବାକୁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *