ଭାରତୀୟ ମଜଦୂର ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ସମ୍ମିଳନୀ

ଭାରତୀୟ ମଜଦୂର ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ସମ୍ମିଳନୀ

News by Smrutiranjan Tripathy (Cuttack)

କଟକ(ଏନ୍‌.ଏମ୍‌.): ଭାରତୀୟ ମଜଦୂର ସଂଘ ପକ୍ଷରୁ ସ୍ଥାନୀୟ ସିଡିଏସ୍ଥିତ ଦତ୍ତାତ୍ରେୟ ଭବନଠାରେ କଟକ ଜିଲ୍ଲା ଉପସଭାପତି ପୁଷ୍ପଲତା ମହାନ୍ତିଙ୍କ ଅଧକ୍ଷତାରେ ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଭାରତୀୟ ମଜଦୂର ସଂଘର ରାଜ୍ୟ କମିଟି ସଦସ୍ୟ ତଥା କଟକ ଜିଲ୍ଲା ପ୍ରଭାରୀ ଅକ୍ଷୟ କୁମାର ଦାସ ସମ୍ମିଳନୀକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥିଭାବେ ରେଡ୍‌କ୍ରସ ବ୍ଲଡ ବ୍ୟାଙ୍କ କର୍ମଚାର ସଂଘର ସାଧାରଣ ସମ୍ପାଦକ ରବିନାରାୟଣ ସାହୁ, ମୁଖ୍ୟବକ୍ତା ଭାବେ ସଂଘର ବରିଷ୍ଠ କର୍ମକର୍ତ୍ତା ବସନ୍ତ କୁମାର ସାହୁ ଯୋଗଦେଇ ଆଗାମୀ ଦିନରେ ସଂଘଠନ ସୁଦୃଢ଼ କରିବା ସହିତ କର୍ମଚାରୀମାନଙ୍କ ଅଧିକାର ପାଇଁ ସଂଗ୍ରମା ଜାରି ରଖିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ସଂଗଠନର କର୍ମକତାମାନେ ଯୋଗଦାନ କରିଥିବାବେଳେ ଜିଲ୍ଲା ସମ୍ବାଦକ ଭାଗୀରଥି ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ । ଉକ୍ତ ସମ୍ମିଳନୀରେ ଜିଲ୍ଲା ସଭାପତି ଗୌରାଙ୍ଗ ଚରଣ ରଥ, କାର୍ଯ୍ୟକାରୀ ସଭାପତି ଆଇନଜୀବୀ ରମାକାନ୍ତ ସାହୁ, ଅଶୋକ ସାଇନ, ସୁଧୀର ନାୟକ, ସୁମତି ଆଚାର୍ଯ୍ୟ, ସୁନ୍ତୋଷ କୁମାର ଭୂଖାଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *