ଭାରତୀୟ ମଜଦୁର ସଂଘର ୬୭ତମ ପ୍ରତିଷ୍ଠା ଦିବସ

ଭାରତୀୟ ମଜଦୁର ସଂଘର ୬୭ତମ ପ୍ରତିଷ୍ଠା ଦିବସ

ଭାରତୀୟ ମଜଦୁର ସଂଘର ୬୭ତମ ପ୍ରତିଷ୍ଠା ଦିବସ


କଟକ(ଏନ୍‌.ଏମ୍‌.) : ଭାରତୀୟ ମଜଦୁର ସଂଘର ୬୭ତମ ପ୍ରତିଷ୍ଠା ଦିବସ କୋଭିଡ଼୍ କଟକଣା ନିୟମାନୁଯାୟୀ କଟକ ସି.ଡି.ଏ.ସ୍ଥିତ ସଂଘ କାର୍ଯ୍ୟାଳୟଠାରେ କଟକ ଜିଲ୍ଲା ସଭାପତି ଗୌରାଙ୍ଗ ଚରଣ ରଥଙ୍କ ଅଧ୍ୟାକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ୧୯୫୫ ମସିହା ଜୁଲାଇ ମାସ ୨୩ ତାରିଖ ଦିନ ଭାରତୀୟ ମଜଦୁର ସଂଘର ପ୍ରତିଷ୍ଠାତା ଦତ୍ତୋପନ୍ଥ ଠେଙ୍ଗଡ଼ୀଜୀ ଶ୍ରମିକମାନଙ୍କୁ ଶୃଙ୍ଖଳିତ ଏବଂ ସଂଗଠିତ କରି ଶ୍ରମିକମାନଙ୍କୁ ନ୍ୟାୟ ଦେବାପାଇଁ ମଧ୍ୟପ୍ରଦେଶର ଭୋପାଳଠାରେ ଭାରତୀୟ ମଜଦୁର ସଂଘକୁ ପ୍ରତିଷ୍ଠା କରିଥିଲେ । ଆଜି ୬୭ ବର୍ଷ ପରେ ଭାରତରେ ୨କୋଟି ଶ୍ରମିକ ଭାରତୀୟ ମଜଦୁର ସଂଘର ସଦସ୍ୟ ଅଛନ୍ତି । ଭାରତୀୟ ମଜଦୁର ସଂଘ ଶ୍ରମିକମାନଙ୍କୁ ନ୍ୟାୟ ଦେବାପାଇଁ ସଂଗ୍ରାମ ଜାରି ରଖିଛି । ବିଶେଷକରି ଏହି ସଂଘରେ ୬୦ଟି ମହାସଂଘ ରହିଛି । ସାମ୍ପ୍ରତିକ କରୋନା ଯୋଗୁ ଆଜି ସମଗ୍ର ଦେଶରେ ଶ୍ରମିକମାନେ ସେମାନଙ୍କର ଜୀବିକା ହରାଇଛନ୍ତି । ତେଣୁ ଏଭଳି ପରିସ୍ଥିତିରେ ଶ୍ରମିକମାନେ ଏକଜୁଟ ହୋଇ କରୋନା ବିରୁଦ୍ଧରେ ସଂଗ୍ରାମ ଜାରି ରଖିବା ଏବଂ ଦେଶକୁ ଶକ୍ତିଶାଳୀ କରିବାପାଇଁ ଆଜିର ଦିବସରେ ଶପଥ ନେବାପାଇଁ ନିଷ୍ପତିି ନିଆଯାଇଛି । ଶ୍ରୀ ଠେଙ୍ଗଡ଼ୀଜୀ ଯେଉଁ ଲକ୍ଷ ନେଇ ଭାରତୀୟ ମଜଦୁର ସଂଘକୁ ପ୍ରତିଷ୍ଠା କରିଥିଲେ ଆଜି ତାଙ୍କର ଲକ୍ଷ ପୂରଣ ହେବାକୁ ଯାଉଛି । ଭାରତୀୟ ମଜଦୁର ସଂଘ ୬୭ ବର୍ଷରେ ପଦାର୍ପଣ ହୋଇ ବିଶ୍ୱର ଏକ ସର୍ବ ବୃହତ ଶ୍ରମିକ ସଂଗଠନ ଭାବରେ ପରିଚିତ ହୋଇପାରିଛି । ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ବସନ୍ତ କୁମାର ସାହୁ, ରାଜ୍ୟ ଉପସଭାନେତ୍ରୀ ସୌଦାମିନୀ ଦାସ, ଭାରତୀୟ ମଜଦୁର ସଂଘ କଟକ ଜିଲ୍ଲା ଉପସଭାନେତ୍ରୀ ପୁଷ୍ପଲତା ମହାନ୍ତି, ସହସମ୍ପାଦିକା ସାରିକା ଚକ୍ରବର୍ତ୍ତୀ, କଟକ ଜିଲ୍ଲା ସମ୍ପାଦକ ଭାଗୀରଥି ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ